ଦୁଃଖ ବଖାଣିଲେ ଜରିନ୍ ଖାନ, କହିଲେ-ମୁଁ ଭଲ କାମ କରିବାକୁ ଚାହୁଁଥିଲି, କିନ୍ତୁ ସୁଯୋଗ ମିଳିଲା ନାହିଁ

wallpaperaccess
ନୂଆଦିଲ୍ଲୀ ୨୦/୦୧: ଅଭିନେତ୍ରୀ ଜରିନ ଖାନ ୧୨ ବର୍ଷ ପୂର୍ବେ ଫିଲ୍ମ ‘ଭୀର’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି ବି ଜରିନ୍ ଇଣ୍ଡଷ୍ଟ୍ରିରେ ସଂଘର୍ଷ କରୁଛନ୍ତି। ସେ ନିଜକୁ ପ୍ରମାଣ କରିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି। ନିକଟରେ ଏକ ଇଣ୍ଟରଭ୍ୟୁରେ ଜରିନ୍ ସଲମାନ ଖାନଙ୍କ ସାହାଯ୍ୟ ଏବଂ ତାଙ୍କ ସମସ୍ୟା ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ଜରିନ୍ ସ୍ୱୀକୀର କରିଛନ୍ତି, ଯଦି ଆପଣ ଏ-ଲିଷ୍ଟର ନାହାଁନ୍ତି, ତେବେ କେହି ଆପଣଙ୍କୁ ଅପେକ୍ଷା କରିବେ ନାହିଁ। ମୁଁ ସଲମାନଙ୍କ ପାଇଁ ବୋଝ ହେବାକୁ ଚାହେଁ ନାହିଁ।

ଜରିନ କହିଛନ୍ତି, “ମୋ ବାପାଙ୍କ ବିୟୋଗ ପରେ ମୋତେ ମୋ ପରିବାରର ଦାୟିତ୍ୱ ତୁଲାଇବାକୁ ପଡ଼ିଥିଲା। ମୋତେ ସାହାଯ୍ୟ କିମ୍ବା ଗାଇଡ୍ କରିବାକୁ କେହି ନଥିଲେ। ଏହା ଅତ୍ୟନ୍ତ ଭୟଙ୍କର ଏବଂ ଅନେକ ଲୋକ ଏହାକୁ ଅହଂକାର ଭାବରେ ଗ୍ରହଣ କରିଥିଲେ। ଏକ ସମୟ ଥିଲା ଯେତେବେଳେ ମୁଁ ନିଜକୁ ଇଣ୍ଡଷ୍ଟ୍ରିରେ ହଜିଯାଇଥିବାର ଦେଖିଥିଲି। ମୁଁ ଭଲ କାମ କରିବାକୁ ଚାହୁଁଥିଲି କିନ୍ତୁ ମୋର ପ୍ରତିଭା ପ୍ରଦର୍ଶନ କରିବାକୁ ମୋତେ ଅନୁମତି ଦିଆଯାଇନଥିଲା। ଲୋକମାନେ ମୋ ବିଷୟରେ ଭୁଲ ଅନୁମାନ କରିଥିଲେ। ସେମାନେ ଭାବୁଥିଲେ ମୋର କେବଳ ଏକ ସୁନ୍ଦର ଚେହେରା ଅଛି।”

ଅଭିନେତ୍ରୀ ଆହୁରି କହିଛନ୍ତି, ଆଜି ବି ମୋତେ ନେଇ ଲୋକଙ୍କର ଭିନ୍ନ ଧାରଣା ରହିଛି। ମୁଁ ସଲମାନ ଖାନଙ୍କୁ ଧନ୍ୟବାଦ ଦେଉଛି। ଯଦି ସେ ମୋ ସହିତ ନଥାନ୍ତେ ମୁଁ କେବେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରି ପାରି ନ ଥା’ନ୍ତି। ତାଙ୍କ ହେତୁ ମୁଁ ଇଣ୍ଡଷ୍ଟ୍ରିର ଏକ ଅଂଶ ହୋଇପାରିଛି। କିନ୍ତୁ ମୋର ପ୍ରକୃତ ସଂଘର୍ଷ ଇଣ୍ଡଷ୍ଟ୍ରିରେ ଆସିବା ପରେ ଆରମ୍ଭ ହୋଇଥିଲା, କାରଣ ସେହି ସମୟରେ ମୁଁ ଏଠାରେ କିଛି ଜାଣି ନ ଥିଲି। ସଲମାନ ଜଣେ ଚମତ୍କାର ବ୍ୟକ୍ତି ଏବଂ ବ୍ୟସ୍ତ ମଧ୍ୟ ରୁହନ୍ତି। ମୁଁ ତାଙ୍କ ପାଇଁ ବୋଝ ହେବାକୁ ଚାହେଁ ନାହିଁ। ଛୋଟ ଛୋଟ ଜିନିଷ ପାଇଁ ମୁଁ ତାଙ୍କୁ ହଇରାଣ କରିବାକୁ ଚାହେଁ ନାହିଁ। ଅନେକ ଲୋକ ଭାବନ୍ତି ମୁଁ ଆଜି ପର୍ଯ୍ୟନ୍ତ ଯାହା କିଛି କରିଛି ତାହା କେବଳ ତାଙ୍କ ହେତୁ କିନ୍ତୁ ଏହା ସତ୍ୟ ନୁହେଁ। ସଲମାନ ମୋର ଜଣେ ଭଲ ବନ୍ଧୁ ଯିଏ କେବଳ ଏକ ଫୋନ୍ କଲ୍ ଦୂରରେ ଅଛନ୍ତି କିନ୍ତୁ ମୁଁ ତାଙ୍କୁ ହଇରାଣ କରିବାକୁ ଚାହେଁ ନାହିଁ। ଏହା କରିବା ଦ୍ୱାରା ମୋର ସଂଘର୍ଷ ଏବଂ ପରିଶ୍ରମକୁ ଦୁର୍ବଳ ହୋଇଯିବ।