PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଚିଟଫଣ୍ଡ ଲିଙ୍କରେ ଅଛନ୍ତି କି ବ୍ଲକ ଯୁବ ବିଜେଡି ଉପସଭାପତି ? ଅଟକ ଭିଡିଓ ଭାଇରାଲ…

ନୀଳଗିରି,୨୩/୭(ଆ.ପ୍ର): ନୂତନ କରି ଚୟନ ହୋଇଥିବା ଯୁବ ବିଜେଡି ଉପସଭାପତିଙ୍କୁ ମହିଳା ଅଟକ ରଖିଥିବାର ଭିଡିଓ ଫୁଟେଜ ନୀଳଗିରି ଅଞ୍ଚଳରେ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେ ଚିଟଫଣ୍ଡ ସଂସ୍ଥାରେ ଲିଙ୍କ ଥିବା ଅଭିଯୋଗ ଉଠିଛି । ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଯୁବ ବିଜେଡି ଉପସଭାପତି ଭାବେ ନୂତନ କରି ବାଦଲ କୁମାର ପଣ୍ଡାଙ୍କୁ ଜିଲ୍ଲା ଯୁବ ସଭାପତି ତାପସ କୁମାର ପରିଡା ମନୋନୀତ କରିଥିଲେ। ପୂର୍ବରୁ ସେ ଏକ ସ୍ବେଛାସେବୀ ସଂଗଠନରେ ସକ୍ରିୟ ରହିବା ପରେ ତାଙ୍କ ଉପରେ ଆସ୍ଥା ରଖି ମନୋନୀତ କରାଯାଇଥିଲା । ହେଲେ ଆଜି ତାଙ୍କୁ କିଛି ମହିଳା ଓ ଅଞ୍ଚଳବାସୀ ଅଟକ ରଖିବା ଓ ଗାଳିଗୁଲଜ କରିବାର ଭିଡିଓ ଫୁଟେଜ ଫେସବୁକରେ ଭାଇରାଲ ହୋଇଛି । ଯାହା ସୂଚନା ମିଳିଛି ବାଦଲ କୁମାର ପଣ୍ଡା ପୂର୍ବରୁ ଏକ ଅରେକ୍ସା ଡିଲ ନାମକ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧୀନରେ କିଛି ଏଜେଣ୍ଟ କାମ କରୁଥିବାର ଜଣାପଡିଛି ।

ହୀତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଂକା ନେଇ ରସିଦ ନଦେଇ ମୋବାଇଲରେ ମେସେଜ ପଠାଇ ସୂଚନା ଦିଆଯାଉଥିବାର କୁହାଯାଏ । ହେଲେ ପରବର୍ତ୍ତି ମୁହୂର୍ତ୍ତରେ ଏହା ଚିଟଫଣ୍ଡ ସଂସ୍ଥା ବୋଲି ଜଣା ପଡିବା ପରେ ସ୍ଥାନୀୟ କିଛି ଏଜେଣ୍ଟଙ୍କୁ ଜମାକାରୀ ମାନେ ଘେରିଥିଲେ । ପରେ ଅତିଷ୍ଠ ହୋଇ ସଂପୃକ୍ତ ସଂସ୍ଥା ସହିତ ପରିଚିତ କରିଥିବା ବାଦଲଙ୍କୁ ହିତାଧିକାରୀ ଓ ଏଜେଣ୍ଟ ମାନେ ଅଟକ ରଖିଥିଲେ । ଅତି ଚତୁରତାର ସହ ଏହି ଭିଡିଓ ଫୁଟେଜ ଉଠାଇ ନେଇଥିଲେ । ଏପରିକି ଟଙ୍କା ଫେରସ୍ଥ କରିବାର ଏଗ୍ରିମେଣ୍ଟ ମଧ୍ୟ କରିନେଇଥିଲେ । ହେଲେ ଏହି ଫୁଟେଜ ଆଜି ଭାଇରାଲ ପରେ ଆଜି ନୀଳଗିରିରେ ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ବିଜେଡି ଦଳ ସର୍ବଦା ସ୍ୱଚ୍ଛ ଓ ନିର୍ମଳ କୁହାଯାଉଥିବା ବେଳେ ଘଟଣାକୁ ନେଇ ବିଜେଡି ସୁପ୍ରିମୋ ଓ ଜିଲ୍ଲା ସଭାପତି କିପରି ଗୁରୁତ୍ୱ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଘଟଣାକୁ ନେଇ ବାଦଲ କୁମାର ପଣ୍ଡାଙ୍କ ମତାମତ ନେବା ପରେ ଘଟଣାକୁ ଖଣ୍ଡନ କରିବା ସହ ମୋତେ ବଦନାମ କରିବା ପାଇଁ ଚକ୍ରାନ୍ତ କରିଛନ୍ତି । ବହୁଲୋକ ଚିଣ୍ଡଫଣ୍ଡ ସଂସ୍ଥାରେ କାମ କରୁଛନ୍ତି ଆଉ ଲୋଭରେ ଟଙ୍କା ମଧ୍ୟ ରଖିଛନ୍ତି ମୁଁ ମଧ୍ୟ ଏହି ସଂସ୍ଥାରେ ଥିଲି ମୋତେ ଡକାଇ ଟଙ୍କା ମାଗିଥିଲେ । ଆଉ ଦସ୍ତଖତ ମଧ୍ୟ କରାଇ ନେଇଥିଲେ ।