ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲାଡେନର ଫଟୋ ଓ ଆଇଏସ୍‌ର ପତାକା କେହି ନିଜ ପାଖରେ ରଖିଲେ ସେ ଆତଙ୍କବାଦୀ ନୁହଁନ୍ତି: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୭।୫:  କେହି ଓସମା ବିନ ଲାଡେନର ଫଟୋ ଏବଂ ଇସଲାମିକ୍ ଷ୍ଟେଟ୍(ଆଇଏସ୍)ର ପତାକା ନିଜ ପାଖରେ ରଖନ୍ତି ତେବେ ସେ ଆତଙ୍କବାଦୀ ନୁହନ୍ତି। କେବଳ ଏହି ଆଧାରରେ ତାଙ୍କ ବିରୋଧରେ ୟୁଏପିଏ ଅନୁସାରେ ଆକ୍ସନ ନେଇ ହେବନି। ଦିଲ୍ଲୀ ହାଇକୋର୍ଟ ଏକ ଆବେଦନର ଶୁଣାଣି କରି ଏହି ଟିପ୍ପଣୀ ଦେଇଛନ୍ତି। ଆତଙ୍କବାଦୀ ଗତିବିଧିରେ ସାମିଲ ନେଇ ଜଣାପଡିବା ପରେ ଆତଙ୍କବାଦୀ ନିରୋଧୀ ଆଇନ (ୟୁଏପିଏ) ଅନୁସାରେ ମାମଲା ରୁଜୁ କରାଯାଇଥାଏ। କୋର୍ଟ ଏନ୍‌ଆଇଏ ବନାମ ଅମର ଅବଦୁଲ ରହମାନଙ୍କ ମାମଲାର ଶୁଣାଣି ବେଳେ କହିଛନ୍ତି, ଏଭଳି ସାମଗ୍ରୀ ମିଳିଲେ କାହାକୁ ଆତଙ୍କବାଦୀ କୁହାଯାଇ ପାରିବନି। ମାତ୍ର ଏହି ଆଧାରରେ କହିବା ଠୁକ୍ ନୁହେଁ ଯେ, ସେ ବ୍ୟକ୍ତି ଆଇଏସ୍‌ ଭଳି ଆତଙ୍କୀ ସଂଗଠନ ସହିତ ଜଡିତ।

ଜଷ୍ଟିସ୍ ସୁରେଶ କୁମାର କେତ ଓ ଜଷ୍ଟିସ୍ ମନୋଜ ଜୈନଙ୍କ ଖଣ୍ଡପୀଠ କହିଛନ୍ତି, ଫଟୋ, ଭିଡିଓରୁ ଏହି ସ୍ପଷ୍ଟ ସୂଚନା ତ ମିଳିପାରିବ ଯେ, ସମ୍ପର୍କିତ ବ୍ୟକ୍ତିଙ୍କ ମୁଣ୍ଡରେ କ’ଣ ଚାଲିଛି। ଏହାଦ୍ବାରା ତାହା ପ୍ରମାଣିତ ହୋଇପାରିବନି ଯେ, ସେହି ବ୍ୟକ୍ତି ଆଇଏସ୍‌ ଭଳି ଆତଙ୍କବାଦୀ ସଂଗଠନ ସହିତ ଜଡିତ କିମ୍ବା ସେଥିରେ କାମ କରୁଛନ୍ତି। କୋର୍ଟ ଟିପ୍ପଣୀ ଦେଇଛନ୍ତି, କେବଳ ଏହି ଆଧାରରେ ଅପିଲ କରିଥିବା ବ୍ୟକ୍ତିଙ୍କୁ ଆତଙ୍କବାଦୀ କହିହେବନି ଯେ, ତାଙ୍କ ମୋବାଇଲରୁ ଓସମା ବିନ୍ ଲାଡେନଙ୍କ ଫଟୋ ମିଳିଛି। ଜିହାଦକୁ ପ୍ରମୋଟ କରିବା ସାମଗ୍ରୀ ମିଳିଛି। ଏହାଛଡା ଆଇଏସ୍ ପତାକା ମଧ୍ୟ ମିଳିଛି। ତା ଛଡା କଠୋରପନ୍ଥୀ ଭାଷଣକୁ ଏହ ମଧ୍ୟ ଏହାର ଆଧାର ବୋଲି କହିହେବନି।’

କୋର୍ଟ କହିଛନ୍ତି, ଆଜିର ଇଣ୍ଟରନେଟ୍ ଯୁଗରେ ଏଭଳି ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରୁଛି। ଯଦି କୌଣସି ବ୍ୟକ୍ତି ଏଭଳି ଜିନିଷକୁ ମୋବାଇଲରୁ ଡାଉନଲୋଡ୍ କରନ୍ତି, ତେବେ ମାତ୍ର ଏହି ଆଧାରରେ ତାକୁ ଇସଲାମିକ୍ ଷ୍ଟେଟ୍ ଭଳି ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ସହିତ ଜଡିତ ବୋଲି କହିହେବନି। କେହି ବି ଜାଣିଥିବା ବ୍ୟକତି ଏଭଳି ଜିନିଷକୁ ଡାଉନଲୋଡ୍ କରିପାରନ୍ତି। ଏଭଳି କରିବା ଅପରାଧ ନୁହେଁ। ଏହି ମାମଲାରେ ଅଭିଯୁକ୍ତ ଜାମିନର ହକଦାର।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.