PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ଭୟ : ତାମିଲନାଡୁର ଏକ ସ୍କୁଲ୍‌ରେ କରୋନା ଆତଙ୍କ , ୨୫ ପିଲାଙ୍କୁ କୋଭିଡ୍‌ ପଜିଟିଭ୍
  • ||
  • ୨୯ ଦେଶକୁ ମାଡ଼ି ଗଲାଣି ଓମିକ୍ରନ୍ – ପ୍ରେସମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ଭାରତରେ ଓମିକ୍ରନ ,କର୍ଣ୍ଣାଟକରୁ ଚିହ୍ନଟ ହେଲେ ୨ ଓମିକ୍ରନ ଆକ୍ରାନ୍ତ , ପ୍ରେସ୍‌ମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ତେଲେଙ୍ଗାନାରେ ଚିହ୍ନଟ ହୋଇନି ଓମିକ୍ରନ , ଏ ନେଇ ଖବରକୁ ଖଣ୍ଡନ କଲା ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ । ବ୍ରିଟେନ୍‌ ଫେରନ୍ତା ମହିଳା କୋଭିଡ୍‌ ପଜିଟିଭ ଚିହ୍ନଟ
  • ||
  • ଭାରତରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ , ତେଲେଙ୍ଗାନାରୁ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତ ମହିଳାଙ୍କର ବୟସ ୩୫ ବର୍ଷ , ଇଂଲଣ୍ଡରୁ ଫେରିଥିଲେ ସଂପୃକ୍ତ ମହିଳା
  • ||
  • କଟକ: ଗାଡ଼ି ଟଣା ବେଳେ ଫାଇନାନ୍ସ କମ୍ପାନି କର୍ମଚାରୀ ଉପରକୁ ବ୍ଲାଙ୍କ ଫାଇରିଙ୍ଗ୍ ଘଟଣା, ଦୁଇ ଅଭିଯୁକ୍ତକୁ ଧରିବା ପାଇଁ କଟକ ପୋଲିସ ଟିମ୍ ଗଞ୍ଜାମରେ
  • ||
  • ଅମ୍ବାଦଳା: ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ବାଇକ ସହ ୩ ଗିରଫ
  • ||
  • ବ୍ରହ୍ମପୁର: ବିଶିଷ୍ଟ ସିପିଏମ୍ ନେତା ବସନ୍ତ ନନ୍ଦଙ୍କ ହୃଦଘାତରେ ବିୟୋଗ
  • ||
  • ରାୟଗଡା: ୩ ବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର କରାଯାଇଥିବା ଅଭିଯୋଗ
  • ||
  • କାଶୀପୁର: ହାତଗୁଞ୍ଜା ବିନା ଘୁଞ୍ଚୁନି ଫାଇଲ, ପ୍ରାପ୍ୟ ପାଇବାରେ ହଇରାଣ ଅବସର ଶିକ୍ଷକ
  • ||
  • ପାପଡାହାଣ୍ଡି: ମହୁ ମାଛି ଆକ୍ରମଣରେ ବୃଦ୍ଧ ଗୁରୁତର!
