PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଅନ୍ତଃରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗର ୫ ଗିରଫ, ୫ ବାଇକ ଜବତ…
  • ||
  • ରାଉରକେଲା : ରାଉରକେଲା ଓ ଉପର ମୁଣ୍ଡରେ ଲଗାଣ ବର୍ଷା, ବଢିଲା କୋଏଲ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମର ତିନି ଗେଟ୍
  • ||
  • ଭୁବନେଶ୍ୱର: ଆଜି କୁଳପତି ସମ୍ମିଳନୀ, ଶ୍ରେଣୀଗୃହ ପାଠପଢ଼ା ନେଇ ହେବ ଆଲୋଚନା
  • ||
  • ଆଜି ତୃତୀୟ ଦିନିକିଆ: ଟିମ୍‌ ଇଣ୍ଡିଆରେ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ, ସମ୍ମାନ ବଞ୍ଚାଇବା ପାଇଁ ସବୁ ଶକ୍ତି ଖଟାଇବ ଘରୋଇ ଦଳ
  • ||
  • ଭୁବନେଶ୍ୱର: ଆଜି ରସଗୋଲା ଦିବସ, ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ନିଳାଦ୍ରୀନାଥ
  • ||
  • ଗଜପତି: ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା, DFO ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା
  • ||
  • ସୁନ୍ଦରଗଡ଼ : କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ବଜାରପଡାରେ ନିର୍ମମ ହତ୍ୟାକାଣ୍ଡ, ଘର ବାହାରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୯୧୭ କରୋନା ପଜିଟିଭ୍
  • ||
  • ବଲାଙ୍ଗିର : ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକ
  • ||
  • କେନ୍ଦୁଝର : ତେଲକୋଇ ରେଞ୍ଜ ଅଧିନ ଖୁଣ୍ଟାପଡା ପଞ୍ଚାୟତର କୁଲାଡେରା ଗାଁରେ ଗୋଠଛଡା ଦନ୍ତା ଉପଦ୍ରବ, ଭିନ୍ନକ୍ଷମଙ୍କ ଘର ଭାଙ୍ଗି ୧୦ ବସ୍ତା ଧାନ ଓ ୮୦ କେଜି ଚାଉଳ ନଷ୍ଟ କଲା ଦନ୍ତା
  • ||
  • ଭୁବନେଶ୍ୱର : ଲଘୁଚାପ ଆଣିଲା ବଡ଼ ବର୍ଷା, ୨୦ ଜିଲ୍ଲାରେ ପ୍ରବଳ ବର୍ଷିପାରେ
  • ||
  • ପୁରୀ : ଆଜି ନୀଳାଦ୍ରି ବିଜେ, ରତ୍ନସିଂହାସନକୁ ଫେରିବେ ମହାବାହୁ, ଅପରାହ୍ନ ୪ଟାରେ ଆରମ୍ଭ ହେବ ପହଣ୍ଡି
  • ||
  • ନୂଆପଡ଼ା : ସିନାପାଲି ଥାନା ପାଟଦର୍ହା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||

ସନ୍ୟାସ ଭାଙ୍ଗି ପୁଣି ଖେଳିବେ କି ଯୁବରାଜ ସିଂହ? ପିସିଏ କଲା ଖାସ୍ ନିବେଦନ

https://crickettimes.com/

ଚଣ୍ଡୀଗଡ,୧୫।୮: ପୁଣି କ୍ରିକେଟ ଗ୍ରାଉଣ୍ଡକୁ ଫେରିବେ କି ଭାରତର ଷ୍ଟାର କ୍ରିକେଟର ଓ ଅଲରାଉଣ୍ଡର ଯୁବରାଜ ସିଂ? ପଞ୍ଜାବ କ୍ରିକେଟ ଆସୋସିଏସନ୍(ପିସିଏ  ଯୁବରାଜ୍ ସିଂଙ୍କୁ ସ୍ବତନ୍ତ୍ର ଅନୁରୋଧ କରିଛି। ପିସିଏ ୩୮ ବର୍ଷୀୟ ଯୁବରାଜଙ୍କୁ ସନ୍ୟାସ ନେବାର ନିଷ୍ପତ୍ତି ଫେରାଇ ନେଇ ରାଜ୍ୟର ଟିମ୍ ଖେଳାଳି ଓ ମେଣ୍ଟର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଯୁବରାଜ କୌଣସି ଉତ୍ତର ଦେଇନାହାନ୍ତି।

ପିସିଏ ସଚିବ ପୁନିତ ବାଲି କହିଛନ୍ତି,  ଯୁବରାଜ ପୂର୍ବରୁ ଶୁଭମନ ଗିଲଙ୍କ ସହିତ କିଛି ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ କରୁଛନ୍ତି। ବାମ ହାତର ଏହି ଷ୍ଟାର ବ୍ୟାଟସମ୍ୟାନ୍ ଓ ଅଲରାଉଣ୍ଡ ଅନ୍ତର୍ଜାତୀୟ କ୍ୟାରିୟରରେ ୪୦ ଟେଷ୍ଟ, ୩୦୪ ଦିନିକିଆ ଓ ୫୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

ପୁନିତ କହିଛନ୍ତି, ଆମେ ୫-୬ ଦିନ ପୂର୍ବରୁ ଯୁବରାଜଙ୍କୁ ଅନୁରୋଧ କରିଥିଲୁ। ଏବେ ତାଙ୍କର ଜବାବ ପାଇବାକୁ ଅପେକ୍ଷା କରିଛୁ। ଯଦି ସେ ମାନିନିଅନ୍ତି ତେବେ ପଞ୍ଜାବ କ୍ରିକେଟ ପାଇଁ ଏହା ଖୁବ୍ ଭଲ ହେବ। ଯୁବରାଜ ଗତ ବର୍ଷ କ୍ରିକେଟକୁ ଅଲବିଦା କରିଦେଇଥିଲେ। ଉଲ୍ଲେଖନୀୟ ଯେ, ୨୦୧୯ ଓ୍ବାର୍ଲ୍ଡ କପ୍ ଟିମରେ ଯୁବରାଜଙ୍କୁ ଚୟନ କରାଯାଇନଥିଲା। ସେ ଏହାପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିଲେ। ଏହାପରେ ସେ ବିଦେଶରେ ଲିଗ୍ ଖେଳିଥିଲେ।