PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଗୋବରୀ ନଦୀରେ ଶୌଚ ହେବାକୁ ଯାଇ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ବ୍ରଜ

ମହାକାଳପଡା ୧୮/୧୨: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଦେଉଳପଡ଼ା ଗ୍ରାମର ମଙ୍ଗଳା ତୁଠରେ ଗୋବରୀ ନଦୀରେ ଶୌଚ ହେବାକୁ ଯାଇଥିବା ଦେଉଳପଡ଼ା ଗ୍ରାମର ବ୍ରଜକିଶୋର ପ୍ରଧାନ(୪୭)ଙ୍କୁ ମଙ୍ଗଳବାର ସଂଧ୍ୟା ସମୟରେ କୁମ୍ଭୀର ଆକ୍ରମଣ କରିଥିଲା । ହଠାତ୍‌ କୁମ୍ଭୀର ଆକ୍ରମଣ କରିବା ସମୟରେ ବ୍ରଜ ଚିତ୍କାର କରି ଡାକିଥିଲେ । ପାଖରେ ଥିବା ସୁଶାନ୍ତ ପଣ୍ଡା ଯାଇଁ ତାଙ୍କୁ ଉଦ୍ଧାର କରିଥିଲେ ।

ସୂଚନା ଅନୁଶାରେ ବ୍ରଜଙ୍କୁ କୁମ୍ଭୀର ମୁହଁରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କର ବାମ ଗୋଡ଼ ଓ ହାତରେ ଗଭୀର କ୍ଷତ ଲାଗିଛି । ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୋବରୀ ନଦୀରେ ଦିନକୁ ଦିନ କୁମ୍ଭୀର ଆକ୍ରମଣ କରିବା ବୃଦ୍ଧି ପାଉଛି । ବନ ବିଭାଗର ଶିଥିଳତାକୁ ସାଧାରଣ ଲୋକେ ଦାୟୀ କରୁଛନ୍ତି ।