ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

୧୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ତେଲିଆ ମାଛ, ୩ ଘଣ୍ଟା ଧରି ଚାଲିଥିଲା ମୂଲଚାଲ୍

ଭୋଗରାଇ,୨୮/୦୬: ଶଙ୍କର ପ୍ରଜାତିର ଏକ ମହିଳା ତେଲିଆ ମାଛ ୧୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ପଶ୍ଚିମବଙ୍ଗ ଦୀଘା ମୋହନା ମତ୍ସ୍ୟ ଅବତରଣ କେନ୍ଦ୍ରର କାର୍ତ୍ତିକ ବେରାଙ୍କ ମାଛ ଅଡତରେ ଏହି ବିଶାଳକାୟ ତେଲିଆ ଭୋଳା ମାଛକୁ ଦେଖିବା ପାଇଁ ଲମ୍ବା ଲାଇନ ଲାଗିଥିଲା । ଏହି ମାଛକୁ କିଣିବା ପାଇଁ ଦୀର୍ଘ ୩ ଘଣ୍ଟା ଧରି କ୍ରେତାଙ୍କ ମଧ୍ୟରେ ମୂଲଚାଲ ଚାଲିଥିଲା । ଶେଷରେ କିଲୋଗ୍ରାମ ପ୍ରତି ୨୬ ହଜାର ଟଙ୍କା ଦରରେ ମୋଟ ୧୩ ଲକ୍ଷ ଟଙ୍କାରେ ଏହି ମାଛକୁ ଏସଟିଏଫ କମ୍ପାନି କିଣି ନେଇଥିବା ସୂଚନା ମିଳିଛି ।

{"id":433895,"sizeSlug":"full","linkDestination":"none"}

ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନୈନାର ବାସିନ୍ଦା ମତ୍ସ୍ୟଜୀବୀ ଶିବାଜୀ କବୀର ଏହି ମାଛଟିକୁ ଗଭୀର ସମୁଦ୍ରରୁ ଧରିବା ପରେ ନିଲାମ ପାଇଁ ଦୀଘା ମୋହନା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଆଣିଥିଲେ । ମାଛର ମୋଟ ଓଜନ ୫୫ କିଲୋଗ୍ରାମ ହୋଇଥିଲା ବେଳେ ବଲମ (କିଲୋଗ୍ରାମ ପ୍ରତି ୫ ପ୍ରତିଶତ ଅତିରିକ୍ତ ଓଜନ) ଏବଂ ତା'ର ପେଟରେ ଥିବା ଅଣ୍ଡାକୁ ବାଦ ଦେଇ ମାଛର ମୋଟ ଓଜନ ୫୦ କିଲୋଗ୍ରାମ ହିସାବରେ ବିକ୍ରି ହୋଇଥିଲା । ୬ ଦିନ ପୂର୍ବେ ଏହି ପ୍ରଜାତିର ଏକ ୩୦ କିଲୋ ଓଜନର ପୁରୁଷ ତେଲିଆ ଭୋଳା ମାଛ ୯ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.