ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଏମ୍‌ସରେ ଚାକିରି ନାଁରେ ୧୨ ଲକ୍ଷ ଠକେଇ, ଧରାପଡ଼ିଲା ଧୂର୍ତ୍ତ ସିକ୍ୟୁରିଟି ଗାର୍ଡ

Published By : Rasmita Pradhan | November 20, 2024 8:30 AM

ଭୁବନେଶ୍ୱର, ୨୦/୧୧ : ଏମ୍‌ସରେ ଚାକିରି କରାଇ ଦେବା ନାଁରେ ୧୨ ଲକ୍ଷ ଟଙ୍କା ଠକି ଫେରାର୍‌ ଥିବା ସିକ୍ୟୁରିଟି ଗାର୍ଡକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି । ତାଙ୍କ ନାମ କାର୍ତ୍ତିକ ଗିରି(୩୧) । ଘର ବାଲେଶ୍ୱର ବାଲିଆପାଳ । ସେ ଖଣ୍ଡଗିରି ଥାନା ପାତ୍ରପଡ଼ାରେ ରହୁଥିଲେ । 

ସୂଚନାନୁଯାୟୀ, କାର୍ତ୍ତିକ ଏମ୍‌ସ ହସ୍ପିଟାଲରେ ଏକ ସିକ୍ୟୁରିଟି ସଂସ୍ଥା ଅଧୀନରେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ ଥିଲେ । ପ୍ରାୟ ୭ ବର୍ଷ ହେବ ସିକ୍ୟୁରିଟି ଗାର୍ଡ ଥିବାରୁ ଏମ୍‌ସ ହସ୍ପିଟାଲରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ତାଙ୍କର ଉତ୍ତମ ସଂପର୍କ ଓ ସେ ଚାହିଁଲେ ଟଙ୍କା ନେଇ ଚାକିରିରେ ରଖାଇ ଦେବାକୁ ସମସ୍ତଙ୍କୁ କହୁଥିଲେ । ହରପ୍ରସାଦ ହୋତା ନାମକ ଜଣେ ଯୁବକ ଏମ୍‌ସରେ ଚାକିରି ପାଇଁ କାର୍ତ୍ତିକଙ୍କୁ ଗତ ଜାନୁଆରୀ ମାସରେ ୨ ଲକ୍ଷ ଟଙ୍କା ଦେଇଥିଲେ । ଏହିପରି କାର୍ତ୍ତିକ ଅନେକ ଆଶାୟୀଙ୍କଠାରୁ ସମୁଦାୟ ୧୨ ଲକ୍ଷ ଟଙ୍କା ନେଇଯାଇଥିଲେ । ହେଲେ ସେ କାହାକୁ ଚାକିରି ଦେଇ ପାରି ନଥିଲେ । ଟଙ୍କା ଫେରସ୍ତ ମାଗିବାରୁ କାର୍ତ୍ତିକ ଆଉ ଧରାଛୁଆଁ ଦେଇ ନଥିଲେ । ଠକାମିର ଶିକାର ହରପ୍ରସାଦଙ୍କ ସମେତ ଅନ୍ୟମାନେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ହରପ୍ରସାଦଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ଠକେଇ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଆଜି ପୁଲିସ ଏମ୍‌ସ ହସ୍ପିଟାଲ ନିକଟରୁ କାର୍ତ୍ତିକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଅପରାହ୍ଣରେ କାର୍ତ୍ତିକଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.