ଆପଣଙ୍କ ‘Thank You’ ଯୋଗୁଁ ବିନାଶ ଦିଗକୁ ଟାଣି ହେଉଛି ପୃଥବୀ ! ଆସିଲା ରିପୋର୍ଟ

ନୁଆଦିଲ୍ଲୀ ୧୩/୧: ଯଦି ଆପଣ ମଧ୍ୟ ଅଫିସରେ ପ୍ରତି ଇ-ମେଲ୍ ପରେ ‘ଥ୍ୟାଙ୍କ୍ ୟୁ’ ଇ-ମେଲ୍ ପଠାଉଛନ୍ତି ତେବେ ଆପଣଙ୍କୁ ଏହା ବନ୍ଦ କରିଦେବା ଉଚିତ୍  । କାରଣ ଆପଣଙ୍କ ଏହି ‘ଥ୍ୟାଙ୍କ ୟୁ’ ଇ-ମେଲ୍ ପୃଥିବୀ ପାଇଁ କ୍ଷତିକାରକ । ଆପଣଙ୍କ ପ୍ରତି ଛୋଟ ଇମେଲ୍ ପୃଥିବୀକୁ ବିନାଶ ଦିଗକୁ ଟାଣି ନେଉଛି । ଆପଣଙ୍କ ଇନକ୍ସରେ ହଜାର ହଜାର ଏମିତି ଇମେଲ୍ ନଜର ଆସୁଥିବ ଯାହାକୁ ଆପଣ ଖୋଲି ଦେଖନ୍ତିନି କିମ୍ବା କେବଳ ନୋଟିଫିକେସନରେ ହିଁ ଦେଖିନିଅନ୍ତି ଅଥବା ତାହା ଆପଣଙ୍କ କାମରେ ଆସୁନଥିବ । ତେବେ ଭଦ୍ରାମି ଦୃଷ୍ଟିରୁ ଅନେକ ଥର ଇମେଲରେ କେବଳ ‘ଥ୍ୟାଙ୍କ୍ ୟୁ’ କିମ୍ବା ‘ୱେଲକମ୍’ର ଇମେଲ୍ କରିବା ସାଧାରଣ କଥା ହୋଇଗଲାଣି ।

ଏଭଳି ଇମେଲ୍ କରିବା ସମୟରେ ଆପଣ ଭାବିମଧ୍ୟ ନଥିବେ ଯେ ଆପଣଙ୍କ ଏହି ଇମେଲ୍ ପୃଥିବୀକୁ ବିନାଶ ଦିଗରେ ଟାଣିନେଉଛି । ଏହି ଗୋଟିଏ ଇମେଲ୍ ଆପଣଙ୍କ ଜୀବନରେ କୌଣସି ପ୍ରଭାବ ପକାଉନଥିବ କିନ୍ତୁ ପୃଥିବୀ ଉପରେ ଏହା ଗଭୀର ପ୍ରଭାବ ପକାଉଛି । ଆପଣଙ୍କର ଏହି ଇମେଲରୁ କାର୍ବନ ନିର୍ଗତ ହୋଇଥାଏ ଯାହା କି ପୃଥିବୀର ଗ୍ଲୋବାଲ୍ ୱାର୍ମିଂ ବଢାଇଥାଏ ।

ବ୍ରିଟେନର ଏକ ଏନର୍ଜି କମ୍ପାନୀ ରିସର୍ଚ୍ଚରେ ଏହା ଦାବି କରିଛି ଯେ ବ୍ରିଟେନରେ ପ୍ରତି ଦିନ ପ୍ରାୟ ୬ କୋଟି ୪୦ ଲକ୍ଷ ଏମିତି ଇମେଲ୍ କରାଯାଇଥାଏ ଯାହାର ଆବଶ୍ୟକତା ନଥାଏ । ଏମାନଙ୍କ ମଧ୍ୟରୁ ଗୋଟିଏ ସାଧାରଣ ଇମେଲ୍ ହେଉଛି ଥ୍ୟାଙ୍କ ୟୁ । ଏହି ଇମେଲ୍ ଯୋଗୁଁ ପ୍ରତି ବର୍ଷ ୧୬,୪୩୩ ଟନ୍ କାର୍ବନ ରିଲିଜ ହୋଇଥାଏ । ଆପଣ ଏମିତି ଭାବି ପାରିବେ ଯେ ସାରା ବର୍ଷରେ ମୁମ୍ବାଇରୁ ଦିଲ୍ଲୀ ୮୧,୧୫୨ ଫ୍ଲାଇଟରୁ ଯେତିକି କାର୍ବନ ରିଲିଜ ହୋଇଥାଏ ୩,୩୩୪ ଡିଜେଲ୍ ଗାଡିରୁ ଯେତିକି କାର୍ବନ ବାୟୁମଣ୍ଡଳକୁ ଯାଇଥାଏ କେବଳ ସେତିକି ବ୍ରିଟେନରେ ସାରା ବର୍ଷରେ ଅନାବଶ୍ୟକୀୟ ଇମେଲରୁ ହୋଇଥାଏ ।  

