PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଭୁବନେଶ୍ୱର : ପରିବା ଦୋକାନରେ ଯୁବକଙ୍କ ଆତ୍ମହତ୍ୟା , ପୁଲିସ୍‌ର ତଦନ୍ତ ଜାରି

Representative image

ଭୁବନେଶ୍ୱର : ସୌଭାଗ୍ୟନଗରରେ ଚାଞ୍ଚଲ୍ୟ । ଏକ ପରିବା ଦୋକାନରେ ଯୁବକଙ୍କ ଆତ୍ମହତ୍ୟା । ବେକରେ ରଶି ଲଗେଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଖଣ୍ଡିଗିରି ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରି ଦେଇଛି । ଉକ୍ତ ଘଟଣାରେ ସଂପୃକ୍ତ ଅଞ୍ଚଳରେ ଲୋକାରଣ୍ୟ ହୋଇ ଯାଇଛି । ପୁଲିସ୍‌ ଭିଡ଼ ହଟେଇବାକୁ ଚେଷ୍ଟା କରିଛି । ଯୁବକ ଜଣଙ୍କ କାହିଁକି ଓ କେଉଁ ପରିସ୍ଥିତିରେ ଜୀବନ ହାରିଛନ୍ତି ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିିନାହିଁ ।

ଉଲ୍ଲେଖନୀୟ ଯେ , ରାଜଧାନୀରେ ଦିନକୁ ଦିନ ଅପରାଧିକ କାର୍ଯ୍ୟାକଳାପ ବଢ଼ିବାରେ ଲାଗିଛି । ପୁଲିସ୍‌ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ସାଜିଛି । କେତେବେଳେ ହତ୍ୟା ତ କେତେବେଳେ ଆତ୍ମହତ୍ୟାର ଘଟଣା ଘଟିବାରେ ଲାଗିଛି । ଗତକାଲି ଭୁନେଶ୍ୱରରେ କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ନିରୀହଙ୍କୁ ମାରଣାସ୍ତ୍ରରେ ପ୍ରାଣାନ୍ତକ ଆକ୍ରମଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇଦିନ ତଳେ ସିଆର୍‌ପି ଛକ ନିକଟରେ ଏକ ପୂଜା ମଣ୍ଡପ ସମ୍ମୁଖରେ ଖଣ୍ଡାରେ ହାଣି ୨ ଜଣଙ୍କୁ ଗୁରୁତର କରି ପକାଇଥିଲେ। କ୍ୟାପିଟାଲ ହସ୍ପିଟାଲ ପଛପଟରେ ଜଣେ ଦୋକାନୀଙ୍କୁ ବାଉଁଶ ମୂଳିରେ ପିଟି ଲହୁଲୁହାଣ କରି ପକାଇଥିଲେ । ଅଭିଯୋଗ ପାଇ କ୍ୟାପିଟାଲ ଥାନା ପୁଲିସ କାଦୁଆ ନାୟକ ଓ ମନୁ ନାୟକ ନାମକ ୨ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖିଥିଲେ ।