ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋନିଆ ଗାନ୍ଧୀ ଓ ଅଶ୍ବିନୀ ବୈଷ୍ଣବଙ୍କ ସହିତ ୧୪ ଜଣ ରାଜ୍ୟସଭା ସାଂସଦ ଭାବେ ନେଲେ ଶପଥ

ନୂଆଦିଲ୍ଲୀ,୪।୪: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବୁଧବାର ରାଜସ୍ଥାନରୁ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ଭାବରେ ଶପଥ ନେଇଛନ୍ତି। ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରା ଉପସ୍ଥିତ ଥିଲେ। ସୋନିଆଙ୍କ ବ୍ୟତୀତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ  ୧୪ ଅନ୍ୟ ନେତା ରାଜ୍ୟସଭା ସାଂସଦ ଭାବରେ ଶପଥ ନେଇଥିଲେ। ନୂଆ ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନକର ଏହି ସବୁ ନେତାଙ୍କୁ ଶପଥ ପାଠ କରାଇଥିଲେ।  ଓଡିଶାରୁ ୩ ଜଣ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ।

ସେଭଳି କଂଗ୍ରେସ ନେତା ଅଜୟ ମାକନ କର୍ଣ୍ଣାଟକରୁ, ବିଜେପି ନେତା ଆରପିଏନ୍ ସିଂହ ଉତ୍ତର ପ୍ରଦେଶରୁ, ବିଜେପିର ସାମିକ ଭଟ୍ଟାଚାର୍ଯ୍ୟ ପଶ୍ଚିମବଙ୍ଗରୁ ରାଜ୍ୟସଭା ସାଂସଦ ଭାବରେ ଶପଥ ନେଇଛନ୍ତି। ଓ୍ବାଇଏସଆରସିପିର ଗୋଲା ବାବୁ, ମେଧା ରଘୁନାଥ, ୟେରୁମ ଭେଙ୍କଟ ସୁବା ରେଡ୍ଡୀ ଆନ୍ଧ୍ର ପ୍ରଦେଶର ପ୍ରତିନିଧିତ୍ବ କରୁଥିବା ସଦସ୍ୟ ଭାବରେ ଶପଥ ନେଇଛନ୍ତି। ଶପଥ ସମାରୋହନ ପରେ ଏହି ସବୁ ସାଂସଦ ରାଜ୍ୟସଭାର ଅଧ୍ୟକ୍ଷଙ୍କ ସହିତ ଫଟୋ ଉଠାଇଛନ୍ତି।

ଉଲ୍ଲେଖନୀୟ ଯେ, ସୋନିଆ ଗାନ୍ଧୀ ପ୍ରଥମ ଥର ରାଜ୍ୟସଭା ସାସଦ ଭାବରେ ଶପଥ ନେଇଛନ୍ତି। ସେ ରାଜ୍ୟସଭା ପାଇଁ ରାଜସ୍ଥାନରୁ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ସମୟରେ ପରେ ଏଭଳି ହୋଇଛି ଯେତେବେଳେ ନେହରୁ-ଗାନ୍ଧୀ ପରିବାରର କୌଣସି ସଦସ୍ୟ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.