ଅସୁରକ୍ଷିତ ଶ୍ରୀମନ୍ଦିର: ନୀଳଚକ୍ରରେ ଚଢ଼ି ଧ୍ବଜା ଖୋଲିଆଣିଲେ ନାବାଳକ

ପୁରୀ,୨୦ା୪(ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଅସୁରକ୍ଷିତ । ରାତି ଅଧରେ ଶ୍ରୀମନ୍ଦରି ଭତିରେ ଚୋର ଲୁଟ୍‌ କରୁଥିଲେ । ଶନିବାର ଦିବାଲୋକରେ ଜଣେ ନାବାଳକ ଶ୍ରୀମନ୍ଦିର ଚୂଡ଼ାରେ ଚଢିଲେ । ନୀଳଚକ୍ରରୁ ପତିତପାବନ ବାନା ଖୋଲି ଆଣିଲେ । ପୁଣି ନିଜ ଗାମୁଛା ନୀଳଚକ୍ରରେ ବାନ୍ଧି ତଳକୁ ଓହ୍ଲାଇଲେ । ଶ୍ରୀମନ୍ଦିର ପୁଲିସ ଉକ୍ତ ନାବାଳକଙ୍କୁ ଧର ସିଂହଦ୍ୱାର ଥାନା ଜମିା ଦେଇଛି । ନାବାଳକ ଜଣକ ଭଦ୍ରକ ଟାଉନ୍‌ର ହାତିଆ ମହନ୍ତୋ । ଶନିବାର ସକାଳ ପ୍ରାୟ ୯ଟା । ଶ୍ରୀମନ୍ଦିର ବାହାରେ ଭିତରେ କଡ଼ା ପ୍ରହରା । ଚାରଦି୍ୱାରରେ ସଶସ୍ତ୍ର ପୁଲସି । ଭିତରେ ମାଳ ମାଳ ପୁଲିସ, ସେବକ ଓ ଭକ୍ତଙ୍କ ଭିଡ଼ । ତଥାପି ଘଟିଥିଲା ଏହି ଅଚିନ୍ତନୀୟ ଘଟଣା ।

ଶ୍ରୀମନ୍ଦିର ମରାମତ ପାଇଁ ଏଏସଅ୍‌ଇ ସିଡ଼ି ବାନ୍ଧିଛି ନୀଳଚକ୍ର ପର୍ଯ୍ୟନ୍ତ । ମା’ ବିମଳାଙ୍କ ମନ୍ଦିର ନିକଟରେ ରହିଛି ଏହି ସିଡ଼ି । ସେହି ରାସ୍ତା ଦେଇ ହାତିଆ ଚଢିଯାଇଥିଲା ଶ୍ରୀମନ୍ଦିର ଶିଖରକୁ । ନୀଳଚକ୍ର ନିକଟରେ ପହଞ୍ଚିଥିଲା । ନିଜ ଗାମୁଛାକୁ ନୀଳଚକ୍ରରେ ବାନ୍ଧିଥିଲା । ନୀଳଚକ୍ରରେ ବନ୍ଧା ହୋଇଥିବା ପତିତପାବନ ବାନା ନେଇ ତଳକୁ ଫେରିଥିଲା । ଓହ୍ଲାଇଲା ବେଳକୁ ଯାଇ ଜନୈକ ଚୂନରା ସେବକଙ୍କ ନଜର ହାତିଆ ଉପରେ ପଡ଼ିଥିଲା । ସେ ଶ୍ରୀମନ୍ଦିର ପୁଲିସ ଅଧିକାରୀଙ୍କୁ ଡ଼ାକି ହାତିଆକୁ ହସ୍ତାନ୍ତର କରିଥିଲେ ।

ସିଂହଦ୍ୱାର ଥାନା ପୁଲିସ ହାତିଆକୁ ଅଟକ ରଖି ପଚରାଉଚରା କରିଥିଲା । ଏନେଇ ସିଂହଦ୍ୱାର ଥାନା ଆଇଆଇସି ଶ୍ରବଣ କୁମାର ମହାରଣା କୁହନ୍ତି ଶ୍ରୀମନ୍ଦିର ଶିଖରରେ ଜଣେ ନାବାଳକ ଚଢିଥିଲେ । ଉକ୍ତ ନାବାଳକଙ୍କୁ କର୍ତ୍ତବ୍ୟରତ ପୁଲିସ ଧରି ଆଣି ଥାନାକୁ ଆସିଥିଲେ । ନାବାଳକର ମାନସିକ ଭାରସାମ୍ୟ ସନ୍ତୁଳିତ ନ ଥିଲା ଭଳି କଥା କହୁଛନ୍ତି । ଚାଇଲ୍ଡ ଲାଇନ୍‌କୁ ତାଙ୍କୁ ହସ୍ତାନ୍ତର କରାଯାଇଛି । ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯାଇଛି । ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   ସମ୍ବନ୍ଧିତ ଖବର


ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଟାଟା ମ୍ୟାଜିକରେ ହଠାତ୍ ଲାଗିଗଲା ନିଆଁ, ଜୀଅନ୍ତା ଜଳି ଦୁଇ ଜଣଙ୍କର ମୃତ୍ୟୁ

ରାଜନୀତିରେ ପୁଣି ପାଦ ରଖିବେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆସନ୍ତାକାଲି ଶିବସେନାରେ ହେବେ ସାମିଲ୍‌…

ଆଫଗାନିସ୍ତାନରେ କାର୍ ବୋମା ବିସ୍ଫୋରଣ, ୨୬ ସୁରକ୍ଷାକର୍ମୀ ନିହତ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି