ଇଂଞ୍ଜିନିୟରଙ୍କ ସ୍ତ୍ରୀକୁ ନେଇ ଫେରାର୍ ହୋଇଗଲା ଜୋମାଟୋ ଡେଲିଭରୀ ବଏ

ନୂଆଦିଲ୍ଲୀ ୨୪।୯: ଦିଲ୍ଲୀର ଚାନ୍ଦନୀ ଚୈାକ୍ ଅଞ୍ଚଳରେ ପୁଣି ସମସ୍ତଙ୍କ ସାମ୍ନାରେ ଏକ ବଡ଼ ଘଟଣା ଘଟିଯାଇଛି। ଇଂଞ୍ଜିନିୟରଙ୍କ ସ୍ତ୍ରୀକୁ ନେଇ ଫେରାର୍ ହୋଇଯାଇଛି ଜୋମାଟୋ ଡେଲିଭରୀ ବଏ।

ପଡ଼ୋଶୀଙ୍କ କହିବାନୁସାରେ, ପ୍ରଥମ ମହଲାରେ ରହୁଥିବା ଇଂଞ୍ଜିନିୟରଙ୍କ ସ୍ତ୍ରୀ ପ୍ରତିଦିନ ଅନଲାଇନରେ ଖାଇବା ମଗାଉଥିଲା। ଜଣେ ଜୋମାଟୋ ଡେଲିଭରୀ ବଏ ପ୍ରତିଦିନ କିଛି ନା କିଛି ଛୋଟ ମୋଟ ଖାଇବା ପାର୍ସଲ ଆଣି ଆସୁଥିଲା। ଏହି କ୍ରମରେ ଗତକାଲି ମଧ୍ୟ ସେହି ଜୋମାଟୋ ଡେଲିଭରୀ ବଏ ଖାଇବା ପାର୍ସଲ ନେଇ ଆସିଥିବାବେଳେ ଇଂଞ୍ଜିନିୟରଙ୍କ ସ୍ତ୍ରୀ ତା ସହିତ ଫେରାର୍ ହୋଇଯାଇଛି। ଆଉ ସାଙ୍ଗରେ ଅଢ଼େଇ ଲକ୍ଷ ଟଙ୍କା ଓ କିଛି ସୁନା ଗହଣା ନେଇ ଫେରାର୍ ହୋଇଯାଇଥିବା ଖବର ମିଳିଛି।

ମିଳିଥିବା ସୂଚନାନୁସାରେ, ପ୍ରାୟ ୬ମାସ ତଳେ ଏହି ଇଂଞ୍ଜିନିୟରଙ୍କର ବିବାହ ହୋଇଥିଲା। ତେବେ ଜୋମାଟୋ ଡେଲିଭରୀ ବଏ ଯେତେବେଳେ ଖାଇବା ପାର୍ସଲ ଆଣିକି ଆସେ ସେହି ସମୟରେ ମହିଳା ଜଣଙ୍କ ତାକୁ ଘର ଭିତରକୁ ଡାକି ଘଣ୍ଟା ଘଣ୍ଟା ଧରି ତା ସହିତ କଥା ବାର୍ତ୍ତା ହୁଅନ୍ତି ବୋଲି ପଡୋଶୀ ଘର ଅଭିଯୋଗ କରିଛନ୍ତି। ଏନେଇ ଇଂଞ୍ଜିନିୟର ସ୍ବାମୀ ଥାନାରେ ମାମଲା ରୁଜୁ କରିଛନ୍ତି।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର