ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟୁପିରେ ବଡ଼ ନେତା ହିଁ ନୁହେଁ ତାଙ୍କ ପୁଅ ବି ହାରି ପାରନ୍ତି, ଏହି ସର୍ଭେରେ ବିଜେପି-ସପା ନେତାଙ୍କୁ ଲାଗିପାରେ ଝଟକା

ଲକ୍ଷ୍ନୌ,୩।୬: ୟୁପିରେ ଏଭଳି ଏକ ଏକଜିଟ୍‌ ପୋଲ୍ ଆସିଛି, ଯେଉଁଥିରେ ସବୁ ସିଟ୍‌ର ବିବରଣୀ ଦିଆଯାଇଛି। କୁହାଯାଉଛି ଯେ, କେଉଁ ଆସନରୁ କେଉଁ ପାର୍ଟି ଜିତିବେ ଓ କିଏ ହାରିବେ। ଏହି ସର୍ଭେରେ ଯଦିଓ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ୬୨ ଓ ସମା-କଂଗ୍ରେସ ଇଣ୍ଡିଆ ମେଣ୍ଟକୁ କେବଳ ୧୮ଟି ଆସନ ମିଳିବ। ଏହାପରେ ବି ଏନ୍‌ଡିଏର ବହୁ ପ୍ରଭାବଶାଳୀ ନେତା ଓ ତାଙ୍କ ଟିକେଟ୍‌ରେ ନିର୍ବାଚନ ଲଢୁଥିବା ପୁଅମାନେ ହାରିବାର ସମ୍ଭାବନା ରହିଛି। ସମାଜବାଦୀ ପାର୍ଟି ସାଂସଦ ରାମଗୋପାଳ ଯାଦବ ଓ ତାଙ୍କ ପୁଅ ଶିବପାଳ ଯାଦବଙ୍କ ପୁଅ ମଧ୍ୟ ହାରିବାର ସମ୍ଭାବନା ରହିଛି। ବିଜେପି ପକ୍ଷରୁ ହାରିବାକୁ ଥିବା ପ୍ରାର୍ଥୀଙ୍କ ଭିତରେ ସ୍ମୃତି ଇରାନୀ ଗତ ଥର ରାହୁଲ ଗାନ୍ଧୀଙ୍କୁ ହରାଇ ସାଂସଦ ହୋଇଥିଲେ। ଏଥର ସ୍ମୃତିଙ୍କୁ କଂଗ୍ରେସର କେଏଲ ଶର୍ମାଙ୍କଠାରୁ ହାରି ପାରନ୍ତି ବୋଲି କୁହାଯାଉଛି। 

ସ୍କୁଲ ଅଫ୍ ପଲିଟିକ୍ସ ଏଜେନ୍ସି ଦେଶର ସବୁ ସିଟ୍‌ରେ ଏକଜିଟ୍ ପୋଲ୍ ଜାରି କରିଛନ୍ତି। ତାଙ୍କର ଦାବି ଯେ, ତାଙ୍କ ସର୍ଭେରେ ୨୦ ଲକ୍ଷ ଭୋଟରଙ୍କୁ ସାମିଲ କରାଯାଇଥିଲା। ୟୁପିର ସବୁ ୮୦ ଆସନର ଏଜେନ୍ସି ନିଜର ଆକଳନ କରିଛି। ଏଜେନ୍ସି ଅନୁସାରେ, ଆମେଠିରେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ କଂଗ୍ରେସର କେଏଲ ଶର୍ମାଙ୍କଠାରୁ ହାରି ବାକୁ ଯାଉଛନ୍ତି।  ଏନ୍‌ଡିଏର ସହଯୋଗୀ ଓ ନିଷାଦ ପାର୍ଟୀ ଅଧ୍ୟକ୍ଷ ସଞ୍ଜୟ ନିଷାଦଙ୍କ ସାଂସଦ ପୁଅ ପ୍ରବୀଣ ରାଜଭର ଏଥର ସନ୍ତକବିର ନଗର ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି। ତାଙ୍କର ହାରିବାର ସମ୍ଭାବନା ରହିଛି। ଏନ୍‌ଡିଏର ଆଉ ଏକ ସହଯୋଗୀ ଏସବିଏସପି ମୁଖ୍ୟ ଓପି ରାଜଭରଙ୍କ ପୁଅ ଅରବିନ୍ଦ ରାଜଭର ମଧ୍ୟ ଘୋସିରୁ ହାରିବାର ସମ୍ଭାବନା ରହିଛି। ଦୁଇଟି ଆସନରେ ସମାଜବାଦୀ ପାର୍ଟି ଜିତିବାର ସମ୍ଭବନା ରହିଛି।

