ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୫ଦିନ ଧରି ମହିଳା ଆଇପିଏସ ଅଫିସରଙ୍କ ପିଛା କରୁଥିଲେ ଯୁବକ , ଧରାପଡ଼ିବାରୁ କଲେ ବଡ଼ ଖୁଲାସା

ଗ୍ୱାଲିୟର- ଅବୈଧ ଖନନ ମାମଲାରେ ବଦନାମ ଗ୍ୱାଲିୟରରେ ପୁଲିସ ଜଣେ ଏମିତି ବ୍ୟକ୍ତିଙ୍କୁ ଘରୁ ଧରିବାରେ ସଫଳ ହୋଇଛି , ଯିଏ କି ଜଣେ ଟ୍ରେନି ଆଇପିଏସ ଅଫିସରଙ୍କର ଲୋକେସନକୁ ଲଗାତାର ଟ୍ରେସ୍‌ କରୁଥିଲେ ଏବଂ ସେ ଅବୈଧ ଖନନ ମାଫିଆଙ୍କ ପାଖରେ ସୂଚନା ପହଞ୍ଚାଉ ଥିଲେ। ଉକ୍ତ ମହିଳା ଅଧିକାରୀଙ୍କ ନାଁ ଅନୁ ବେନିୱାଲ ,ଯିଏକି ସେ ଅଞ୍ଚଳରେ ଅବୈଧ ଖନନ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ଏଥିରେ ସମସ୍ୟାରେ ପଡି ମାଫିଆମାନେ ତାଙ୍କ ଉପରେ ନଜର ରଖିବା ପାଇଁ ଏହି ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଇଥିଲେ ।

ଅଭିଯୁକ୍ତ ଗତ ୨୫ ଦିନରୁ ମହିଳା ଅଫିସରଙ୍କ ପିଛା କରୁଥିଲା। ଏହାପରେ ସଂପୃକ୍ତ ମହିଳା ଅଧିକାରୀଙ୍କୁ ସନ୍ଦେହ ହେବାରୁ ସେ ତାକୁ ଗିରଫ କରାଇ ଥିଲେ। ଗିରଫଦାରୀ ପରେ ଜଣାପଡ଼ିଲା କି, ସେ ଅଧିକାରୀଙ୍କ ଲାଇଭ୍‌ ଲୋକେସନ ଅବୈଧ ଖନନ କରୁଥିବା ଟ୍ରକ ଗୁଡ଼ିକର ଡ୍ରାଇଭରଙ୍କୁ ସେୟାର କରୁଥିଲା। ଏହାକି ପୁଲିସର ମୁଭମେଣ୍ଟ ଆଧାରରେ ସହଜରେ ରକ୍ଷା ପାଇଁ ଫେରାର ହୋଇ ପାରିବ । 

ଉଲ୍ଲେଖନୀୟ ଯେ, ଅଭିଯୁକ୍ତ ଯେଉଁ ଅଧିକାରୀ ଅନୁ ବେନିୱାଲଙ୍କ ପିଛା କରୁଥିଲା, ସେ ଭାରତୀୟ ପୁଲିସ ସେବାର ଟ୍ରେନି ଅଧିକାରୀ ଏବଂ ବିଜୌଲିରେ ଥାନା ପ୍ରଭାରୀ ଭାବେ ପଦସ୍ଥ ହୋଇ ଟ୍ରେନିଂ ନେଉଛନ୍ତି। ପୁଲିସ ମୁତାବିକ ମହିଳା ଅଧିକାରୀ ରୁଟିନ ଚେକିଂରେ ବାହାରି ଥିଲେ , ଏହି ସମୟରେ ତାଙ୍କୁ ଧଳା ରଙ୍ଗର ଏକ କାର୍‌ ନଜର ଆସିଲା , ଯାହାର ନମ୍ୱର ଏମପି୦୭ ସିଡି୦୬୩୮ ଥିଲା। ତାକୁ ଦେଖିବା କ୍ଷଣି ତାଙ୍କର ସନ୍ଦେହ ହେଲା କି, ଏହି କାର୍ ଗତ କିଛି ଦିନ ହେବ ତାଙ୍କ ଆଖପାଖରେ ନଜର ଆସୁଛି। ଏହାପରେ ସେ ଜଣେ ଗାର୍ଡଙ୍କୁ ପଠାଇ   ସେହି କାର ଚାଳକକୁ ଡାକିଲେ ,କିନ୍ତୁ ଆସିବା ସ୍ଥାନରେ ସେ କାର ଚାଳକ ଗାର୍ଡଙ୍କ ସହ ଗଣ୍ଡଗୋଳ ସୃଷ୍ଟି କଲା। ଏହା ପରେ ଅନ୍ୟ ପୁଲିସକର୍ମୀ ସେଠାରେ ପହଞ୍ଚି ତାକୁ ଧରି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.