ନୂଆଦିଲ୍ଲୀ : ଇସ୍ରୋ ପକ୍ଷରୁ ୨୦୦୮ ମସିହାରେ ପଠାଯାଇ ଥିବା ଚନ୍ଦ୍ରଯାନ-୧ ଚନ୍ଦ୍ରରେ ପାଣି ଥିବାର ଖୁଲାସା କରିଥିଲା। ଏବେ ଏକ ନୂଆ ରିସର୍ଚ୍ଚରେ ଦାବି କରାଯାଉଛି କି, ଚନ୍ଦ୍ରରେ ପାଣି ପୃଥିବୀ କାରଣରୁ ତିଆରି ହେଉଛି। ଭାରତର ଚନ୍ଦ୍ରଯାନ-୧ ମିଶନର ରିମୋଟ ସେନ୍ସିଂ ଡାଟାର ବିଶ୍ଳେଷଣ କରିଥିବା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି କି, ପୃଥିବୀରୁ ଯାଉଥିବା ହାଇ ଏନର୍ଜୀ ଇଲେକ୍ଟ୍ରନ ଚନ୍ଦ୍ରରେ ପାଣି ତିଆରି କରିପାରେ। ଆମେରିକାର ମନୋଆରେ ହୱାଇ ବିଶ୍ୱବିଦ୍ୟାଳୟ (ୟୁଏଚ)ର ଗବେଷକଙ୍କ ନେତୃତ୍ୱରେ ଟିମ୍ ଜାଣିବାକୁ ପାଇଛନ୍ତି କି, ପୃଥିବୀର ପ୍ଲାଜମା ସିଟ୍ରେ ଏହି ଇଲେକ୍ଟ୍ରେନ ଚନ୍ଦ୍ରର ପୃଷ୍ଠରେ ଇରୋଜନ ପ୍ରକ୍ରିୟା ଗୁଡ଼ିକରେ ଚଟାଣ ଓ ଖଣିଜ ଭାଙ୍ଗିବାରେ ସାହାଯ୍ୟ କରୁଛି। ନେଚର ଏଷ୍ଟ୍ରୋନୋମି ଜର୍ନଲରେ ପ୍ରକାଶିତ ରିସର୍ଚ୍ଚରେ ମିଳିଛି କି, ଇଲେକ୍ଟ୍ରନ ଚନ୍ଦ୍ର ପୃଷ୍ଠରେ ପାଣି ସୃଷ୍ଟିରେ ସହାୟତା କରିଥିବ।
ପ୍ରୋଟନ ଭଳି ଉଚ୍ଚତମ ଏନର୍ଜୀ ପାର୍ଟିକଲରେ ତିଆରି ସୋଲାର ଉଇଣ୍ଡି ଚନ୍ଦ୍ର ପୃଷ୍ଠରେ ବୋମା ବର୍ଷଣ କରିଥାଏ ଏବଂ ଜଣାଯାଏ କି, ଚନ୍ଦ୍ରରେ ପାଣି ତିଆରି ହେବାର ପ୍ରାଥମିକ ଉପାୟ ମଧ୍ୟରୁ ଏହା ଗୋଟିଏ। ରିସର୍ଚ୍ଚରେ ଏକ ଏମିତି ଅଞ୍ଚଳ ବିଷୟରେ ଜଣାପଡ଼ିଛି , ଯାହା ଚନ୍ଦ୍ରକୁ ସୌର ଉଇଣ୍ଡି ଠାରୁ ସଂପୂର୍ଣ୍ଣ ଭାବେ ରକ୍ଷା କରେ, କିନ୍ତୁ ସୂର୍ଯ୍ୟର ରଶ୍ମୀ ଫୋଟନ ଠାରୁ ନୁହେଁ।
ଚନ୍ଦ୍ରଯାନ-୧ କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଦ୍ୱାରା ଅକ୍ଟୋବର ୨୦୦୮ରେ ଲଞ୍ଚ କରାଯାଇ ଥିଲା ଏବଂ ଅଗଷ୍ଟ ୨୦୦୯ ଯାଏ ପରିଚାଳିତ କରାଯାଇ ଥିଲା। ମିଶନରେ ଏକ ଅର୍ବିଟର ଓ ଏକ ଇମ୍ପେକ୍ଟର ସାମିଲ ଥିଲା। ଭାରତ ଗତ ମାସରେ ଚନ୍ଦ୍ରର ରହସ୍ୟମୟ ଦକ୍ଷିଣୀ ମେରୁରେ ଏକ ରୋଭର ଓ ଏକ ଲ୍ୟାଣ୍ଡର ସାହାଯ୍ୟରେ ଚନ୍ଦ୍ରଯାନ-୩ ମିଶନକୁ ସଫଳତାପୂର୍ବକ ଓହ୍ଲାଇ ଥିଲା। ଏମିତି କରିବାରେ ସେ ପ୍ରଥମ ଦେଶ ହୋଇ ପାରିଛି।