ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଶୁପାଳକଙ୍କ ମୌସୁମୀ ପୂର୍ବାନୁମାନ: ଜୁଲାଇ ଓ ଅଗଷ୍ଟରେ ଓଡ଼ିଶାରେ ମୌସୁମୀ ବର୍ଷା ନିଅଣ୍ଟିଆ ହୋଇପାରେ

ଭୁବନେଶ୍ୱର,୧୩/୦୪: ଜୁଲାଇ ଓ ଅଗଷ୍ଟରେ ଓଡ଼ିଶାରେ ମୌସୁମୀ ବର୍ଷା ନିଅଣ୍ଟିଆ ହୋଇପାରେ । ଜୁଲାଇ ମାସରେ ଦକ୍ଷିଣ ଓଡ଼ିଶା ଓ ଅଗଷ୍ଟରେ ପୂରା ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆଶଙ୍କା ଅଛି । ଛତିଶଗଡ଼ରେ ବି ନିଅଣ୍ଟିଆ ସ୍ଥିତି ରହିବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମୌସୁମୀ ବର୍ଷାକୁ ନେଇ ଏଭଳି ପ୍ରାଥମିକ ଆକଳନ କରିଛନ୍ତି ।

ପ୍ରଫେସର ପଶୁପାଳକ କହିଛନ୍ତି, ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଏଥର ମୌସୁମୀ ଶୀଘ୍ର ଆସିବାର ସମ୍ଭାବନା ଅଧିକ । ତେବେ ଦେଶର ଦକ୍ଷିଣ ଓ ପଶ୍ଚିମ ଉପକୂଳରେ ବର୍ଷା ସ୍ୱାଭାବିକଠାରୁ ଅଧିକ ହୋଇପାରେ । ଜୁନ୍‌ ଓ ଜୁଲାଇରେ  ବର୍ଷା ସ୍ୱାଭାବିକ ରହିବ । କିନ୍ତୁ ଓଡ଼ିଶାରେ ମୌସୁମୀ ବର୍ଷାର ବିତରଣ ସ୍ୱାଭାବିକ ନ ହୋଇପାରେ ।  

ନାସା ଓ ଅଷ୍ଟ୍ରେଲିଆ ପାଣିପାଗ ସଂସ୍ଥାର ଦୀର୍ଘକାଳୀନ ଆକଳନକୁ ବିଶ୍ଲେଷଣ କରି ସେ କହିଛନ୍ତି, ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପତ୍ତନର ତାପମାତ୍ରା କମିବାରେ ଲାଗିଛି । ସମୁଦ୍ର ଭିତରେ ୩୦୦ ମିଟର ଗଭୀର ଯାଏ ତାପମାତ୍ରା କମ୍‌ ରହୁଛି । ପଶ୍ଚିମ କେନ୍ଦ୍ରୀୟ ବିଷୁବମଣ୍ଡଳର ନିମ୍ନ ବାୟୁମଣ୍ଡଳରେ ପଶ୍ଚିମା ପବନ ବହୁଛି । ଇଣ୍ଡୋନେସିଆ ଅଞ୍ଚଳରେ ମେଘ ସୃଷ୍ଟି ସହିତ ସାମୁଦ୍ରିକ ତାପମାତ୍ରା ସ୍ୱାଭାବିକ ରହିଛି ।

ଏବେସୁଦ୍ଧା ଏଲ୍‌ନିନୋ ଚାଲିବା ସହ ଏହା ଶେଷ ପର୍ଯ୍ୟାୟରେ ଅଛି । ୭ଟି ମଡେଲରୁ ୪ଟି ମଡେଲର ଆକଳନ କହୁଛି, ଏପ୍ରିଲ ସୁଦ୍ଧା ଏଲ୍‌ନିନୋ ନିଉଟ୍ରାଲ ଅବସ୍ଥାକୁ ଆସିବ ।

କଲମ୍ବିଆ ବିଶ୍ୱବିଦ୍ୟାଳୟର ଆଇଆରଆଇ ସଂସ୍ଥାର ପୂର୍ବାନୁମାନ କହୁଛି, ଏହା ଜୁଲାଇ ବା ଅଗଷ୍ଟ ସୁଦ୍ଧା ଲା ନିନୋରେ ପରିଣତ ହେବାର ସମ୍ଭାବନା ୬୦%ରୁ ଅଧିକ । ତେବେ ନିଉଟ୍ରାଲ ଏନ୍‌ସୋ ଓ ଲା ନିନା ସମୟରେ ମୌସୁମୀ ବର୍ଷା ନିଅଣ୍ଟିଆ ହେବାର ସମ୍ଭାବନା କମ୍‌ । କିନ୍ତୁ ଭାରତ ମହାସାଗର ଡାଏପୋଲ(ଆଇଓଡି) ମୌସୁମୀ ବର୍ଷାକୁ ପ୍ରଭାବିତ କରେ । ଆଇଓଡି ପଜିଟିଭ୍‌ ରହିଲେ ବର୍ଷା ଭଲ ହୁଏ । ଗତ ମାସରେ ପୂର୍ବ ଭାରତ ମହାସାଗରରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିବା ସହ ଆଇଓଡି ନିଉଟ୍ରାଲ ରହିଛି । ମେ ମାସରେ ଏହା କ୍ରମଶଃ ବଢ଼ିବା ଯୋଗୁ ମୌସୁମୀ ବାୟୁ ପାଇଁ ଅନୁକୂଳ ହେବ ବୋଲି ଡ. ପଶୁପାଳକ କହିଛନ୍ତି ।

ମେଡେନ ଜୁଲିଏନ ଓସିଲେସନ(ଏମଜେଓ) ମଧ୍ୟ ମେଘ ଗଠନ ଓ ମୌସୁମୀ ବର୍ଷାକୁ ପ୍ରଭାବିତ କରେ । ପୂର୍ବ ଦିଗରୁ ଆସୁଥିବା ପବନ ଦୁର୍ବଳ ହେବା ସହ ଭାରତ ମହାସାଗର ଦେଇ ପୂର୍ବକୁ ମୁହାଁଇ ଇଣ୍ଡୋନେସିଆ ଆଡ଼କୁ ଗତି କରିବ ବୋଲି ସେ କହିଛନ୍ତ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.