PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

୧୦ ବର୍ଷର ଏହି ପିଲା ତିଆରି କଲେ ଏମିତି ଜିନିଷ , ୨ କୋଟି ଟଙ୍କାରେ ହେଲା ବିକ୍ରି !

ନୂଆଦିଲ୍ଲୀ : ପେଣ୍ଟିଂ ଦୁନିଆରେ ଆଜି ୧୦ ବର୍ଷିୟ ଜଣେ ପିଲା ଖୁବ୍‌ ଚର୍ଚ୍ଚାରେ। ତାଙ୍କ ହାତର ଯାଦୁ ସ୍ପର୍ଶରେ ଛବି ସବୁ ପାଲଟୁଛନ୍ତି ଜୀବନ୍ତ। ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି ୫ମ ଗ୍ରେଡ୍‌ରେ ପଢ଼ୁଥିବା ଏହି କୁନି ଚିତ୍ର ଶିଳ୍ପୀ ଆନ୍ଦ୍ରେସ୍ ଭାଲେନ୍ସିଆ । ଏ ଭିତରେ ସେ ଖୁବ୍‌ ନାଁ କମେଇଛନ୍ତି । ତାଙ୍କର ଅନେକ ପେଣ୍ଟିଂ କୋଟି କୋଟି ଟଙ୍କାରେ ବିକ୍ରି ହେଉଛି।

ଆନ୍ଦ୍ରେସ୍ ଭାଲେନ୍ସିଆଙ୍କର ଆର୍ଟ ୱାର୍କକୁ ଦେଖି ତାଙ୍କୁ ‘Little Picasso’ କୁହାଯାଉଛି । ତାଙ୍କର ଗୋଟିଏ ଗୋଟିଏ ପେଣ୍ଟିଂ ୧.୮୮କୋଟି ଟଙ୍କାରେ ମଧ୍ୟ ବିକ୍ରି ହେଉଛି। ଚଳିତ ବର୍ଷ ଜୁନ୍‌ରେ ତାଙ୍କର ପ୍ରଦର୍ଶନୀରେ ୩୫ ପେଣ୍ଟିଂ ବିକ୍ରି ହୋଇଛି , ଏହି ପେଣ୍ଟିଂର ଦାମ୍‌ ୪୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ଥିଲା।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ମୁତାବିକ, ତାଙ୍କର ଗୋଟିଏ ପେଣ୍ଟିଂ ହଂକଂରେ ଫିଲିପ୍ସ ଡେ ପ୍ୟୁରୀରେ ୧.୩ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ସେଠାରେ ଆଉ ଏକ ଅନ୍ୟ ପେଟି ୧.୮୮କୋଟି ଟଙ୍କାରେ ଇଟାଲୀରେ ବିକ୍ରି ହୋଇ ଥିଲା।

ଆନ୍ଦ୍ରେସ୍ ଭାଲେନ୍ସିଙ୍କର ମାଆ ଏଲ୍ସା ଭାଲେନ୍ସିଆ ୪୮ ବର୍ଷର ଏବଂ ପେଶାରେ ସେ ଜଣେ ଜୁଏଲାରୀ ଡିଜାଇନର। ସେ କୁହନ୍ତି ତାଙ୍କ ପୁଅ ଜଣେ ଆର୍ଟିଷ୍ଟ, ହେଲେ ଏହି କଥା ବି ମାନିବାକୁ ପଡ଼େ କି ସେ ଛୋଟ ପିଲାଟିଏ , ସେଲିବ୍ରିଟି ନୁହେଁ। ସେ ଏବେ ୫ମ ଗ୍ରେଡ୍‌ରେ ଏବଂ ତାକୁ ମ୍ୟାଥ୍‌ର ହୋମୱାର୍କ ମଧ୍ୟ କରିବାକୁ ପଡ଼ିଥାଏ।

ଆନ୍ଦ୍ରେସ୍ ନିଜ ଆୟର ଏକ ଭାଗ ଡୋନେଟ୍‌ କରନ୍ତି। ତାଙ୍କର ମାଆ କୁହନ୍ତି , ଆନ୍ଦ୍ରେସ୍ ଯେଉଁ ଆୟ କରନ୍ତି , ଏଥିରୁ ପାଖାପାଖି ଅଢ଼େଇ କୋଟି ଟଙ୍କା ଏଡ୍‌ସ ଚ୍ୟାରିଟି ଗ୍ରୁପ୍‌ amfAR ଓ ପିଲାଙ୍କୁ ଦାନ କରିଛନ୍ତି । ଏତେ କମ୍‌ ବୟସ ହେବା ସତ୍ତ୍ୱେ ଆନ୍ଦ୍ରେସ୍ ଅନେକ ନାମୀ ଆର୍ଟ ଗ୍ୟାଲେରି ଗୁଡ଼ିକରେ ନିଜର ପେଣ୍ଟିଂର ଦମ୍‌ରେ ନାମ କମାଇ ସାରିଛନ୍ତି। ତାଙ୍କ ବିଷୟରେ  The Miami Herald, The New York Post ,Forbes, The Times of London ରେ ଆର୍ଟିକଲ ପ୍ରକାଶିତ ହୋଇଛି । ଏହା ବ୍ୟତୀତ ସେ ABC ର World News Tonightରେ ବି ନଜର ଆସିସାରିଛନ୍ତି ।  

ସମ୍ବନ୍ଧିତ ଖବର