ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

ଉପାନ୍ତ ଅଞ୍ଚଳର ଦୁଃଖ : ନଳ ଅଛି ଜଳ ନାହିଁ, ଟାୱାର ଅଛି ନେଟୱାର୍କ ନାହିଁ

ଦାରିଙ୍ଗବାଡ଼ି, ୧୬/୦୫ : ଆଜି ବି ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରିନାହିଁ ସରକାରୀ ସୁବିଧା । ନାହିଁ ନାହିଁ ଚାଲିଛି ସବୁ ଯୋଜନା । କେଉଁଠି ନଳ ଅଛି ତ ପାଣି ନାହିଁ ଆଉ କେଉଁଠି ନେଟୱର୍କ ଅଛି ତ ନେଟଓ୍ବାକ ନାହିଁ । ପ୍ରଶାସନିକ ଅବହେଳା ଯୋଗୁଁ ଆଜି ବି ଉପାନ୍ତ ଅଞ୍ଚଳର ବିକାଶ ହୋଇ ପାରୁ ନାହିଁ । ବିକାଶର ବହୁ ଦୂରରେ ରହିଛି ଉପାନ୍ତ ଅଞ୍ଚଳ । ଏଭଳି ଏକ ଉପାନ୍ତ ପଞ୍ଚାୟତ ହେଉଛି ଦାରିଙ୍ଗବାଡି ବ୍ଲକର କାଟିଙ୍ଗିଆ ଗ୍ରାମ ପଞ୍ଚାୟତ । 

ଏହି ପଞ୍ଚାୟତର କାଟିଙ୍ଗିଆ ଗ୍ରାମରେ ୫୦୦ ପରିବାର ବସବାସ କରନ୍ତି । ଜଳ ଯୋଗାଣ ପାଇଁ ୨ ଟି ଟାଙ୍କୀ ହୋଇଥିବା ସହ ପ୍ରତ୍ୟେକ ଘରକୁ ପାଇପ ଲାଇନ ସଂଯୋଗ ଦିଆଯାଇଛି । ହେଲେ ପାଣି କେତେବେଳେ ୭ ଦିନ କୁ ଥରେ ଆସୁଛି ତ ଆଉ କେତେବେଳେ ୧୫ ଦିନକୁ ଥରେ ଆସୁଛି । ଫଳରେ ପାଣି ଟିକିଏ ପାଇଁ କାଟିଙ୍ଗିଆ ବାସୀ ଡହକ ବିକଳ ହୋଇ ଯାଉଛନ୍ତି । ଏପରିକି ଉକ୍ତ ଗ୍ରାମରେ ଯେଉଁ ନଳକୂପ ସବୁ ରହିଛି ସେହି ନଳକୂପ ଗୁଡିକରୁ କଳଙ୍କି ଯୁକ୍ତ ପାଣି ବାହାରୁଛି। ଫଳରେ ପାଣି ବ୍ୟବହାର କରିବା ସମ୍ଭବ ହେଉନାହିଁ । ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।  

ଅନ୍ୟ ପଟେ ଗାଁ ରେ ଟାଓ୍ବାର ବସିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନେଟୱର୍କ ଚାର୍ଜ କରାଯାଇ ନାହିଁ । ଫଳରେ ଲୋକେ ମୋବାଇଲ ସେବା ଠାରୁ ଆରମ୍ଭ କରି ଅନଲାଇନ ସେବା ରୁ ବଞ୍ଚିତ ହୋଇ ରହିଛନ୍ତି ।   ଏଭଳି ଭାବେ କାଟିଙ୍ଗିଆ ଗ୍ରାମରେ ରହିଛି ମାଳମାଳ ସମସ୍ୟା । ସମସ୍ୟା ର ସମାଧାନ ପାଇଁ ସ୍ଥାନୀୟ ନେତା ଠାରୁ ଆରମ୍ଭ କରି ପ୍ରଶାସନ କୁ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହେଉନଥିବା  ଗ୍ରାମର  ରଞ୍ଜିତ ସେନାପତି, ଅରକ୍ଷିତ ପାତ୍ର, ସନ୍ତୋଷ ପାତ୍ର, ନୀଳକଣ୍ଠେଶ୍ଵର ପାତ୍ର, ଅନିଲ ପୂଜାରୀ, ସଞ୍ଜୟ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି  ।  ଏନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ କ୍ଷୀରୋଦ ରାଉତ ଙ୍କୁ ପଚାରିବାରୁ କମ୍ ଭୋଲଟେଜ ଯୋଗୁଁ ଦୁଇ ଦିନ ପାଣି ବନ୍ଦ ଥିଲା, ବର୍ତ୍ତମାନ ନୂଆ ନଳକୂପ ଖନନ ହୋଇଛି ୧୦ ଦିନ ମଧ୍ୟରେ ପାଣି ସମସ୍ୟା ଦୂର ହେବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.