ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଦିଲ୍ଲୀ-NCRରେ ଭୂକମ୍ପର ବଡ଼ ଝଟକା , ରିକ୍ଟର ସ୍କେଲରେ ତୀବ୍ରତା ୫.୬

ନୂଆଦିଲ୍ଲୀ : ଦିଲ୍ଲୀ –ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଏହାର କିଛି ଦିନ ପୂର୍ବେ ମଧ୍ୟ ଭୂକମ୍ପର ବଡ଼ ଝଟକା ଅନୁଭବ ହୋଇଥିଲା। ସଦ୍ୟ ତଥ୍ୟ ଅନୁସାରେ , ଗତ ୪ଦିନରେ ଏହା ୨ୟ ଥର ଥରିଲା ପୃଥିବୀ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ଥିବା ମପାଯାଇଛି। ସୂଚନା ଅନୁସାରେ ଏହି ଭୂକମ୍ପର କେନ୍ଦ୍ର ମଧ୍ୟ ନେପାଳ ହିଁ ଥିଲା। 

ନେପାଳ ଓ ଆଫଗାନିସ୍ତାନରେ ପୁଣିଥରେ ଭୂମିକମ୍ପ ଅନୁଭୂତ, ବିଶେଷଜ୍ଞ କହିଲେ ଆଗାମୀ ଦିନରେ ଏହା ବୃଦ୍ଧି ପାଇବାର ସମ୍ଭାବନା ଯଥେଷ୍ଟ ଅଧିକ…

ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାରେ ମଧ୍ୟ ଭୂକମ୍ପର ତୀବ୍ର ଝଟକା ଅନୁଭବ ହୋଇଥିଲା । ୪ଟା ୧୮ ମିନିଟରେ ଭୂକମ୍ପ ଆସିଥିଲା ।  


ଏହା ପୂର୍ବରୁ ଶୁକ୍ରବାର ବିଳମ୍ୱିତ ରାତିରେ ମଧ୍ୟ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବିକ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ଥିଲା । ସୂଚନା ଅନୁସାରେ ବିଳମ୍ୱିତ ରାତି ୧୧.୩୨ରେ ଭୂକମ୍ପର ଝଟକା ଲାଗିଥିଲା। ଏଥିରେ ଭୂକମ୍ପର କେନ୍ଦ୍ର ନେପାଳ ଥିଲା। 

Copyright © 2022 - Summa Real Media Private Limited. All Rights Reserved.