PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଗାଡ଼ି ମିରର୍‌ ଘଷି ହୋଇଗଲା ବୋଲି…ବରିଷ୍ଠ ନାଗରିକଙ୍କୁ ଟେକି ନେଇ ପିଟିଲା ଯୁବକ, ୫ହଜାର ଟଙ୍କା ଆଦାୟ କରି ବନ୍ଧାହେଲା

ଭୁବନେଶ୍ୱର,୨୮/୦୨: ସାମାନ୍ୟ କାର୍‌ ମିରର୍‌ ଘଷି ହୋଇଗଲା । ଏତିକିରେ ଯୁବକଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ଆପାର୍ଟମେଣ୍ଟ୍‌ରେ ପଶି ବରିଷ୍ଠ ନାଗରିକଙ୍କୁ ଟେକିନେଇ କାର୍‌ରେ ଲକ୍‌ କରିଦେଲା । ନିସ୍ତୁକ ମାଡ଼ ମାରିବା ସହ ଟଙ୍କା ଆଦାୟ ବି କଲା । ଏଭଳି ଜଣେ ରକ୍ତମୁଖା ଯୁବକକୁ ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଛି । ତା’ ନାମ ଲିଟୁ ଓରଫ ପ୍ରତୀକ ପଣ୍ଡା (୩୫) । ଘର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବୋତଣ୍ଡା ।

ପୁଲିସ ସୂଚନା ଅନୁଯାୟୀ, ହାଇଟେକ୍‌ ପ୍ଲାଜାରେ ରହୁଛନ୍ତି ବରିଷ୍ଠ ନାଗରିକ ମଧୁସୂଦନ ଦୀକ୍ଷିତ । ଗତକାଲି ସେ ପତ୍ନୀଙ୍କ ସହ କାର୍‌ରେ ଘରକୁ ଫେରୁଥିଲେ । ଶଙ୍କରାବଜାର ନିକଟରେ ତାଙ୍କ କାର୍‌ ସାମ୍‌ନାରୁ ଆସୁଥିବା ପ୍ରତୀକ କାର୍‌ ମିରର୍‌ରେ ସାମାନ୍ୟ ବାଜି ଯାଇଥିଲା । ଶ୍ରୀ ଦୀକ୍ଷିତ କାର୍‌ ନେଇ ଘରକୁ ପଳାଇ ଥିଲେ । କିନ୍ତୁ ପ୍ରତୀକ ତାଙ୍କୁ ପିଛା କରି ଆସି ଆପାର୍ଟମେଣ୍ଟ୍‌ରେ ପହଞ୍ଚି ଯାଇଥିଲା । ଶ୍ରୀ ଦୀକ୍ଷିତଙ୍କୁ ଘରୁ ଘୋଷାଡ଼ି ଆଣିଥିଲା। ସେ ନେହୁରା ହେଲେ ମଧ୍ୟ ପ୍ରତୀକ କିଛି ଶୁଣି ନଥିଲା । ତାଙ୍କୁ ସେଠାରୁ ଟେକି ଆଣି ନିଜ କାର୍‌ରେ ଲକ୍‌ କରି ଦେଇଥିଲା । ଭିତରେ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ଚାଲିଥିଲା । ଶ୍ରୀ ଦୀକ୍ଷିତଙ୍କ ପତ୍ନୀ ଓ ଅପାର୍ଟମେଣ୍ଟ୍‌ର ଅନ୍ୟମାନେ ଯେତେ ଅନୁରୋଧ କଲେ ବି ପ୍ରତୀକ କିଛି ଶୁଣି ନଥିଲା । ପରେ ତାଙ୍କୁ ୫ ହଜାର ଟଙ୍କା ଦେଲେ ଛାଡ଼ିବେ ବୋଲି ଧମକ ଦେଇଥିଲା । ଭୟରେ ଶ୍ରୀ ଦୀକ୍ଷିତଙ୍କ ପତ୍ନୀ ୫ ହଜାର ଟଙ୍କା ଦେବା ପରେ ପ୍ରତୀକ ତାଙ୍କୁ ଛାଡ଼ିଥିଲା । ତେବେ ଏନେଇ ଶ୍ରୀ ଦିକ୍ଷୀତ ଥାନାକୁ ଜଣାଇ ନଥିଲେ । ଖବରପାଇ ଥାନା ଅଧିକାରୀ ଦୀପକ ମିଶ୍ର ଆପାର୍ଟମେଣ୍ଟ୍‌ରେ ପହଞ୍ଚି ଶ୍ରୀ ଦୀକ୍ଷିତଙ୍କୁ ଅଭିଯୋଗ କରିବାକୁ କହିଥିଲେ । ପୁଲିସ ଠାରୁ ଆଶ୍ୱାସନା ପାଇ ଶ୍ରୀ ଦୀକ୍ଷିତ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଗତକାଲି ରାତିରେ ପ୍ରତୀକଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ଆଜି ପ୍ରତୀକକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର