PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଉପହାର ମାଗିଲେ ଯୁବକ, ପୂରଣ କଲେ ମୋଦୀ

ନୂଆଦିଲ୍ଲୀ,  ୦୧|୦୧:  ନୂଆବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀଙ୍କୁ ମଧ୍ୟ ଅନେକ ୟୁଜର ଟ୍ୱିଚରରେ ଶୁଭକାମନା ଜଣାଇଛନ୍ତି। ଆଜି ମୋଦୀ ନିଜ ଟ୍ୱିଟରରେ ସମସ୍ତଙ୍କୁ ମେସେଜର ରିପ୍ଲାଏ ଦେଇଛନ୍ତି।

ତେବେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏପରି ଏକ ମେସେଜ ଆସିଥିଲା, ଯାହା ସମସ୍ତ ଧ୍ୟାନ ଆକର୍ଷଣ କରିଥିଲା। ଏହି ମେସେଜ ମୋଦୀଙ୍କ ଜଣେ ଶୁଭେଚ୍ଛୁଙ୍କର ଅଟେ। ସେ ମୋଦୀଙ୍କୁ ଏକ ଉପହାର ମାଗିଥିଲେ ଯେ ସେ ତାଙ୍କୁ ଫଲୋ କରନ୍ତୁ।

ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ପ୍ରଶଂସକଙ୍କୁ ଖୁସି କରିବା ପାଇଁ ଫଲୋ କରିଛନ୍ତି। ଏହାସହ ଶୁଭକାମନା ମଧ୍ୟ ଦେଇଛନ୍ତି। ଅଙ୍କିତ୍ ଦୁବେନାମକ ଏହି ଯୁବକ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ଏକ ଉପହାର ମାଗିଥିଲେ। ମୋଦୀ ତାଙ୍କୁ ଫଲୋ କରନ୍ତୁ ବୋଲି ସେ ଚାହିଁଥିଲେ। ଅଙ୍କିତଙ୍କ ଆଶା ପୂରଣ ମଧ୍ୟ ହୋଇଥିଲା।

ମୋଦୀ ଚଳିତ ବର୍ଷ ନୂଆବର୍ଷରେ ତାଙ୍କ ପ୍ରଶଂସକଙ୍କ ଟ୍ୱିଟକୁ ରିଟ୍ୱିଟ୍ କରିଥିଲେ। କିଛି ଛାତ୍ରଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଥିଲେ, ଯେଉଁମାନେ ପ୍ଲାଷ୍ଟିକ ନିରୋଧୀ ଅଭିଯାନକୁ ଆଗକୁ ବଢାଇଥିଲେ।