ଧୋକା ଦେଲେ ପ୍ରେମିକା: ଭିଡ଼ିଓ କଲ୍ କରି ଲାଇଭ୍ ଆତ୍ମହତ୍ୟା କଲେ ପ୍ରେମିକ

ଆହ୍ଳାବାଦ୍ ୨୧।୩: ଦୀର୍ଘ ଦିନ ଧରି ଦୁହିଁଙ୍କ ମଧ୍ୟରେ ଚାଲିଥିଲା ପ୍ରେମ ସମ୍ପର୍କ। ପୁଣି ସେହି ପ୍ରେମରେ ଧୋକା ଖାଇବା ପରେ ଫାସୀ ଲଗାଇ ଆତ୍ମହତ୍ୟା କଲେ ପ୍ରେମିକ। ମାଉଆଇମାର ଏହି ଯୁବକ ଜଣକ ପ୍ରଥମେ ପ୍ରେମିକାକୁ ଭିଡ଼ିଓ କଲ୍ କରି କଥା ହେଉଥିଲେ। ପ୍ରେମିକାର ନିର୍ବନ୍ଧ କଥା ଶୁଣି ରାଗରେ ପ୍ରେମିକ ଭିଡ଼ିଓ କଲିଂ ଜରିଆରେ ପ୍ରେମିକାକୁ ଲାଇଭ୍ ଫାସୀ ଦେଖାଇଥିଲେ। ଯେତେବେଳେ ପ୍ରେମିକର ସାଥୀମାନେ ତା ଘରେ ପହଞ୍ଚିଥିଲେ ସେତେବେଳେ ମୋବାଇଲ ତଳେ ପଡ଼ିଥିଲା ଏବଂ ସେଥିରେ ଚାଳିଥିଲା ଭିଡ଼ିଓ କଲ।
ମାଉଆଇମା ଜିଲ୍ଲା ଅନ୍ତର୍ଗତ ସରାୟ ଖ୍ବାଜା ଗାଁ ନିବାସୀ ମୁଖ୍ତାର ଅହମଦଙ୍କର ଦ୍ବିତୀୟ ପୁତ୍ର ମହଫୁଜ ଆଲମ (୨୪) ଦୁବାଇର ଏକ ହୋଟେଲ ଦିୟାଫାନୀରେ ରୋଷେୟା କାମ କରୁଥିଲେ। ମଙ୍ଗଳବାର ଦିନ ଡ୍ୟୁଟି ସରିବା ପରେ ନିଜ ରୁମ୍କୁ ଫେରିଥିଲେ। ନିଜ ରୁମରେ ହିଁ ଏକ ଝିଅ ସହିତ ଭିଡ଼ିଓ କଲରେ କଥା ହେଉଥିଲେ। ସେହି ସମୟରେ ମହଫୁଜର ସାଙ୍ଗମାନେ ଅନ୍ୟ ରୁମରେ ଥିଲେ।
ମହଫୁଜର ସାଙ୍ଗ ହସିବାଙ୍କ କହିବାନୁସାରେ, ମହଫୁଜ ଏକ ଝିଅ ସହିତ କଥା ହେଉଛି ବୋଲି କହୁଥିଲା। ଏବଂ ସେ ଫୋନରେ ସେହି ଝିଅକୁ କହୁଥିଲା କି, ‘ତୁମେ ମୋ ସହିତ କିଛି ଠିକ କରିଲ ନାହଁ। ତୁମ ଘର ବାଲା ଆଉ କାହା ସହ ନିର୍ବନ୍ଧ କରିଦେଇଛନ୍ତି ଆଉ ତୁମେ କିଛି କରିଲ ନାହିଁ। ଏମିତିରେ ମୁଁ ବଞ୍ଚିକି କିଛି ଲାଭ ନାହିଁ ବୋଲି ମହଫୁଜ ଫୋନରେ କହୁଥିଲା।’
କିଛି ସମୟ ଗଲା ପରେ ମହଫୁଜର ସାଙ୍ଗ ତାକୁ ଆବାଜ ଦେଇ ଡାକିଥିଲେ କିନ୍ତୁ ସେହି ରୁମରୁ କିଛି ଶବ୍ଦ ଶୁଣିବାକୁ ମିଳିନଥିଲା। କବାଟ ଖୋଲି ଦେଖିଲାବେଳକୁ ମହଫୁଜ ବେକରେ ଫାସୀ ଦେଇ ଝୁଲୁଛି। ସେହି ସମୟରେ ଭିଡ଼ିଓ କଲିଂ ଚାଲିଥିଲା। ଏହି ମାମଲା ସମ୍ପର୍କ ପୁଲିସକୁ ଖବର ଦେବା ସହିତ ଘରବାଲାଙ୍କୁ ସୂଚିତ କରାଯାଇଛି। ପୁଲିସ ଏହି ଘଟଣା ସମ୍ପର୍କରେ ଖୋଲତାଡ଼ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।