PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ବିବାହ ମଣ୍ଡପରେ ଝୁଲୁଛି ଯୁବକଙ୍କ ମୃତଦେହ, ଆଜି ଘର ଖୋଲିବ ସାଇଣ୍ଟିଫିକ୍‌ ଟିମ୍‌

ଚନ୍ଦ୍ରଶେଖରପୁର ୧୮/୦୯: ଇନଫୋସିଟି ଥାନା ମ୍ୟାଗନେଟିକ୍‌ ଛକରେ ଥିବା ଏକ ବିବାହ ମଣ୍ଡପ ପରିସରରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପ୍ରକାଶ କୁମାର ବଳ(୨୬) । ଘର ଯାଜପୁରରେ ହୋଇଥିବା ବେଳେ ଏଠାରେ ଟଙ୍କପାଣି ରୋଡ୍‌ରେ ରହୁଥିଲେ । ପୁଲିସ ତାଲା ପକାଇ ମୃତଦେହକୁ ଜଗି ବସିଛି । ଶନିବାର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ସନ୍ଦେହ ଘନୀଭୂତ ହୋଇଛି ।

ସୂଚନା ଅନୁଯାୟୀ ଉକ୍ତ ଛକରେ ଥିବା ଏକ ଇଭେଣ୍ଟ ସଂସ୍ଥାରେ ପ୍ରକାଶ କାମ କରନ୍ତି । ଶୁକ୍ରବାର ମଧ୍ୟାହ୍ନରେ ଅଫିସରେ ଆସି ବସିଥିବା ସହକର୍ମୀ ଦେଖିଥିଲେ । ଅପରାହ୍ନରେ ସହକର୍ମୀମାନେ ପ୍ରକାଶକୁ ଫୋନ୍‌ କରିଥିଲେ ବି ଫୋନ୍‌ ଲାଗିନଥିଲା । ସନ୍ଧ୍ୟାରେ କାମ ରହିଥିବାରୁ ସହକର୍ମୀମାନେ ଖୋଜା ଖୋଜି କରି ଉକ୍ତ ଅଫିସରେ ଆସି ଦେଖନ୍ତି ପ୍ରକାଶ ଫ୍ୟାନରେ ଝୁଲୁଛନ୍ତି । ଥାନାକୁ ସୂଚନା ଦେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ତେବେ ପ୍ରଶାନ୍ତଙ୍କ ଗୋଡ଼ ତଳେ ଲାଗିଥିବାରୁ ପୁଲିସର ସନ୍ଦେହ ସେଥିପାଇଁ ଆହୁରି ବଢି ଯାଇଛି । କିଏ ମାରିକି ଫ୍ୟାନରେ ଝୁଲାଇ ଦେଇ ନାହିଁ ତ? ଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟା ପୁଲିସ ସେନେଇ ଅଧିକ ତଦନ୍ତ କରୁଛି ।