PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହେଲେ ୟ୍ୟୁଟୁବର ଜିତୁ ଜାନ୍‌

ମୁମ୍ବାଇ ୨।୬: ୟୁଟ୍ୟୁବରେ ଜିତୁ ଜାନ୍ ନାମରେ ଫେମସ୍ ହୋଇଥିବା ୟୁଟ୍ୟୁବର୍ ଜିତେନ୍ଦ୍ରଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ପତ୍ନୀ କୋମଲ ଅଗ୍ରୱାଲଙ୍କ ମୃତ୍ୟୁ ଘଟଣାରେ ଭଣ୍ଡୁପ ପୋଲିସ ଗିରଫ କରିଛି। ୟୁଟ୍ୟୁବରଙ୍କ ପତ୍ନୀ ନିକଟରେ ପଙ୍ଖାରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଏହା ପରେ ପୋଲିସ ଏହି ଘଟଣାର ତଦନ୍ତରେ ନିୟୋଜିତ ହୋଇ ପ୍ରଥମେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପରେ ମୃତ କୋମଲ ଅଗ୍ରୱାଲଙ୍କ ପରିବାର ତାଙ୍କ ସ୍ୱାମୀ ଜିତେନ୍ଦ୍ରଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ଜିତେନ୍ଦ୍ରଙ୍କ ବିରୋଧରେ ଆଇପିସିର ଧାରା ୩୦୪, ୩୨୩, ୩୦୬ ଏବଂ ୫୦୬ ଅଧିନରେ ଏକ ମାମଲା ରୁଜୁ କରିଛି। କୋମଲଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଜିତୁଙ୍କୁ ଗିରଫ କରିଛି ପୋଲିସ। ରିପୋର୍ଟରେ କୁହାଯାଇଛି, କୋମଲଙ୍କ ମା ଏବଂ ଭଉଣୀ ପ୍ରିୟା ତାଙ୍କ ବୟାନରେ କହିଥିଲେ ଯେ ଘର କାମକୁ ନେଇ ଜିତୁ ତାଙ୍କ ସ୍ୱର୍ଗତ ପତ୍ନୀଙ୍କୁ ମାଡ଼ ମାରୁଥିଲେ।

ଜିତେନ୍ଦ୍ର ହେଉଛନ୍ତି ମୁମ୍ବାଇର ୟୁଟ୍ୟୁବର୍, ଯିଏ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜିତୁ ଜାନ ଭାବରେ ପ୍ରସିଦ୍ଧ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜିତୁ ଜାନଙ୍କର ୨୮୪K ରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି।

ସମ୍ବନ୍ଧିତ ଖବର