ନିର୍ବାଚନ ଖବର
  • ଭୁବନେଶ୍ୱର: ଏମ୍‌ସ ନିକଟରେ ଟ୍ରକ୍‌-ବୁଲେଟ୍ ଧକ୍କାରେ ଜଣେ ମୃତ, ଡ୍ରାଇଭର ଫେରାର
  • ||
  • ସୁସ୍ଥ ହୋଇ ଘରକୁ ଫେରିଲେ ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ
  • ||
  • ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଉଦ୍‌ଘାଟନୀ ଉତ୍ସବର ରିହାଲସଲ୍‌ ସ୍ଥଗିତ
  • ||
  • ନୟାଗଡ଼ କୁସୁମୀ ନଦୀରେ ବୁଡି ଭାଇ ଭଉଣୀ ମୃତ,
  • ||
  • ନବ ନିର୍ବାଚିତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକର, ପ୍ରଧାନମନ୍ତ୍ରୀଙ୍କ ଶପଥ ଉତ୍ସବରେ ହେବେ ସାମିଲ୍
  • ||
  • କଳାହାଣ୍ଡି: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ବାପା ମୃତ, ପୁଅ ଓ ଅନ୍ୟ ଜଣେ ଗୁରୁତର
  • ||
  • କାଲିମେଳାରୁ ନିଖୋଜ ଡାକ୍ତର କର୍ଣ୍ଣାଟକରେ ଠାବ, ଖୁବ୍‌ଶୀଘ୍ର ମାଲକାନଗିରି ଅଣାଯିବ
  • ||
  • ଏନ୍‌ଡିଏର ନେତା ହେଲେ ନରେନ୍ଦ୍ର ମୋଦି, ୮ରେ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ
  • ||
  • ଆସନ୍ତା ୩ରୁ ୪ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ, ୧୨ରୁ ପୁଣି ବଢ଼ିପାରେ ତାତି
  • ||
  • ନୂଆ ସରକାର ଆସିଲେ କ’ଣ ହେବ ? ଡରରେ ଆଗଧାଡ଼ିଆ ଅଫିସରଙ୍କ ଛାତି ଧଡ଼ଧଡ଼, ଖଣ୍ଡାଧାରରେ ଭାଗ୍ୟ
  • ||

ବିଧାୟକ ବୋଲି ଆଗୁଆ ଭୋଟ୍‌ ଦେଇଥାନ୍ତେ; ବିରୋଧ କରିବାରୁ ଭୋଟରଙ୍କୁ ମାରିଲେ ଚାପୁଡ଼ା, ମାଡ଼ ବି ଖାଇଲେ

ଅମରାବତୀ: ପୋଲିଂ ବୁଥରେ ଭୋଟରଙ୍କୁ ମାଡ଼ ମାରି ହଟହଟ୍ଟା ହୋଇଛନ୍ତି ବିଧାୟକ । ଆଗୁଆ ଭୋଟ ଦେବାକୁ ନେଇ ଓ୍ବାଇଏସଆର କଂଗ୍ରେସର ବିଧାୟକ ଧାଡ଼ିରେ ଥିବା ଜଣେ ଭୋଟରଙ୍କୁ ଚାପୁଡ଼ା ମାରିଥିଲେ।  ଏହାର ପ୍ରତିଜବାବ ଦେବାକୁ ଯାଇ ଭୋଟର ଜଣଙ୍କ ବିଧାୟକଙ୍କ ଗାଲକୁ ଶକ୍ତ ଚାପୁଡ଼ାଟିଏ ମାରିଥିଲେ । ଏହା ପରେ ବିଧାୟକଙ୍କ ସମର୍ଥକ ଏବଂ ଭୋଟରଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ଏନେଇ ଏକ ଭିଡିଓ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ସାମ୍ନାକୁ ଆସିଛି । 

ଆନ୍ଧ୍ର ପ୍ରଦେଶର ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ଆଜି ମତଦାନ ହେଉଛି। ଭୋଟ ଦେବାକୁ ସକାଳୁ ଲୋକମାନେ ବିଭିନ୍ନ ବୁଥରେ ଲମ୍ବା ଧାଡ଼ି କରି ଛିଡ଼ା ହୋଇଛନ୍ତି। ସେହିଭଳି ଗୁଣ୍ଟୁରର ଗୋଟିଏ ପୋଲିଂ ବୁଥରେ କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସର ତେନାଲି ବଧାୟକ ଶିବକୁମାର ଭୋଟ ଦେବାକୁ ଆସିଥିଲେ । ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଶିବକୁମାର ବିଧାୟକ ହୋଇଥିବାରୁ ଆଗୁଆ ପୋଲିଂ ବୁଥରେ ପଶିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାମ୍ନାରେ ଛିଡ଼ା ହୋଇଥିବା ଜଣେ ଭୋଟର ଏହାକୁ ବିରୋଧ କରିଥିଲେ । ଏଥିରେ ରାଗି ଯାଇ ଶିବକୁମାର ଉକ୍ତ ଭୋଟରଙ୍କ ପାଖକୁ ଆସିଥିଲେ ଓ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । 

ଭୋଟର ଜଣଙ୍କ ମଧ୍ୟ ପାଲଟା ଜବାବରେ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ। ଏହା ଦେଖି ବିଧାୟକଙ୍କ ସମର୍ଥକମାନେ ଉକ୍ତ ଭୋଟରଙ୍କ ଉପରେ ଆକ୍ରମଣ କରିଥିଲେ । ବୁଥରେ ସେହି ସମୟରେ ଅନେକ ଲୋକ ଥିଲେ ମଧ୍ୟ କେହି ବି ବିଧାୟକଙ୍କ ସମର୍ଥକମାନଙ୍କୁ ଅଟକାଇ ନଥିଲେ । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କୌଣସି ସୁରକ୍ଷାକର୍ମୀ ବିଧାୟକଙ୍କ ସମର୍ଥକଙ୍କୁ ଅଟକାଇ ନଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଲୋକ ବିଧାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେହିପରି ୱାଇଏସ୍‌ଆର କଂଗ୍ରେସ ପରାସ୍ତ ହେବାକୁ ଯାଉଥିବାରୁ ଏଭଳି କାଣ୍ଡ ଘଟାଇଛି ବୋଲି ବିରୋଧୀ ଟିଡିପି ପକ୍ଷରୁ କୁହାଯାଇଛି ।

 

  • lok sabha election 2024
  • Andhra pradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.