ସାଧାରଣତଃ  ନିମ୍ନଲିଖିତ ଇମେଲ୍ ବ୍ରିଟେନରେ ଅଧିକ ବ୍ୟବହାର ହୋଇଥାଏ…

Thank you
Thanks
Have a good weekend
Received
Appreciated
Have a good evening
Did you get/see this?
Cheers
You too
Lol

ଆପଣ ମଧ୍ୟ ସାରା ଦିନରେ ଏଭଳି ଇମେଲ୍ କରୁଥିବେ ନିଶ୍ଚୟ କିମ୍ବା ଆପଣଙ୍କ ପାଖରେ ଏଭଳି ଇମେଲ୍ ଆସୁଥିବ କିନ୍ତୁ ପ୍ରଶ୍ନ ଏହା ଯେ କଣ ପ୍ରକୃତରେ ଏଭଳି ଇମେଲ୍ ଆବଶ୍ୟକ ହୋଇଥାଏ ? କିମ୍ବା ଯଦି କେହି ଆପଣଙ୍କୁ ଇମେଲରେ ଏଭଳି ମେସେଜ୍ କରେନି ତେବେ ଆପଣଙ୍କୁ ଫରକ ପଡିବ କିମ୍ବା ଆପଣଙ୍କୁ ଖରାପ ଲାଗିବ । ଅନେକ ଲୋକେ ମାନନ୍ତି ଏଭଳି ଛୋଟ ଛୋଟ ଇମେଲ୍ କରିବା ଫଳରେ ତାଙ୍କ ବସ୍, କ୍ଲାଇଣ୍ଟ ଖୁସି ହୋଇଯାଏ ।

କିନ୍ତୁ କ’ଣ ଏଭଳି ମେସେଜ୍ ପରିବେଶଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ? ଏହି ପ୍ରଶ୍ନର ଜବାବ ରିପୋର୍ଟରେ ଅଛି । ୭୧%  ଲୋକଙ୍କ କହିବାନୁସାରେ ସେମାନଙ୍କୁ ‘THANK YOU’ ଇମେଲ୍ ନମିଳିଲେ ମଧ୍ୟ କୌଣସି ଫରକ୍ ପଡେନି ଏବଂ  ୮୭%  ଲୋକେ ମାନନ୍ତି ସେମାନଙ୍କୁ ଖୁସି ହେବ ଯଦି ଏଭଳି ଇମେଲ୍ ଟ୍ରାଫିକ୍ କମ୍ କରି ପରିବେଶକୁ ରକ୍ଷା କରିହେବ ।

ଏହି ଷ୍ଟଡି କେବଳ ବ୍ରିଟେନରେ କରାଯାଇଛି ଯାହାର ଜନସଂଖ୍ୟା ମାତ୍ର ୬-୭ କୋଟି । ଏମାନଙ୍କ ମଧ୍ୟରୁ ୪.୫୧ କୋଟି ଇଣ୍ଟରନେଟ୍ ୟୁଜର୍ସ ଅଛନ୍ତି ଏବଂ କେବଳ ବ୍ରିଟେନରେ ଯଦି ଏହି ଅଦରକାରୀ ଇମେଲ ଯୋଗୁଁ ପ୍ରତି ବର୍ଷ ୧୬,୪୩୩ ଟନ୍ କାର୍ବନ ନିର୍ଗତ ହେଉଛି ତେବେ ସାରା ଦୁନିଆରେ ୩୪୦ କୋଟି ଇଣ୍ଟରନେଟ୍ ୟୁଜର୍ସ କେତେ କାର୍ବନ ରିଲିଜ କରୁଥିବେ ?

   ସମ୍ବନ୍ଧିତ ଖବର


ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