ଯୁବକଙ୍କୁ ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତାରେ ପିଙ୍ଗି ଦେଲେ ଦୁର୍ବୁର୍ତ୍ତ

ମୟୁରଭଞ୍ଜ ୯/୧୦: ଯୁବକକୁ ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତା ଉପରେ ପିଙ୍ଗି ଦେଲେ ଦୁର୍ବୁର୍ତ୍ତ। ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁ ମୁଣ୍ଡରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡି ଥୁବା ଗ୍ରାମବାସୀ ଆଜି ସକାଳୁ ଦେଖିଥିଲେ। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରାଷୋଳ ଗାଁ ର ଦିଲ୍ଲୀପ କୁମାର ମହାନ୍ତ। ମୃତ ଯୁବକ ଜଣକ ଗତ ଦୁଇ ବର୍ଷ ହେବ ନିଜ ଶଶୁର ଘର ବୈଶିଙ୍ଗା ଥାନା ଗଡଗଡ଼ିଆ ରେ ରହୁଥିଲେ ତେବେ ଗତକାଲି ରାତିରେ କେହି ଦୁର୍ବୁର୍ତ୍ତ ହତ୍ୟା ପରେ ଗାଁ ମୁଣ୍ଡରେ ପିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ହାତରେ ମୋବାଇଲ ଲାଇଟ ଜଳୁଥିବା ବେଳେ ମୁହଁ ରକ୍ତ ବାହାରୁଥିବା ଦେଖାଯାଇଛି ।

ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ଖବର ପାଇ ମୋରଡ଼ା ପୋଲିସ ଓ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡ଼ିକାଲ କଲେଜକୁ ପଠାଇଛନ୍ତି।

   ସମ୍ବନ୍ଧିତ ଖବର


୫ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରିବାକୁ ୫୦ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଲା ଯୁବକ, ଏଭଳି ପର୍ଦାଫାଶ କଲା ଏସଟିଏଫ୍

ପୁଣି ଖାକିରେ ଲାଗିଲା କଳଙ୍କ: ସହଯୋଗ ବଦଳରେ ଦୁଷ୍କର୍ମ ଓ ବ୍ଲାକମେଲିଂ, କନେଷ୍ଟେବଲ ଗିରଫ

ମଦୁଆ ବାପର କାଠ ଫାଳିଆ ମାଡ଼ରେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ

ସିମେଣ୍ଟ ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ:୨ ମାଫିଆଙ୍କୁ ଗିରଫ