ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜନ୍ମମାଟିକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭେଟି ଦେବେ କୋଟି କୋଟି ଟଙ୍କାର ପ୍ରକଳ୍ପ

Published By : Prameya | December 6, 2024 8:17 AM

ବାରିପଦା,୦୬/୧୨: ଆଜି ନିଜ  ଜନ୍ମମାଟି କୁ ଆସୁଛନ୍ତି  ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ  ମୁର୍ମୁ । ରାଷ୍ଟ୍ରପତିଙ୍କ ଦୁଇ  ଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ  ତତ୍ପର ହୋଇ ଉଠିଛି । ମହାମହିମଙ୍କ ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ସମସ୍ତ ପ୍ରକାର  ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଜିଲ୍ଲାବାସୀ ମହାମହିମ ରାଷ୍ଟ୍ରପତି  ତଥା ଏ ମାଟିର ସୁପୁତ୍ରୀ ଶ୍ରୀମତୀ ମୁର୍ମୁ ଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଛନ୍ତି  । ଚଳିତ ଥର  ମହାମହିମଙ୍କ ଗସ୍ତ ଜିଲ୍ଲାର ରେଳ ଯୋଗାଯୋଗ  ଠୁ ଆରମ୍ଭ କରି ଆକାଶପଥରେ ଉଡ୍ଡାଣ ପାଇଁ ଏକ  ଶୁଭ ସୂଚନା ନେଇ ଆସିଥିବାରୁ ଜିଲ୍ଲାବାସୀ ସେହି  ଶୁଭ ମୁହୂର୍ତ୍ତକୁ ଚାତକ ପରି ଅନେଇ ରହିଛନ୍ତି ।  

ସୂଚନା ମୁତାବକ ମହାମହିମ ରାଷ୍ଟ୍ରପତି ୬ ତାରିଖ  ସକାଳ ୯ଟା ୨୫ମିନିଟ ସମୟରେ ବାୟୁସେନାର କଲେଇକୁଣ୍ଡା ଏୟାରପୋର୍ଟରେ ପହଞ୍ଚିବା ପରେ  ସେଠାରୁ ସେନାବାହିନୀର ସ୍ୱତନ୍ତ୍ର ହେଲିକପ୍ଟର  ଯୋଗେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଅନ୍ତର୍ଗତ  ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ୧୦ ଟା ୦୫  ମିନିଟରେ ଅବତରଣ କରିବେ । ସେଠାରୁ ସଡ଼କ  ପଥରେ ଉପରବେଡା ସରକାରୀ ଉପ୍ରା ବିଦ୍ୟାଳୟରେ  ୧୦ ଟା ୨୫ ନିମିଟରେ ପହଞ୍ଚି ଛାତ୍ରଛାତ୍ରୀ ଏବଂ  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଭାବ ବିନିମୟ କରିବେ ।  ପରେ ଦିନ ୧୧ ଟା ୧୫ରେ ସଡ଼କ ପଥରେ ଯାଇ  ଉପରବେଡା ସ୍ଥିତ ନିଜ ବାସଭବନରେ ପହଞ୍ଚିବେ । ସେଠାରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା  ପରେ ଦିନ ୧୨ ଟାରେ ସଡ଼କପଥରେ ରାଇରଙ୍ଗପୁର  ଅଭିମୁଖେ ଯାଇ ନିଜସ୍ୱ ବାସଭବନରେ ୧୨ ଟା ୩୦  ମିନିଟରେ ପହଞ୍ଚିବେ । ସେଠାରେ ମଧ୍ୟାହ୍ନ ଭୋଜନ  ସହ କିଛି ସମୟ କାଟିବା ପରେ ଅପରାହ୍ନ ୩ ଟା ରେ  ବାହାରି ୩ ଟା ୧୦ ମିନିଟ ସମୟରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ଏସଏଲଏସ  ଟ୍ରଷ୍ଟ ପକ୍ଷରୁ ଏକ ଯାନର ଲୋକର୍ପଣ କରିବେ । ଏହାପରେ ଅପରାହ୍ନ ୪ ଟାରେ ରାଇରଙ୍ଗପୁର  ସ୍ଥିତ ମହିଳା ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ  ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଭାବ ବିନିମୟ  କରିବେ । ସେଠାରୁ ଅପରାହ୍ନ ୪ ଟା ୪୦ ମିନିଟରେ  ବାହାରି ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରରେ ପହଞ୍ଚି  ସେଠାରେ ଠାକୁରଙ୍କୁ ଦର୍ଶନ କରିବା ସହ ନୂତନ  ଭାବେ ସ୍ଥାପିତ ଶ୍ରୀ ଗଣେଶଜୀଙ୍କ ଠାରେ ଆରତୀ ଓ  ପୂଜାର୍ଚ୍ଚନା କରିବେ । ଅପରାହ୍ନ ୫ ଟା ୨୫ ରେ ସଡ଼କ  ପଥରେ ନିଜ ବାସଭବନକୁ ଯାଇ ସେଠାରେ ରାତ୍ରୀ  ଯାପନ କରିବେ । ମହାମହିମଙ୍କ ସମେତ ରାଜ୍ୟପାଳ  ଓ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି  ।  

