ମାନସିକ ଭାରସାମ୍ୟ ହରାଇ ନିଜ ହାତକୁ ନିଜେ ହାଣିଲେ ଯୁବକ

ଦିଗପହଣ୍ଡି, ୨୩/୫: ସ୍ତ୍ରୀ ସହ ଫୋନ୍‌ ମାଧ୍ୟମରେ କଥା ହେବା ପରେ ମାନସିକ ଭାରସାମ୍ୟ ହରାଇ ଶେଷରେ କାତିରେ ନିଜେ ନିଜର ଡାହାଣ ହାତକୁ ହାଣି ଦେଇଛନ୍ତି ଜଣେ ଯୁବକ । ପରିବାର ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଛି । ସ୍ତ୍ରୀ ଜଣକ ନରେନ୍ଦ୍ରପୁର ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି । ଯୁବକ ଜଣକ ତାଙ୍କ ସହ ଫୋନ୍‌ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ । ପରେ କୌଣସି କାରଣବଶତଃ ଉତ୍ତ୍ୟକ୍ତ ହୋଇ ଓ ମାନସିକ ଭାରସାମ୍ୟ ହରାଇ ଘରେ ଥିବା ଏକ କାତିରେ ଯୁବକଜଣକ ନିଜର ଡାହାଣ ହାତକୁ ହାଣି ଦେଇ ଗୁରୁତର ହୋଇପଡ଼ିଥିଲେ ।

   ସମ୍ବନ୍ଧିତ ଖବର


ଶୁଣନ୍ତୁ ଭାଇରାଲ୍‌ ଅଡିଓ- କରୋନା ଯୋଦ୍ଧା ନର୍ସଙ୍କୁ ବରିଷ୍ଠ ଅଧିକାରୀଙ୍କ ଧମକ, ସସ୍‌ପେଣ୍ଡ ନୁହେଁ ଜେଲ୍‌କୁ ପଠାଇ ଦେବେ!

ନେପାଳ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେ ଓଡିଶାରେ ରହୁଥିବା ନେପାଳୀ- କହିଲେ ଚୀନ୍‌ର ରହିଛି ହାତ

କଷ୍ଟମର କେୟାର କହି ଆକାଉଣ୍ଟରୁ ଉଡାଇନେଲେ ୯ ଲକ୍ଷ ଟଙ୍କା,ସିମ୍ ସ୍ବାପିଂ ଠକେଇ

ଭଦ୍ରକ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ବନ୍ଦ- ଦାବିରେ ଅଟଳ ଘରୋଇ ବସ ଓ ଟ୍ରକ କର୍ମଚାରୀ ସଂଘ

ଜୁନ୍ ମାସରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

ପାଟପୁର ଥାନା ସମ୍ମୁଖରେ ଘରୁ ଦୌଡି ଆସି ବାଇକ୍‌ରେ ବସି ଯୁବତୀ ଚମ୍ପଟ- ଗୋଡାଇଲେ ପରିବାର ଲୋକ, ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