ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆନିମଲ’ର ଏକ ଡିଲିଟେଡ୍‌ ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ , ମଦ ନିଶାରେ ବିମାନ ଚଲାଉ ଥିବାର ନଜର ଆସିଲେ ରଣବୀର

ମୁମ୍ୱାଇ : ବକ୍ସ ଅଫିସରେ ଏହି ସମୟରେ ତେହଲକା ସୃଷ୍ଟି କରିଛି ସନ୍ଦିପ୍‌ ରେଡ୍ଡୀ ୱାଙ୍ଗାଙ୍କ ନିର୍ଦ୍ଦେଶିତ ଆନିମଲ । ଏହା ପ୍ରଥମ ଦିନରୁ ୱାର୍ଲ୍ଡୱାଇଡ୍‌ ୧୧୬ କୋଟି ଟଙ୍କାର କଲେକ୍ସନ କରି ସାରିଛି ଏବଂ ଏକ ନୂଆ ରେକର୍ଡ ସେଟ୍‌ କରିଛି। ଫିଲ୍ମକୁ ଦର୍ଶକଙ୍କ ଖୁବ୍‌ ଭଲପାଇବା ମିଳୁଛି। ଏବେ ଏହାର ଏକ ଡିଲିଟେଡ୍‌ ଦୃଶ୍ୟ ଭାଇରାଲ ହେଉଛି , ଯେଉଁଥିରେ ରଣବୀର କପୁର ନିଶାରେ ଚୂର ଅଛନ୍ତି । ସେ ପାଇଲଟଙ୍କ ହାତରୁ ଦାୟିତ୍ୱ ନେଇ ନିଜେ ବିମାନକୁ ଚଳାଉଛନ୍ତି।

ଫାଇଟ୍ ଦୃଶ୍ୟରେ ହୋଇ ନାହିଁ ଭିଏଫ୍ଏକ୍ସର ବ୍ୟବହାର , ରଣବୀର କପୁର କହିଲେ କାହିଁକି ଫିଲ୍ମର ନାଁ ରଖାଗଲା ‘ଆନିମଲ୍’ ?

ଫିଲ୍ମ ଆନିମଲ୍‌ ବକ୍ସ ଅଫିସରେ ୨୦୦ କୋଟି ଟଙ୍କା ଅତିକ୍ରମ କରି ସାରିଛି। ଏଥିରେ ବବି ଦେଓଲ , ରଶ୍ମିକା ମନ୍ଦାନା , ଅନିଲ କପୁର ଓ ରଣବୀର କପୁରଙ୍କ ବ୍ୟତୀତ ଅନ୍ୟ କଳାକାର ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମକୁ ଖୁବ୍‌ ପ୍ରଶଂସା ମିଳୁଛି। ପ୍ରତି ଛୋଟ ବଡ଼ ଦୃଶ୍ୟରେ ଲୋକଙ୍କ ରିଆକ୍ସନ ମିଳୁଛି। ଏହି ସମୟରେ ସୋସିଆଲ ମିଡ଼ିଆରେ ଫିଲ୍ମର ଏକ ଏମିତି ସିନ୍‌ ଭାଇରାଲ ହେଉଛି , ଯାହାକୁ ମେକର୍ସ ଫିଲ୍ମ ହଲ୍‌ରେ ପ୍ରଦର୍ଶିତ କରିନାହାନ୍ତି।

‘ଆନିମଲ’ ଫିଲ୍ମକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଲେ ସିଙ୍ଗର , ରଣବୀରଙ୍କ ଭୂମିକାକୁ କହିଲେ ‘ମହିଳା ବିରୋଧି’

ଆନିମଲ୍‌ର ଡିଲିଟେଡ୍‌ ସିନ୍‌ –

ଏହି ସିନ୍‌ରେ ରଣବୀର କପୁରଙ୍କର ଆଖିରେ ଆଘାତ ଲାଗିଛି। ସେ ନିଜ ଭାଇଙ୍କ ସହ ପ୍ଲେନରେ ନଜର ଆସୁଛନ୍ତି। ହାତରେ ତାଙ୍କର ଏକ ଗ୍ଲାସ ଅଛି, ଯେଉଁଥିରେ ସେ ବୋତଲରେ ମଦ ଢାଳୁଛନ୍ତି। ପୁଣି ପିଇବାର ନଜର ଆସୁଛି। ସେପଟେ ପାଖରେ ବସିଥିବା ତାଙ୍କର ଭାଇ ମାନେ ଦେଖୁଛନ୍ତି। ପୁଣି ରଣବୀର ଯାଇ ପାଇଲଟକୁ ହଟେଇ ଦେଉଛନ୍ତି ଏବଂ ନିଜେ ପ୍ଲେନ୍‌ ଉଡ଼ାଉଛନ୍ତି। ଏଥିରେ ବ୍ୟାକଗ୍ରାଉଣ୍ଡରେ ପାପା ମେରୀ ଜାନ୍‌ ଗୀତ ବଜାଇବାର ଦେଖା ଯାଉଛି। 


ଏବେ ଏହି କ୍ଲିପ୍‌କୁ ଦେଖି ଏହା ଅନୁମାନ କରାଯାଉଛି କି, ଏହି ସିନ୍‌ ବବି ଦେଓଲଙ୍କ ଚରିତ୍ର ଅବରାରର ହତ୍ୟାର ପରବର୍ତ୍ତୀ ଦୃଶ୍ୟ। କାରଣ ଏଥିରେ ହିଁ ଅଭିନେତାଙ୍କ ଆଖିରେ କ୍ଷତ ଚିହ୍ନ ନଜର ଆସୁଛି ଏବଂ ସେ ବୋଧେ ଏଥିରେ ଘରକୁ ଫେରୁଛନ୍ତି। ହେଲେ ଏବେ ଏହି ସିନେମା ଯେବେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ , ସେତେବେଳେ ଏହାର ଅସଲ କାହାଣୀ ଜଣାପଡ଼ିବ। କାରଣ ୩.୨୩ ଘଣ୍ଟାର ଏହି ଫିଲ୍ମ ଏହି ପ୍ଲାଟଫର୍ମରେ ୪ଘଣ୍ଟାର ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.