ଆସିଲା ନୂଆ OnZoom ଆପ୍, ଅନଲାଇନ୍ କମାଇ ପାରିବେ ପଇସା

ନୂଆଦିଲ୍ଲୀ ୧୮/୧୦: କରୋନା ଏବେ ସାରା ବିଶ୍ୱକୁ  କବଳିତ କରିଛି । ସ୍ଥିତି ସାଧାରଣ ହେବା ପାଇଁ ଆଉ କିଛି ମାସ ଲାଗିପାରେ । ସମସ୍ତଙ୍କ ମନରେ ମହାମାରୀକୁ ନେଇ ଭୟ ବଢିଯାଇଛି । କେହି ବି ଜିମ୍, କ୍ଲବ କିମ୍ବା କୌଣସି ବି ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାକୁ ବିରତ ରହୁଛନ୍ତି । ତେବେ ଏଭଳି ପରିସ୍ଥିତିରେ କେତେକଙ୍କ ଆୟ ବାଧା ପାଇଛି । ସେମାନଙ୍କ ପାଇଁ ଚିନ୍ତା ବଢିଯାଇଛି । ତେଣୁ ସେମାନଙ୍କୁ ଧ୍ୟାନରେ ରଖି ଭିଡିଓ ମିଟିଂ ଆପ୍ ଜୁମ୍(Zoom) ଏକ ନୂଆ ଅନଲାଇନ୍ ଇଭେଣ୍ଟ ପ୍ଲାଟଫର୍ମ ଅନଜୁମ୍(OnZoom) ଆଣିଛି । ଏହି ନୂଆ ଆପ୍ ଫିଟନେସ୍ ଟ୍ରେନିଂ, ଟିଚିଂ ଓ ଅନଲାଇନ୍ ଗ୍ୟାଜରିଂ ସମ୍ପର୍କିତ ଲୋକଙ୍କୁ ପଇସା କମାଇବାରେ ସାହାଯ୍ୟ କରିବ ।

ନିଜ ବ୍ୟବସାୟକୁ ଦିଅନ୍ତୁ ନୂଆ ପରିଚୟ
ଯଦି ଆପଣ ନିଜ ବ୍ୟବସାୟକୁ ଅନଲାଇନରେ ବଢାଇବାକୁ ଚାହୁଁଛନ୍ତି ତେବେ ଭିଡିଓ ମିଟିଂ ଆପ୍ ଜୁମର ନୂଆ ଅନଲାଇନ୍ ଇଭେଣ୍ଟ ପ୍ଲାଟଫର୍ମ-ଅନଜୁନ୍(OnZoom) ବ୍ୟବହାର କରିପାରିବେ । ଏହି ନୂଆ ପ୍ଲାଟଫର୍ମ ଜରିଆରେ ପେଡ୍ ୟୁଜର୍ସ ଫିଟନେସ୍ କ୍ଲାସେଜ, କନସର୍ଟ୍ସ, ଷ୍ଟାଣ୍ଡଅପ୍ ଓ ମ୍ୟୁଜିକ୍ ଲେନ୍ସ ଭଳି ଇଭେଣ୍ଟ୍ସ କ୍ରିଏଟ, ହୋଷ୍ଟ ଓ ମୋନୋଟାଇଜ୍ କରିପାରିବେ । ଏହି ନୂଆ ପ୍ଲାଟଫର୍ମରେ ସମସ୍ତେ ନିଜ ବ୍ୟବସାୟ ବଢାଇପାରିବେ ଏବଂ ଅଡିୟନ୍ସ ପର୍ଯ୍ୟନ୍ତ ପହଞ୍ଚି ପାରିବେ ।

ଜୁମ୍ ନିଜ ନୂଆ ପ୍ଲାଟଫର୍ମକୁ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଅନେକ ସୁବିଧା ଦେଉଛି । ୟୁଜର୍ସ ଏଥିରେ ଟିକେଟ ଗିଫ୍ଟ କରିପାରିବେ ଏବଂ ଏହା ସହିତ ଅଟେଣ୍ଡି ଡ୍ୟାଶବୋର୍ଡ ମଧ୍ୟ କ୍ରିଏଟ କରିପାରିବେ । ଆପକୁ ସୁରକ୍ଷିତ କରିବା ପାଇଁ Zoom ୨ ଫ୍ୟାକ୍ଟର ଅଥେଣ୍ଟିକେସନ ଫିଚର ଜାରି କରିଛି । ଏହି ଫିଚର ସାହାଯ୍ୟରେ ଖାସ୍ କରି ସ୍କୁଲ-କଲେଜର ଅନଲାଇନ୍ କ୍ଲାସେଜ କିମ୍ବା ମିଟିଂ ସମୟରେ ହ୍ୟାକିଂକୁ ରୋକିହେବ । ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ ୟୁଜର୍ସଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ । ଏଥିପାଇଁ ପାସୱର୍ଡ କିମ୍ବା ପିନ୍ ବ୍ୟବହାର କରିହେବ କିମ୍ବା ସ୍ମାର୍ଟକାର୍ଡ, ମୋବାଇଲ ଡିଭାଇସ, ଫିଙ୍ଗରପ୍ରିଣ୍ଟ ସେନ୍ସର, ଭଏସ ଆଦି ବ୍ୟବହାର ହୋଇପାରେ ।

Zoom କହିଛି କି ନୂଆ ପ୍ଲାଟଫର୍ମର ସେବା ଆମେରିକୀୟ ୟୁଜର୍ସଙ୍କ ପାଇଁ ପବ୍ଲିକ୍ Beta ଉପରେ ଉପଲବ୍ଧ । କହିରଖୁଛୁ ଭାରତ-ଚୀନ୍ ବିବାଦ ବିବାଦ ପରେ  Zoom ଆପକୁ ଭାରତରେ ବ୍ୟାନ୍ କରିବା ନେଇ ଆଲୋଚନା ଚାଲିଛି । କିନ୍ତୁ ସରକାର ଏନେଇ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ।

   ସମ୍ବନ୍ଧିତ ଖବର


ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି

ପୁଣି ଖସିଲା ସୁନା-ରୂପା ଦାମ୍

5G ରଣକ୍ଷେତ୍ରରେ ଏୟାର୍‌ଟେଲ୍‌- ଜିଓ ମଧ୍ୟରେ ହେବ ଟକ୍କର; ଆମେରିକାରେ ଜିଓର ୫ଜି ପରୀକ୍ଷଣ ସଫଳ

ଗବେଷକ ତିଆରି କଲେ ମାଂସ ସ୍ୱାଦଯୁକ୍ତ ଆଇସ୍‌କ୍ରିମ୍‌ ‘ଆଇସ୍‌ ମିଟ୍‌’, ଦେଖନ୍ତୁ ଭିଡିଓ…

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଓଡ଼ିଶାରେ ବେକାରି ହାର ୨.୧%-ସିଏମ୍‌ଆଇଇ