ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ବିଚିତ୍ର ନ୍ୟାୟ ବ୍ୟବସ୍ଥା! ୧୨ ଟଙ୍କାର ମାମଲା, ୧୫ ବର୍ଷ ପରେ ନୋଟିସ୍

ନବରଙ୍ଗପୁର ୨୬/୧୨: ୧୨ ଟଙ୍କାର ଖାଉଟି ମାମଲା ପାଇଁ ୧୫ ବର୍ଷ ପରେ ଆସିଲା ନୋଟିସ । ତାହାପୁଣି ପୁଣି ଧାର୍ଯ୍ୟ ସମୟର ୨ ଦିନ ପରେ ଉପଭୋକ୍ତାଙ୍କୁ ମିଳିଛି । ଏଭଳି ଏକ ଘଟଣା ଏବେ ନବରଙ୍ଗପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି ।

ଘଟଣାରୁ ପ୍ରକାଶ, ୨୦୦୩ ମସିହା ମେ ୧୬ରେ ନବରଙ୍ଗପୁରର ଜଣେ ଗାଡ଼ି ମାଲିକ ତଥା ଡିଜେଲ ଉପଭୋକ୍ତା ଏନ୍‌. ପରମେଶ୍ୱରନ୍‌ ମାଝୀଗୁଡ଼ା ସ୍ଥିତ ଏକ ଡିଜେଲ ପମ୍ପରୁ ତାଙ୍କ ଜିପ୍‌ (ଓଆର ୧୦ ଏ ୭୯୮୮)ରେ ୧୦ଲିଟର ଡିଜେଲ ଭରିଥିଲେ । ସେହିଦିନ ସରକାର ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୧୦ ପଇସା ଦର ହ୍ରାସ କରିଥିବା ଘୋଷଣା କରିଥିଲେ। ଡିଜେଲ ପମ୍ପ ମାଲିକ ଦର ହ୍ରାସ ପାଇବା ପରେ ବି ପୁରୁଣା ତଥା ଚଢ଼ା ଦର ନେଇଥିଲେ । ଲିଟର ପିଛା ୨୨ ଟଙ୍କା ୯୬ ପଇସା ହିସାବରେ ୧୦ ଲିଟରକୁ ୨୨୯ ଟଙ୍କା ୬୦ ପଇସା ନେଇଥିଲେ । ଲିଟର ପିଛା ୧ ଟଙ୍କା ୨୧ ପଇସା ହିସାବରେ ୧୨ ଟଙ୍କା ୧୦ ପଇସା ପମ୍ପମାଲିକ ଅଧିକ ନେଇଥିଲେ । କିନ୍ତୁ ସେହିଦିନ ଅନ୍ୟ ଏକ ଡିଜେଲ ପମ୍ପରୁ ଲିଟର ପିଛା ସରକାର ହ୍ରାସ କରିଥିବା ଦର ୨୧ଟା ୭୫ ଟଙ୍କାରେ ସେ ୨ ଲିଟର ଡିଜେଲ କ୍ରୟ କରିଥିଲେ । ମାଝୀଗୁଡା ପମ୍ପମାଲିକ ଅଧିକ ଟଙ୍କା ନେଇଥିବାରୁ ତାଙ୍କ ସହ ଏନ୍‌. ପରମେଶ୍ୱରନଙ୍କ ଯୁକ୍ତିତର୍କ ହୋଇଥିଲା । କିନ୍ତୁ କୌଣସି ସୁଫଳ ମିଳି ନଥିଲା । ଶେଷରେ ନ୍ୟାୟ ପାଇଁ ଦୁଇଟି ଡିଲେଜ୍‌ଲ ପମ୍ପ ରସିଦକୁ ନେଇ ପରମେଶ୍ୱରନ୍‌ ନବରଙ୍ଗପୁର ଖାଉଟି ଅଦଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଖାଉଟି ଅଦାଲତ ଏହି ମାମଲାର ବିଚାର କରି ୨୦୦୩ରେ ଡିଜେଲ ପମ୍ପମାଲିକଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ । ୫ହଜାର ଟଙ୍କା ସହ ମକଦ୍ଦମା ଖର୍ଚ୍ଚ ବାବଦକୁ ୧ ହଜାର ଟଙ୍କା ସମୁଦାୟ ୬ହଜାର ଟଙ୍କା ଉପଭୋକ୍ତା ପରମେଶ୍ୱରନ୍‌ଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଡିଜେଲପମ୍ପ ମାଲିକ ରାଜ୍ୟ ଖାଉଟି ଅଦାଲତରେ ୨୦୦୪ରେ ଅପିଲ୍‌ କରିଥିଲେ । ପମ୍ପମାଲିକଙ୍କ ଅପିଲ୍‌କୁ ବିଚାର କରି ରାଜ୍ୟ ଖାଉଟି ଅଦାଲତ ଉପଭୋକ୍ତାଙ୍କୁ ୧୫ ବର୍ଷ ପରେ ଅର୍ଥାତ ୨୦୧୯ ଡିସେମ୍ବର ୨୦ ତାରିଖରେ ରାଜ୍ୟ ଖାଉଟି ଅଦାଲତ କଟକରେ ହାଜର ହେବାକୁ ନୋଟିସ୍‌ ଜାରି କରିଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ନୋଟିସ୍‌ ୨୦ ତାରିଖ ଚାଲିଯିବା ପରେ ଅର୍ଥାତ ଡିସେମ୍ବର ୨୩ ତାରିଖରେ ପରମେଶ୍ୱରନ୍‌ଙ୍କ ନିକଟକୁ ଡାକ ଯୋଗେ ପହଞ୍ଚିଛି । ନୋଟିସ ପାଇବା ପରେ ପରମେଶ୍ୱରନ କହିଛନ୍ତି, ଖାଉଟି ମାମଲା ମାତ୍ର ୬ ମାସ ମଧ୍ୟରେ ଫଇସଲା ହେବା କଥା । କିନ୍ତୁ ଦୁର୍ଭାଗ୍ୟ ୧୫ ବର୍ଷ ପରେ ବିଚାର ପ୍ରକ୍ରିୟା ଆରମ୍ଭ କରିବାକୁ ନୋଟିସ୍‌ ଆସିଛି । ଏହି ମାମଲାର ଫଇସଲା ହେବାକୁ ଆଉ କେତେ ବର୍ଷ ଲାଗିବ ବୋଲି ସେ ପ୍ରଶ୍ନ ଉଠାଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.