ଫିରିଙ୍ଗିଆ,୧୧l ୧୨ କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ଥାନା ପୋଲିସ  ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଜାରିରହିଛି । ବୁଧବାର ଫିରିଙ୍ଗିଆ ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ  ମିଳିତ ଭାବରେ ଚଢ଼ାଉ କରି ଛନ୍ତି। ଫିରିଙ୍ଗିଆ ଥାନା ଅଧୀନସ୍ଥ   ତଳଦଣ୍ଡିକିଆ ପଞ୍ଚାୟତର ଜୋକେ, ବୁକୁଦେଇ ଓ ଟେଙ୍ଗେଡି ଗାଁ ନିକଟରେ ଥିବା ପାହାଡିଆ ଜଙ୍ଗଲ ଜମି ମାନଙ୍କରେ ବେଆଇନ ଭାବରେ ଚାଷ ହୋଇଥିବା ପ୍ରାୟ ୧୦୯ ଏକର ଜାଗାରେ ଗଞ୍ଜେଇ ଗଛ ଗୁଡିକୁ କାଟିଦେବା ସହ ଜାଳି ପୋଡି ନଷ୍ଟ କରିଦେଇଛି ପୋଲିସ I ତେବେ ନଷ୍ଟ କରା ଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୯୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ତରଫରୁ  ମିଳିଛି I 

ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାର  ଏସ ଆଇ ଦୀପକ କୁମାର ରାଉତ ଓ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଥାନାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିବା ବେଳେ ପୋଲିସ ସହ  ଅବକାରୀ ବିଭାଗର ଅଧିକାରୀଙ୍କ ସହ କର୍ମଚାରୀ ମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ I  ସୁରକ୍ଷା ଦୃଷ୍ଟି ରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ମୁତୟନ କରାଯାଇଥିଲା I  ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା  ରୁଜୁ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ବେହେରା ସୂଚନା ଦେଇଛନ୍ତି I