  • ||
  • ସୁନ୍ଦରଗଡ଼: କୋଇଡାରେ ଥମୁନି ହାତୀ ଉପଦ୍ରବ, ଘରେ ଶୋଇଥିବା ବେଳେ ଟାଣି ଦଳି ଦେଲା ଦନ୍ତା, ଘଟଣା ସ୍ଥଳରେ ବୃଦ୍ଧଙ୍କ ଉଡିଗଲା ପ୍ରାଣ ବାୟୁ
  • ||
  • ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶର ଦ୍ବିତୀୟ ଦିନ, ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ, ୪ ଯାଏଁ ଗୃହ ମୁଲତବୀ
  • ||
  • ଭୁବନେଶ୍ୱର: ୧୨ ଘଣ୍ଟାରେ ଅବପାତ, ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରପୂ ନେବ ସମ୍ଭାବନା
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ଭୁବନେଶ୍ଵର: ୨୪ ଘଣ୍ଟାରେ ୨୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୫୯୭ ଜଣକୁ ବୃଦ୍ଧି
  • ||
  • ନୂଆଦିଲ୍ଲୀ:୨୩ ରାଷ୍ଟ୍ରକୁ ବ୍ୟାପିଲା ଓମ୍ରିକନ୍, ଆନ୍ତର୍ଜାତିକ ବିମାନ ଉଡାଣ ସ୍ଥଗିତ
  • ||
  • ସୋର: ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି
  • ||
  • କୋକସରା: ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
  • ||
  • କନ୍ଧମାଳ: ପେଟ୍ରୋଲ ପମ୍ପକୁ ତେଲ ପକାଇବା ଆସିଥିବା ଗାଡ଼ିରୁ ମୋବାଇଲ ଚୋରି
  • ||

ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା

କାଲିମେଳା/ଏମ୍ଭି-79, 13।1(ଆପ୍ର): ମାଲକାନଗିରି ଜିଲ୍ଲା ଏମ୍ଭି-79 ଅଞ୍ଚଳରେ ଘଟିଛି ଏକ ଅମାନବୀୟ କାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର 6 ଦିନ ପରେ ପଦାକୁ ଆସିଛି ଏହି ଚାଞ୍ଚଲ୍ୟକର ଘଟଣା। ଭୁବନପାଲ୍ଲି ଗାଁର ବେଟୀ ରାମା(22)ଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା କରାଯାଇ ପୋଡି଼ ଦିଆଯାଇଥିବା ଘଟଣାରେ 4ଜଣଙ୍କୁ ଗିରଫ କରିଛି ପୁଲିସ୍। ଗିରଫ 4ଜଣ ହେଲେ ଭୁବନପାଲ୍ଲି ଗାଁର ମହେଶ୍ବର କୁଞ୍ଜ, ଦେବେନ୍ଦ୍ର କୁଞ୍ଜ, ଭୀମା କୁଞ୍ଜ ଓ ମହେନ୍ଦ୍ର ମାଡକାମୀ। ଏଥିରେ ସାମିଲ ଥିବା ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍ କହିଛି।
ପୁଲିସ୍ ସୂଚନା ଅନୁଯାୟୀ, ଭୁବନପାଲ୍ଲି ଗାଁର ବେଟୀ ରାମାଙ୍କ ବାପା ବେଟୀ ଜଗା ଗୁଣିଗାରେଡ଼ି କରୁଥିଲେ। ଏହାକୁ ନେଇ ଗାଁର କେତେକ ଲୋକ ଅସନ୍ତୁଷ୍ଟ ଥିଲେ। ଗତ 7 ତାରିଖ ରାତିରେ ସେମାନେ ଗାଁରେ ଏକ ବୈଠକ ଡାକି ଜଗାଙ୍କୁ ଡାକିଥିଲେ। କିନ୍ତୁ ପୂର୍ବରୁ ଏ ସମ୍ପର୍କରେ ଖବରପାଇ ଗାଁ ଛାଡି ପଳାଇଥିଲେ ଜଗା। ରାତିରେ ସଭା ବସିବା ପରେ ଜଗା ନଥିବା ଜାଣିବାକୁ ପାଇ ଗାଁର କେତେକ ଲୋକ ଜଗାଙ୍କ ପୁଅ ରାମାଙ୍କୁ ଡାକିଥିଲେ। ଗ୍ରାମସଭାରେ ତାଙ୍କୁ ଜଗାଙ୍କ ଗୁଣିଗାରେଡ଼ି ସମ୍ପର୍କରେ ପଚରାଯାଇଥିଲା। ପରେ ଉତ୍ତ୍ୟକ୍ତ ଲୋକେ ରାମାଙ୍କୁ ଲୁହାରଡ୍ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ଂରେ ଆକ୍ରମଣ କରିଥିଲେ। ପିଟି ପିଟି ଗାଁ ଦାଣ୍ଡରେ ହତ୍ୟା କରି ଶ୍ମଶାନରେ ପୋଡି଼ ଦେଇଥିଲେ। ଏହି ଖବର ଗାଁର ଅନ୍ୟମାନେ ଦେଖିଥିଲେ ମଧ୍ୟ ଭୟରେ କେହି ହେଲେ ପାଟି ଖୋଲିନଥିଲେ। ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିଲା। ପରେ ପୁଲିସ୍ କୌଣସି ସୂତ୍ରରୁ ଖବରପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ଏହି ହତ୍ୟା ମାମଲାରେ ଜଡ଼ିତ ଥିବା ଅଭିଯୋଗରେ ପୁଲିସ୍ ଉପରୋକ୍ତ 4ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।