ଘର ପଛପଟୁ ଯୁବକଙ୍କ ମୃତ ଦେହ ଉଦ୍ଧାର,ହତ୍ୟା ସନ୍ଦେହ

କଳାହାଣ୍ଡି ୧୦/୩: ଘର ପଛପଟୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ପୋଡଶୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତକ  ପରିବାର । କୋକସରା ଥାନା ଜଳତାମୁଣ୍ଡା ଗାଁରେ ଘଟିଛି ଅଘଟଣ। ମୃତକ ନକୁଳ ତାଣ୍ଡି ଗତକାଲି ରାତିରେ ଘରୁ ବାହାରି ଫେରିନ ଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ଘର ପଛପଟୁ ମିଳିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି।

ସୂଚନା ମୁତାବିକ, ମଙ୍ଗଳବାର ସକାଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକକୁ ଗଳା ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ତଦନ୍ତ ଆରମ୍ଭ କରିଛି । କିଛି ଦିନ ତଳେ ପଡୋଶୀ ଘର ଝିଅକୁ ଅଶ୍ଲୀଳ ଇଙ୍ଗିତ କରୁଥିବା ଅଭିଯୋଗ ନେଇ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଯୁବକଙ୍କୁ ହତ୍ୟା କରଯାଇ ଘର ପଛ ପଟେ ପକାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। କୋକସରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ମାମଲାର ଛାନ୍ନ ଭିନ୍ନ ଆରମ୍ଭ କରିଥିବା ସୂଚନା ମିଳିଛି

   ସମ୍ବନ୍ଧିତ ଖବର


କାଳିଆକୁ ଦେଖିବା ଜିଦ୍‌ରେ ତା’ ବେଡ୍‌ ପାଖରେ ଘୂରି ବୁଲୁଛି ଜଗା, ମା’ ସହ ଭାଇର ଫେରିବା ବାଟକୁ ଅନେଇ ବସିଛି…

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର