PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପେଟ ଭରିବା ସହିତ ପକେଟ୍ ମଧ୍ୟ ଭରୁଛି ଜୋମାଟୋ ! ସେୟାରରେ ମିଳୁଛି ଭଲ ରିଟର୍ଣ୍ଣ

https://hindi.news18.com/

ନୂଆଦିଲ୍ଲୀ ୨୩/୭: ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ପେଟ ଭରିବା ସହିତ ଏବେ ନିବେଶକଙ୍କ ପକେଟ୍ ମଧ୍ୟ ଭରୁଛି । ସେୟାର ମାର୍କେଟରେ ଆଜିର ସେୟାର BSE ରେ ୧୧୫ ଟଙ୍କାର ଲିଷ୍ଟ ହୋଇଛି । ଏହି ଇସ୍ୟୁ ପ୍ରାଇସରୁ ୫୧.୩୨ ପ୍ରତିଶତ ଅର୍ଥାତ୍ ୩୯ ଟଙ୍କା ଅଧିକ । ଯଦିଓ ଏନଏସଇରେ ଜୋମାଟୋର ସେୟାରର ଲିଷ୍ଟିଂ ୧୧୬ ଟଙ୍କାରେ ହୋଇଛି । ଏହି ଇସ୍ୟୁ ପ୍ରାଇସରୁ ୫୨.୬୩ ପ୍ରତିଶତ ଅର୍ଥାତ୍ ୪୦ ଟଙ୍କା ଉପରେ ହୋଇଛି । କମ୍ପାନୀର ସେୟାରର ଇସ୍ୟୁ ପ୍ରାଇସ୍ ୭୬ ଟଙ୍କା । କହିରଖୁଛୁ ଜୋମାଟୋର ସେୟାରର ଆବଣ୍ଟନ ଗୁରୁବାର ୨୨ ଜୁଲାଇରେ ହୋଇଥିଲା । ପ୍ରଥମେ ଏହାର ଲିଷ୍ଟିଂ ୨୭ ଜୁଲାଇରେ ହେବାର ଥିଲା କିନ୍ତୁ ପରେ ଏହାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ୨୩ ଜୁଲାଇରେ ହିଁ ଲିଷ୍ଟ କରାଦିଆଗଲା ।

ଲିଷ୍ଟିଂ ପରେ ଜୋମାଟୋର ସେୟାରରେ ଲଗାତର ତୀବ୍ରତା ଦେଖିବାକୁ ମିଳୁଛି । ସକାଳ ୧୦.୦୭ ଟାରେ କମ୍ପାନୀର ସେୟାର ଏନଏସଇରେ ୧୩୮.୫୦ ଟଙ୍କାରେ ଟ୍ରେଡ୍ କରୁଥିଲା । କମ୍ପାନୀର ସେୟାର ମାର୍କେଟ୍ କ୍ୟାପ୍ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଗଲା । ମାର୍କେଟ୍ କ୍ୟାପ ଦୃଷ୍ଟିରୁ ଏହା ଭାରତର ୪୫ ତମ କମ୍ପାନୀ ପାଲଟିସାରିଛି । କମ୍ପାନୀର ସେୟାର ନିଜ ଅପର ସର୍କିଟ ପର୍ଯ୍ୟନ୍ତ ପହଞ୍ଚିପାରେ । ଜୋମାଟୋର ସେୟାରର ଅପର ସର୍କିଟ ୨୩୯.୨୦ ଟଙ୍କା । ଜୋମାଟୋର ମାର୍କେଟ୍ କ୍ୟାପ ଏବେ ଟାଟା ମୋଟର୍ସ, ଡାବର, ଗୋଦରେଜ୍ କଞ୍ଜ୍ୟୁମର, ଶ୍ରୀ ସିମେଣ୍ଟ, ଆଇଓସି ଓ ବିପିସିଏଲରୁ ଅଧିକ ହୋଇସାରିଛି । ଖାସ୍ କଥା ଏହା ଯେ ଏବେ ଜୋମାଟୋର ସେୟାରରେ ସବୁଠାରୁ ଅଧିକ ପାର୍ଟନରସିପ୍ ରଖିଥିବା ଇନଫୋ ଏଜର ମାର୍କେଟ୍ କ୍ୟାପରୁ ଅଧିକ ଏବେ ଜୋମାଟୋର ମାର୍କେଟ୍ କ୍ୟାପ୍ ।