ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

୧ କୋଟି ୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

Published By : Prameya | December 11, 2024 7:18 PM

ଫିରିଙ୍ଗିଆ,୧୧l ୧୨ କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ଥାନା ପୋଲିସ  ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଜାରିରହିଛି । ବୁଧବାର ଫିରିଙ୍ଗିଆ ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗ  ମିଳିତ ଭାବରେ ଚଢ଼ାଉ କରି ଛନ୍ତି। ଫିରିଙ୍ଗିଆ ଥାନା ଅଧୀନସ୍ଥ   ତଳଦଣ୍ଡିକିଆ ପଞ୍ଚାୟତର ଜୋକେ, ବୁକୁଦେଇ ଓ ଟେଙ୍ଗେଡି ଗାଁ ନିକଟରେ ଥିବା ପାହାଡିଆ ଜଙ୍ଗଲ ଜମି ମାନଙ୍କରେ ବେଆଇନ ଭାବରେ ଚାଷ ହୋଇଥିବା ପ୍ରାୟ ୧୦୯ ଏକର ଜାଗାରେ ଗଞ୍ଜେଇ ଗଛ ଗୁଡିକୁ କାଟିଦେବା ସହ ଜାଳି ପୋଡି ନଷ୍ଟ କରିଦେଇଛି ପୋଲିସ I ତେବେ ନଷ୍ଟ କରା ଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୯୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ତରଫରୁ  ମିଳିଛି I 

ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାର  ଏସ ଆଇ ଦୀପକ କୁମାର ରାଉତ ଓ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଥାନାର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିବା ବେଳେ ପୋଲିସ ସହ  ଅବକାରୀ ବିଭାଗର ଅଧିକାରୀଙ୍କ ସହ କର୍ମଚାରୀ ମାନେ ମଧ୍ୟ୍ୟ ଉପସ୍ଥିତ ଥିଲେ I  ସୁରକ୍ଷା ଦୃଷ୍ଟି ରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ମୁତୟନ କରାଯାଇଥିଲା I  ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା  ରୁଜୁ କରାଯାଇଥିବା ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ବେହେରା ସୂଚନା ଦେଇଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.