PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଜିରୋ ନାଇଟ୍‌ ହେଲା କାଳ, ନାଚୁ ନାଚୁ ଟଳି ପଡ଼ିଲେ ଯୁବକ

ପାରାଦୀପ ୦୨/୦୧: ନୂଆବର୍ଷକୁ ସ୍ୱାଗତ କରିବାକୁ ଯାଇ ଜିରୋ ନାଇଟ୍‌ ହେଲା ଶେଷ ନାଇଟ୍‌ । ଜିରୋ ନାଇଟ୍‌ ପାଳନ ବେଳେ ଚାଲିଗଲା ଯୁବକଙ୍କ ଜୀବନ । ପାରାଦୀପସ୍ଥିତ ସିମେନ୍ସ କ୍ଲବ୍‌ଠାରେ ଏହି ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଏଲ୍‌ଆଣ୍ଡଟି କମ୍ପାନିର ଜଣେ କର୍ମଚାରୀ ସତିଶ କୁମାର ଏସ୍‌ (୩୯) ନାଚୁଥିବା ଅବସ୍ଥାରେ ବେହୋସ୍‌ ହୋଇ ତଳେ ଟଳିପଡ଼ିଥିଲେ ।

ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଅଠରବାଙ୍କିସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କର ପ୍ରକୃତ ଘର ବାଙ୍ଗାଲୋର ହୋଇଥିବା ବେଳେ ତାଙ୍କ ପରିବାର ଚେନ୍ନାଇରେ ରହୁଛନ୍ତି ।