ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ମାଟି ଅତଡ଼ା ଖସି ଚାଲିଗଲା ତିନି ମହିଳା ଶ୍ରମିକଙ୍କ ଜୀବନ

କୋରାପୁଟ, ୧୫।୬ :  ରଜରେ କୋରାପୁଟରେ ଘଟିଛି ଅଘଟଣ। ରଜ ମହୋତ୍ସବ ପାଳନରେ ଗାଁଠାରୁ ସହର ଉତ୍ସବମୁଖର। ହେଲେ କୋରାପୁଟ କୋଲାବ ନଗରରେ ମାଟି ଅତଡ଼ା ଖସି ଚାଲିଗଲା ତିନି ମହିଳା ଶ୍ରମିକଙ୍କ ଜୀବନ। କୋରାପୁଟ ସଦର ଥାନା ଅନ୍ତର୍ଗତ କୋଲାବ ନଗର ଡ଼୍ୟାମ ସାଇଡ଼ରେ ଘଟିଛି ଘଟଣା। 

 ପର୍ବତରୁ ମାଟି ଖୋଳି ଟ୍ରକରେ ଲୋଡିଂ କରୁଥିଲେ ୧୦ଜଣ ଶ୍ରମିକ। ହଠାତ୍ ଉପରୁ ଖସିଲା ମାଟି ଅତଡ଼ା। ତିନି ଜଣ ମହିଳା ଶ୍ରମିକ ମାଟି ତଳେ ଦବି ଯାଇଥିଲେ।  ଖବର ପାଇ ପୋଲିସ ସହ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ। ଜଣକୁ ଉଦ୍ଧାର କରି ପ୍ରଥମେ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଡ଼ାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ ଅନ୍ୟଜଣ ମହିଳା ଶ୍ରମିକଙ୍କ ମୃତଦେହ ପରେ ଉଦ୍ଧାର ହୋଇଥିଲା କିନ୍ତୁ ମାଟି ଅତଡ଼ା ପୁନର୍ବାର ଖସିବା ଯୋଗୁଁ  ଉଦ୍ଧାର କାର୍ଯ୍ୟ ଅଟକି ଥିଲା। ମାଟି ତଳେ ଦୀର୍ଘ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ହୋଇ ପାରିନଥିଲା।

ଘଟଣା ସ୍ଥଳରେ କୋରାପୁଟ ଉପ ଜିଲ୍ଲାପାଳ ସହ ପୋଲିସ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା। କୋରାପୁଟ ଅଗ୍ନିଶମ ବିଭାଗ ସହ ଓଡ୍ରାଫ ମିଳିତ ଭାବରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିଥିଲେ। ସ୍ଥାନୀୟ ନିର୍ବାଚିତ ବିଧାୟକ ରଘୁରାମ ମାଛ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଜେସିବି ନ ପହଞ୍ଚିବା ଦେଖି ବିରକ୍ତି ପ୍ରକାଶ କରିଥିଲେ। ତୁରନ୍ତ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ସହ ଘଟଣା ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.