ହାଇପ୍ରୋଫାଇଲ ଆଜମଗଡ ଲୋକସଭା ଆସନରୁ ଏଥର ଭୋଜପୁରୀ ଷ୍ଟାର ଓ ବିଜେପି ସାଂସଦ ଦିନେଶ ଲାଲ ଯାଦବ ନିରହୁଆ ହାରିବା ଓ ସମାଜବାଦୀ ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବ ଜିତିବାର ସମ୍ଭାବନା ରହିଛି। ଭଦୋହି ଆସନରୁ ଇଣ୍ଡିଆ ମେଣ୍ଟରୁ ଆସିଥିବା ଟିଏମ୍‌ସି ପ୍ରାର୍ଥୀ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳା ପତି ତ୍ରିପାଠିଙ୍କ ଅଣନାତି ଲଳିତେଶ ପତି ତ୍ରିପାଠୀ ମଧ୍ୟ ହାରି ପାରନ୍ତି। ଜୌନପୁରର ଦୁଇଟି ଆସନରେ ଧନଞ୍ଜୟ ସିଂହଙ୍କ ଯାଦୁ ଚାଳିବନି। ପ୍ରତାପଗଡ ଓ କୌଶମ୍ବି ଦୁଇଟିରେ ରାଜା ଭୈୟାଙ୍କ ଦବଦବା ରହିଛି। ବିଜେପି ଜୌନପୁର ଓ ସେଠାର ମଛଲି ଶହର ଲୋକସଭା ଆସନରୁ ହାରିବାକୁ ଯାଉଛି। 

ନିଜର ବୟାନବାଜିକୁ ନେଇ ଚର୍ଚ୍ଚାରେ ରହୁଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ କୁଶୀନଗରରୁ ହାରିବାକୁ ଯାଉଛନ୍ତି। ସେ ଗୋରଖପୁରକୁ ଲାଗିଥିବା ବସ୍ତି ଆସନରୁ ବିଜେପିଠାରୁ ଛଡାଇ ନେବେ। ରାମ ପ୍ରସାଦ ଚୌଧୁରୀ ବିଜେପିର ହରିଶ ଦ୍ବିବେଦୀଙ୍କଠାରୁ ଜିତିବେ। ଆମ୍ବେଦକର ନଗର ଲୋକସଭା ଆସନରୁ ସାଂସଦ ଥିବା ରିତେଶ ପାଣ୍ଡେ ବିଏସ୍‌ପିରୁ ବିଜେପି ଆସିବା ଲାଭ ଦାୟକ ହୋଇନପାରେ। ସର୍ବେ ଅନୁସାରେ ଲାଲାଜୀ ବର୍ମାଙ୍କଠାରୁ ରିତେଶ ପାଣ୍ଡେ ହାରି ପାରନ୍ତି।ବିଜେପିକୁ ଫୈଜାବାଦ ଲୋକସଭା ଆସନରୁ ଝଟକା ଲାଗିବାର ଆଶଙ୍କା ରହିଛି। ଅଯୋଧ୍ୟାର ହେଉଛି ଏହି ଫୈଜାବାଦ ଲୋକସଭା ଆସନର। ପୂର୍ବରୁ ଅଯୋଧ୍ୟାର ନାଁ ଫୈଜାବାଦ ଥିଲା। ଏହି ଆସନ ବିଜେପି ହାତରୁ ଖସିପାରେ ବୋଲି ଆଶଙ୍କା କରାଯାଉଛି। ବଦାୟରୁ ଶିବପାଲ ଯାଦବଙ୍କ ପୁଅ ଆଦିତ୍ୟ ଓ ଫିରୋଜାବାଦରୁ ରାମଗୋପାଳ ଯାଦବଙ୍କ ପୁଅ ଅକ୍ଷୟ ହାରିବାର ଆଶଙ୍କା ରହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.