ରାସ୍ତା ମଝିରେ ଟ୍ରାଫିକ୍ ପୋଲିସଙ୍କୁ ଗାଳି ଦେବା ସହ ଗୁଣ୍ଡାଗର୍ଦ୍ଦି କଲେ ଜୋମାଟୋ ଗର୍ଲ

ମୁମ୍ବାଇ ୨୦/୮: ମୁମ୍ବାଇର ୱାଶୀ ପୋଲିସ  ଜୋମାଟୋରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବତୀଙ୍କ ନାଁ ପ୍ରିୟଙ୍କା ମୋଗରେ । ୨୭ ବର୍ଷୀୟା ପ୍ରିୟଙ୍କାଙ୍କ ଉପରେ ଅଭିଯୋଗ ଲାଗିଛି ଯେ ସେ ୱାଶୀ ସେକ୍ଟର ୧୭ ପାମ ବିଚ ରୋଡରେ ନୋ ପାର୍କିଂରେ ଗାଡି ରଖିଥିଲେ । ଏହି ସମୟରେ ଟ୍ରାଫିକ୍ ପୋଲିସ ସହିତ ପ୍ରିୟଙ୍କାଙ୍କ ଝଗଡା ହେଲା ଏବଂ ପ୍ରିୟଙ୍କା ଖରାପ ଭାଷାରେ ଗାଳି କରିଥିଲେ ।

ଭିଡିଓରେ ଧମକ ଦେଉଛନ୍ତି
ଏହି ବିବାଦର ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପ୍ରିୟଙ୍କା ମୋଗରେ ଟ୍ରାଫିକ୍ ପୋଲିସ କନଷ୍ଟେବଳଙ୍କୁ ଗାଳି ଓ ଧମକ ଦେଉଥିବା ନଜର ଆସୁଛନ୍ତି । ସେ ଜୋମାଟୋ କମ୍ପାନୀର ଟି-ସର୍ଟ ପିନ୍ଧିଛନ୍ତି ଏବଂ ପିଠିରେ ଏକ ବ୍ୟାଗ୍ ପକାଇଛନ୍ତି । କନଷ୍ଟେବଳଙ୍କ ସହିତ ଗାଳି ଗୁଲଜ କରିବାର ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସୋମବାର ଗିରଫ ହୋଇଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କା ନାଭି ମୁମ୍‌ବାଇର ସାନପାଡାରେ ରୁହନ୍ତି । ୱାଶୀର ଟ୍ରାଫିକ୍ କନଷ୍ଟେବଳ ଏହି ଘଟଣା ନେଇ ଅଭିଯୋଗ କରିଥିଲେ । ଯେତେବେଳେ ଟୋଇଁ ଭ୍ୟାନ୍ ଅବୈଧ ପାର୍କିଂରେ ଥିବା ଗାଡିକୁ ଉଠାଇବାକୁ ଯାଇଥିଲା ସେତେବେଳେ ପ୍ରିୟଙ୍କା ମୋଗରେଙ୍କ ଗାଡି ମଧ୍ଯ ସେଠି ଥିଲା । ଏହାପରେ ସେ ହଙ୍ଗାମା ଆରମ୍ଭ କରିଦେଲେ । ଯେତେବେଳେ ଟ୍ରାଫିକ୍ ପୋଲିସ ଚାଲାଣ ପାଇଁ ଫଟୋ ଉଠାଇଲେ ସେ ଗାଳି ଦେବା ଆରମ୍ଭ କରିଦେଲେ । ପୋଲିସ ଜୋମାଟୋ ଡେଲିଭରୀ ଗର୍ଲଙ୍କ ଉପରେ ଧାରା ୩୫୩, ୩୯୩, ୨୯୪, ୫୦୬, ୫୦୪ ଅନୁସାରେ ମାମଲା ରୁଜୁ କରିଛି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର