ବୁମରାହଙ୍କୁ ଟିପସ୍ ଦେଲେ ଜାହିର ଖାନ, କହିଲେ ଏମିତି ଫର୍ମକୁ ଫେରି ହେବ

ଅକଲାଣ୍ଡ୍, ୧୩|୦୨:  ଭାରତର ପୂର୍ବତନ ବୋଲର ଜାହିର ଖାନ ଜସପ୍ରିତ ବୁମରାହଙ୍କୁ ପରାମର୍ଶ ଦେଇଛନ୍ତି। କିପରି ବୋଲିଂ କଲେ ବୁମରାହ ଫର୍ମକୁ ଫେରିବେ ତାହା ଜାହିର କହିଛନ୍ତି।

ଜାହିର କହିଛନ୍ତି ଯେ, ବମୁରାହ ଅଧିକ ଆକ୍ରମଣାତ୍ମକ ହେବା ସହ ରିସ୍କ ନେବା ଦରକାର। ବିପକ୍ଷ ବ୍ୟାଟସମ୍ୟାନ ଏବେ ବୁମରାହଙ୍କ ବଲକୁ ଅଧିକ ସତର୍କତାର ସହ ଖେଳିବେ। କାରଣ ସେ ଫର୍ମକୁ ଫେରିବା ପାଇଁ ଅଧିକ ଉଦ୍ୟମ କରିବେ।ତାଙ୍କୁ ଓ୍ୱିକେଟ୍ ହାସଲ କରିବା ପାଇଁ ଅଧିକ ଆକ୍ରମଣାତ୍ମକ ହେବାକୁ ପଡିବ। ଭାରତ ଟି୨୦ରେ ନ୍ୟୁଜିଲାଣ୍ଡକୁ ୫-୦ରେ ପରାସ୍ତ କରିଛି। ତେବେ ଦିନିକିଆରେ ଦଳ ୩-୦ରେ ପରାସ୍ତ ହୋଇଛି। ବ୍ୟାଟସମ୍ୟାନ ଏବେ ବୁମରାହଙ୍କ ବୋଲିଂକୁ ସାମ୍ନା କରିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବେ।

ଏହି ପୂର୍ବତନ ଦ୍ରୁତ ବୋଲର ଆହୁରି କହିଛନ୍ତି ଯେ, ବ୍ୟାଟସମ୍ୟାନ  ଏବେ ସତର୍କତାର ସହ ଖେଳିବେ। ବୁମରାହ ବ୍ୟାଟସମ୍ୟାନଙ୍କ ଦୁର୍ବଳତାକୁ ଅପେକ୍ଷା କରିବା ପରିବର୍ତ୍ତେ ଓ୍ୱିକେଟ୍ ଅକ୍ତିଆର କରିବା ପାଇଁ ସୁଯୋଗ ଖୋଜିବା ଆବଶ୍ୟକ। ଅନ୍ୟ ବ୍ୟାଟସମ୍ୟାନ ବୁମରାହଙ୍କୁ ସମ୍ମାନ ଦେଉଛନ୍ତି। ବୁମରାହ ସେମାନଙ୍କୁ ବଲ ଖେଳିବା ପାଇଁ ଉସକାଉବା ଦରକାର। ସେ ମୁଖ୍ୟ ବୋଲର ହୋଇଥିବାରୁ ଚାପରେ ରହିଥାନ୍ତି। ଭାରତ ଓ କିଓ୍ୱି ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ୍ ସିରିଜ ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ।

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