PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ହଟିଲା ସଚ୍ଚିନଙ୍କ ସୁରକ୍ଷା ବ୍ୟବସ୍ଥା, ଆଦିତ୍ୟ ଓ ଆନ୍ନାଙ୍କୁ ଜେଡ୍ ସୁରକ୍ଷା

ମୁମ୍ବାଇ, ୨୫|୧୨: ମହାରାଷ୍ଟ୍ରର ଇଦ୍ଧବ ଠାକରେଙ୍କ ସରକାର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାର ଆଦିତ୍ୟ ଠାକରେ ଓ ଆନ୍ନା ହଜାରେଙ୍କ ସୁରକ୍ଷା ବ୍ୟବସ୍ଥା ଓ୍ନାଇ ପ୍ଲସରୁ ଜେଡ୍ କରିଛନ୍ତି।

ପୂର୍ବତ୍ତନ କ୍ରିକେଟର୍ ତଥା ଭାରତ ରତ୍ନରେ ସମ୍ମାନିତ ହୋଇଥିବା ସଚିନ ତେନ୍ଦୁଲକର ଓ ସୁନୀଲ ଗାଭାଷ୍କରଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ତେବେ ବାହାରକୁ ଗସ୍ତ ବେଳେ ସେମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସରକାର କହିଛନ୍ତି। ଉଭୟଙ୍କୁ ଏକ୍ସ୍ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ଦିଆଯାଇଥିଲା।

ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତ୍ତନ ମନ୍ତ୍ରୀ ଏକନାଥ ଖଡସେଙ୍କ ଓ୍ୱାଇ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ସେହିପରି ପୂର୍ବତନ ରାଜ୍ୟପାଳ ରାମ୍ ନାଇକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଜେଡ୍ ପ୍ଲସରୁ ଏକସ୍ କରିଦିଆଯାଇଛି।

ସରକାର ଆହୁରି ମଧ୍ୟ ବିଜେପିର ଅନେକ ନେତା ଓ ଜଣେ ବରିଷ୍ଠ ଓକିଲ ଉଜ୍ଜଳ ନିକମଙ୍କ ସୁରକ୍ଷାକୁ ହଟାଇ ଦେଇଛନ୍ତି। ଏହି ଓକିଲ ୨୦୦୮ ମୁମ୍ବାଇ ଆକ୍ରମଣକାରୀ କସାବ ବିରୋଧରେ କେସ୍ ଲଢିଥିଲେ।