PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚଭୂତରେ ଲୀନ ହେଲେ ରାଇମୋହନ , ମୁଖାଗ୍ନି ହେଲେ ସାନଝିଅ ଉଦିତା ପରିଡ଼ା , ପୁରୀ ସ୍ୱର୍ଗଦ୍ୱାରରେ ରାଇଙ୍କ ଶେତକୃତ୍ୟ ସଂପନ୍ନ
  • ||
  • ଭୁବନେଶ୍ୱର: ବାଣୀବିହାରରେ ପୁଣି ଆତଙ୍କ। ବୁଲିଲା ଖଣ୍ଡା , ଭୁଜାଲି। ଛିନ୍ ଛତ୍ର ହୋଇ ଦୌଡ଼ିଲେ ଛାତ୍ର ଛାତ୍ରୀ। କ୍ୟାମ୍ପସ ବାହାର କିଛି ଅଣଛାତ୍ର ଆସି ଛାତ୍ର ଙ୍କୁ ଆକ୍ରମଣ କରିଥିବା ସୂଚନା।
  • ||
  • ମୃତ୍ଯୁ ପରେ ଚକ୍ଷୁଦାନ କଲେ ରାଇମୋହନ, କ୍ୟାପିଟାଲ ହସ୍ପିଟାଲରେ କରାଗଲା ତାଙ୍କର ଚକ୍ଷୁଦାନ , କ୍ଯାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା
  • ||
  • ଭୁବନେଶ୍ଵର : ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ, ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା
  • ||
  • ଭୁବନେଶ୍ୱର: ମାସ ଶେଷରେ ଲଘୁଚାପ, ପ୍ରଥମ ସପ୍ତାହରେ ବର୍ଷିବ: ଆଜିଠୁ ୬ ଦିନ ଯାଏଁ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ପୁରୀ: ଅଣସର ପିଣ୍ଡିରେ ଚକା ବିଜେ ହେଲେ ଶ୍ରୀବିଗ୍ରହ, ଆଜି ଖଳି ଲାଗି ପରେ ମୋଦକ ସମର୍ପଣ ନୀତି
  • ||
  • ଭୁବନେଶ୍ୱର: ଆଜି ଭୁବନେଶ୍ୱର କୋର୍ଟ ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଆଇନଜୀବୀ
  • ||
  • ଜଳେଶ୍ୱର: ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ଜୁନାଗଡ଼: ସାଥିରେ ନେଲେନି ବୋଲି… ଦୁଇ ବନ୍ଧୁଙ୍କୁ ଏସିଡ୍‌ ମାଡ଼ କଲା ମଦ୍ୟପ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆପଡ଼ା: ପୁଅକୁ ଟାଙ୍ଗିଆରେ ହତ୍ୟା କରି ଆତ୍ମହତ୍ୟା କଲା ବାପା
  • ||

କୃମିନାଶ ଅଭିଯାନ: ଏକ କୋଟି ୩୦ ଲକ୍ଷ ପିଲାଙ୍କୁ ଔଷଧ

ଭୁବନେଶ୍ୱର,୬ ।୨(ବ୍ୟୁରୋ): ପିଲାଙ୍କ ପେଟରେ ହେଉଥିବା କୃମିର ବିନାଶ ପାଇଁ ସରକାରୀ ସ୍ତରରେ ଆରମ୍ଭ ହୋଇଛି ଅଭିଯାନ । ଆସନ୍ତା ୮ରେ ସବୁ ପିଲାଙ୍କୁ ମାଗଣାରେ ସରକାର କୃମିନାଶକ ଔଷଧ ଦେବେ । ୧ ବର୍ଷରୁ ୧୯ ବର୍ଷ ବୟସର ସବୁ ପିଲା ଏହି ଔଷଧ ଖାଇ ପାରିବେ । ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଏହା ଖାଇବାକୁ ଦିଆଯିବ । ଯେଉଁ ପିଲାମାନେ ଅସୁସ୍ଥତା ବଶତଃ କିମ୍ବା ଅନ୍ୟ କୌଣସି କାରଣରୁ ଅନୁପସ୍ଥିତ ଥିବେ, ସେମାନଙ୍କୁ ଆସନ୍ତା ୧୪ ତାରିଖରେ ଦିଆଯିବ । ଭୟଭୀତ ନହୋଇ ପିଲାମାନେ ଏହି ଔଷଧ ଖାଇବା ଦରକାର ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ଲିଙ୍ଗରାଜ ମିଶ୍ର କହିଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ୟୁନିସେଫ୍‌ ପକ୍ଷରୁ ମିଳିତ ଭାବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ମିଶ୍ର କହିଛନ୍ତି, ୧ ବର୍ଷରୁ ୧୯ ବର୍ଷ ବୟସର ପିଲାଙ୍କୁ କୃମି ଔଷଧ ଦିଆଯିବାକୁ ଥିବାବେଳେ ୯ ମାସରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଭିଟାମିନ୍‌ ଦ୍ରବଣ ଦିଆଯିବ । କୃମିନାଶକ ଔଷଧ ଖାଇବା ଦ୍ୱାରା ପିଲାମାନେ ଏହି ପରଜୀବି ସଂକ୍ରମଣ ଦ୍ୱାରା ହେଉଥିବା ରକ୍ତହୀନତା, ପୁଷ୍ଟିହୀନତା, ମାନସିକ ଓ ବୌଦ୍ଧିକ ବିକାଶ ବାଧାରୁ ରକ୍ଷା ପାଇପାରିବେ ।
ଏହି ଅଭିଯାନରେ ସରକାର ୧ରୁ ୧୯ ବର୍ଷ ବୟସର ୧ କୋଟି ୩୦ ଲକ୍ଷ ପିଲାଙ୍କୁ ବଟିକା ଖାଇବାକୁ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ, ସ୍କୁଲ ଓ ଗଣଶିକ୍ଷା ବିଭାଗ ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମିଳିତ ସହଯୋଗରେ ଅଭିଯାନ କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡାକ୍ତର ବିପିନ୍‌ ବିହାରୀ ପାଣିଗ୍ରାହୀ କହିଛନ୍ତି । ତେବେ ଅନୁଗୁଳ, ଭଦ୍ରକ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ୨ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଫାଇଲେରିଆ ବଟିକା ସହିତ କୃମି ଔଷଧ ଦିଆଯାଉଥିବାରୁ ଏ ଜିଲ୍ଲାଗୁଡ଼ିକରେ ବଟିକା କେବଳ ୧ ରୁ ୨ ବର୍ଷ ବୟସର ପିଲାଙ୍କୁ ଦିଆଯିବ । ଚଳିତ ମାସରେ ସମସ୍ତ ଜିଲ୍ଲାରେ ୯ ମାସରୁ ୫ ବର୍ଷ ବୟସର ପିଲାଙ୍କୁ ଟୀକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସରେ ଭିଟାମିନ୍‌ ‘କ’ ଦ୍ରବଣ ଖାଇବାକୁ ଦିଆଯିବ । ସ୍କୁଲ ଶିକ୍ଷକ, ମହିଳା ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ । ସ୍କୁଲ ଯାଉନଥିବା ଶିଶୁଙ୍କୁ ଅଙ୍ଗନବାଡ଼ି କର୍ମୀ ଓ ଦମନ ସ୍ୱେଚ୍ଛାସେବୀମାନେ ଘରକୁ ଯାଇ ବଟିକା ଖାଇବାକୁ ଦେବେ । ଏଥିରେ ଆଶାକର୍ମୀମାନେ ସହାୟତା କରିବେ ବୋଲି ଡା.ପାଣିଗ୍ରାହୀ କହିଛନ୍ତି ।
ୟୁନିସେଫ୍‌ର କମ୍ୟୁନିକେଶନ ସ୍ପେସିଆଲିଷ୍ଟ ଅଳକା ଗୁପ୍ତା କହିଲେ, ଲୋକେ କେମିତି ସଚେତନ ହୋଇ କୃମି ଔଷଧ ଖାଇବେ, ସେଥିପାଇଁ ୟୁନିସେଫ୍‌ ପକ୍ଷରୁ ପ୍ରଚାର ବାର୍ତ୍ତା ପ୍ରସ୍ତୁତ କରାଯାଇଛି ।