ସେହିପରି ଡିସେମ୍ବର ୭ ତାରିଖ  ଦିନ ମହାମହିମଙ୍କ ବାଙ୍ଗିରିପୋଷି ଗସ୍ତ ଥିବାରୁ  ସେଠାକାର ସମସ୍ତ ପ୍ରସ୍ତୁତି ଓ ଅଭ୍ୟାସ ସରିଛି  ।  ସୁରକ୍ଷା ପାଇଁ ବାଙ୍ଗିରିପୋଷିରେ ୩୦ପ୍ଲାଟୁନ୍‌ ପୁଲିସ  ଫୋର୍ସ ମୁତୟନ ହେବେ  । ସୂଚନା ମୁତାବକ  ୭ତାରିଖ ବାୟୁସେନାର ସ୍ୱତନ୍ତ୍ର ହେକିକେପଟର ଆଇଏଏଫ୍‌ ଏମ ଆଇ ୧୭ ଯୋଗେ ମହାମହିମ  ଦିନ ୧୦ ଟା ୪୫ ମିନିଟ ସମୟରେ ବାଙ୍ଗିରିପୋଷି  ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ  ବାଙ୍ଗିରିପୋଷି ରେଳ ଷ୍ଟେସନ ଠାରେ ଆୟୋଜିତ  ସଭାସ୍ଥଳରେ ଦିନ ୧୧ ଟା ୦୫ ମିନିଟରେ  ପହଞ୍ଚିବେ । ଦିନ ୧୧ ଟା ୧୫ରୁ ୧୨ ଟା ୧୫  ମଧ୍ୟରେ ନୂତନ ରେଳପଥ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢାମରା- ଚକୁଳିଆ ,  ବାଦାମପାହାଡ- କେନ୍ଦୁଝରଗଡ ପ୍ରକଳ୍ପର  ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଭାର୍ଚୁଆଲ ମୋଡରେ  ଟ୍ରାଇବାଲ ରିସର୍ଚ୍ଚ ଡେଭଲପମେଣ୍ଟ ସେଣ୍ଟର,  ଦାଣ୍ଡବୋଷ ଏୟାରଷ୍ଟ୍ରିପ୍‌ ଏବଂ ରାଇରଙ୍ଗପୁର  ଉପଖଣ୍ଡ ଚିକିତ୍ସାଳୟର ପୁନରୁଦ୍ଧାର ନିମନ୍ତେ ଭିତ୍ତି  ପ୍ରସ୍ତର ସ୍ଥାପନ କରିବେ । ଏହାପରେ ୧୨ ଟା ୧୫ ମିନିଟ ସମୟରେ ମହାମହିମ ରାଷ୍ଟ୍ରପତି ସଭା  ସ୍ଥଳରୁ ସଡ଼କ ପଥରେ ଯାଇ ୧୨ ଟା ୨୫ ମିନିଟ  ସମୟରେ ବାଙ୍ଗିରିପୋଷି ଅସ୍ଥାୟୀ ହେଲିପ୍ୟାଡରେ  ପହଞ୍ଚି ୧୨ ଟା ୩୫ ମିନିଟ୍‌ ସମୟରେ କଲେଇକୁଣ୍ଡା  ଅଭିମୁଖେ ଉଡାଣ ଭରିବେ । କଲେଇ କୁଣ୍ଡା ଠାରେ  ଦିନ ୧ ଟା ୧୫ ମିନିଟ ରେ ପହଞ୍ଚିବା ପରେ ସେଠାରୁ  ସେନାର ସ୍ୱତନ୍ତ୍ର ଉଡାଜାହାଜରେ ଦିନ ୧. ୨୫  ମିନିଟରେ ପ୍ରତ୍ୟାବର୍ତ୍ତନ କରିବେ । ମହାମହିମଙ୍କ  ଏହି ଗସ୍ତ ଫଳରେ ମୟୂରଭଞ୍ଜବାସୀଙ୍କ ପାଇଁ  ଅନେକ ଦିନର ଦାବି ପୂରଣ ହେବାକୁ ଯାଉଥିବାରୁ  ସମଗ୍ର ଜିଲ୍ଲାବାସୀ ମହାମହିମଙ୍କ ଆଗମନକୁ ଚାତକ ପରି ଅପେକ୍ଷା କରି ରହିଛନ୍ତି  । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.