ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶପଥ ପରେ ଇସ୍ତଫା ଦେବା ପ୍ରସଙ୍ଗ , ଖବର ମିଛ ଥିବା କହିଲେ ମୋଦି ସରକାରର ମନ୍ତ୍ରୀ ସୁରେଶ ଗୋପୀ

ନୂଆଦିଲ୍ଲୀ – କେରଳର ତ୍ରିଶୂରରୁ ବିଜେପି ସାଂସଦ ହୋଇଥିବା ସୁରେଶ ଗୋପୀ ଏହି ସବୁ ଖବରକୁ ଖଣ୍ଡନ କରିଛନ୍ତି , ଯେଉଁଥିରେ ଦାବି କରାଯାଇଛି କି ସେ ମନ୍ତ୍ରୀ ପଦ ଛାଡ଼ି ପାରନ୍ତି। ସୁରେଶ ଗୋପୀ ରବିବାର ହିଁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସୁରେଶ ଗୋପୀ କହିଛନ୍ତି କି କିଛି ମିଡ଼ିଆ ପ୍ଲାଟଫର୍ମ ଗୁଡ଼ିକ ମିଛ ଖବର ପ୍ରସାର କରିଛନ୍ତି କି ମୁଁ ମୋଦି ସରକାରର ମନ୍ତ୍ରିପରିଷଦରୁ ଇସ୍ତଫା ଦେବାକୁ ଯାଉଛି। ଏହା ସଂପୂର୍ଣ୍ଣ ଭାବେ ମିଥ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ କେରଳର ବିକାଶ ଓ ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ସେ ଏହି କଥା ନିଜ ଏକ୍ସ ଆକାଉଣ୍ଟରେ କହିଛନ୍ତି। ସୁରେଶ ଗୋପୀଙ୍କ ବିଷୟରେ ଏହା ବି କୁହାଯାଉ ଥିଲା କି ସେ କ୍ୟାବିନେଟ୍‌ ମନ୍ତ୍ରୀ ବା ରାଜ୍ୟ ମନ୍ତ୍ରୀର ସ୍ୱତନ୍ତ୍ର ପ୍ରଭାରୀ ପାଇଁ ଆଶା କରୁଥିଲେ। କିନ୍ତୁ ରାଜ୍ୟ ମନ୍ତ୍ରୀ କରାଯିବା ନେଇ ଅସନ୍ତୁଷ୍ଟ ଅଛନ୍ତି। 

ଏହା ବ୍ୟତୀତ ମଲୟାଲୀ ଚ୍ୟାନେଲକୁ ତାଙ୍କ ତରଫରୁ ଦେଇଥିବା ସାକ୍ଷାତକାର ଅନୁସାରେ ଏହା ବି କୁହାଯାଇ ଥିଲା କି ସୁରେଶ ଗୋପୀଙ୍କ କହିବାନୁସାରେ, ସେ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ମନ୍ତ୍ରୀ ଭାବେ କାମ କରିବାକୁ ଚାହୁଁ ନଥିଲେ। ସୁରେଶ ଗୋପୀଙ୍କ କହିବା ହେଲା କି ସେ ଜଣେ ସାଂସଦ ଭାବେ ନିଜ କ୍ଷେତ୍ରର ଜନତାଙ୍କ ସେବା କରିବେ, କିନ୍ତୁ ମନ୍ତ୍ରୀ ପଦ ଚାହୁଁ ନାହାନ୍ତି। 

କିନ୍ତୁ ଏବେ ସୁରେଶ ଗୋପୀ ନିଜେ ହିଁ ଏ କଥାକୁ ଖାରଜ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି , ସେ ମନ୍ତ୍ରୀ ପଦରେ ହିଁ ରହିବେ । କହି ରଖୁଛୁ କି ସୁରେଶ ଗୋପୀ କେରଳରୁ ଜିତି ଥିବା ବିଜେପିର ଏବେସୁଦ୍ଧା ପ୍ରଥମ ସାଂସଦ। ତାଙ୍କର ସଫଳତାରେ ବିଜେପି ରାଜ୍ୟରେ ଇତିହାସ ରଚିଥି। ସେଠାରେ ପ୍ରଥମ ଥର ପଦ୍ମ ଫୁଟିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.