ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପର୍ଯ୍ୟଟକମାନଙ୍କୁ ଚେତାବନୀ: ବେଳାଭୂମିରୁ ବାଲି, ପଥର ଉଠାଇଲେ ୨ ଲକ୍ଷ ଜରିମାନା

ନୂଆଦିଲ୍ଲୀ ୨୫/୦୩: ସାଧାରଣତଃ କୌଣସି ସ୍ଥାନକୁ ଭ୍ରମଣରେ ଯାଇଥିବା ସମୟରେ ଲୋକମାନେ ଗସ୍ତକୁ ସ୍ମରଣୀୟ କରି ରଖିବା ଲାଗି ସେଠାକାର ସ୍ଥାନୀୟ ଜିନିଷ କିଣିଥାନ୍ତି କିମ୍ବା ସଂଗ୍ରହ କରିଥାନ୍ତି । ତେବେ ବିଶ୍ୱରେ ଏମିତି ବି ଏକ ଦେଶ ରହିଛି ଯାହାର ବେଳାଭୂମିରୁ ମୁଠାଏ ବାଲି, ଗୋଡ଼ି କିମ୍ବା ପଥର ଉଠାଇବା ପର୍ଯ୍ୟଟକମାନଙ୍କୁ ମହଙ୍ଗା ପଡି଼ପାରେ । ଏଥିଲାଗି ସେଠାରେ ସେମାନଙ୍କ ଉପରେ ୨ ଲକ୍ଷ ଟଙ୍କା ଯାଏ ଜରିମାନା ବିଧାନର ପ୍ରାବଧାନ ରହିଛି ।

କାନାରି ଆଇଲାଣ୍ଡରେ ଲାଞ୍ଜାରୋଟ୍‌ ଓ ଫ୍ୟୁର୍ଟିଭେଣ୍ଟୁରା ଦ୍ୱୀପକୁ ଯାଉଥିବା ପର୍ଯ୍ୟଟକମାନଙ୍କୁ ଏ ସଂକ୍ରାନ୍ତରେ ଚେତାବନୀ ଜାରି ହୋଇଛି । ସେଠାକାର ବେଳାଭୂମିରୁ ବାଲି, ପଥର ଉଠାଇବାକୁ ପର୍ଯ୍ୟଟକଙ୍କୁ ମନା କରାଯାଇଛି । ଯଦି କେହି ନିୟମ ଉଲ୍ଲଂଘନ କରି ଏହି କାର୍ଯ୍ୟ କରନ୍ତି ତା’ହେଲେ ତାଙ୍କୁ ଭାରତୀୟ ମୁଦ୍ରାରେ ପ୍ରାୟ ୨ ଲକ୍ଷ ୭୦ ହଜାର ଟଙ୍କା ଯାଏ ଜରିମାନା ଦେବାକୁ ପଡି଼ବ । ଏ ସଂପର୍କରେ କାନାରି ଆଇଲାଣ୍ଡର ଅଧିକାରୀମାନେ କହିଛନ୍ତି, ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଗସ୍ତକୁ ସ୍ମରଣୀୟ କରିବା ଲାଗି ଏଭଳି ଜିନିଷ ନିଜ ସହିତ ନେଇ ଯାଉଛନ୍ତି । ସେମାନଙ୍କର ଏହି ଭୁଲ୍‌ ଫଳରେ ଏଠାକାର ପରିବେଶ ଉପରେ ଖରାପ ପ୍ରଭାବ ପଡୁଛି । 

ପର୍ଯ୍ୟଟକମାନଙ୍କ ଯୋଗୁ ପ୍ରତିବର୍ଷ ଲାଞ୍ଜାରୋଟ୍‌ର ବେଳାଭୂମିରୁ ପ୍ରାୟ ଏକ ଟନ୍‌ ଭୋଲକାନିକ୍‌ ମ୍ୟାଟେରିଆଲ୍‌ ଗାଏବ ହୋଇଯାଉଛି । ସେହିପରି ଫ୍ୟୁର୍ଟିଭେଣ୍ଟୁରାର ପ୍ରସିଦ୍ଧ ପପ୍‌କର୍ନ ବେଳାଭୂମିରୁ ପ୍ରତି ମାସରେ କେତେ ଶହ ଟନ୍‌ ବାଲି ଉଭାନ୍‌ ହେଉଛି । ଏଥିଯୋଗୁ ପ୍ରାକୃତିକ ସନ୍ତୁଳନ ବିଗୁଡୁଛି । ସମୁଦ୍ର ତଟ ଲାଗି ବିପଦ ସୃଷ୍ଟି ହେଉଛି । ଏଭଳିସ୍ଥଳେ ପ୍ରାକୃତିକ ସନ୍ତୁଳନକୁ ବଜାୟ ରଖିବା ଲାଗି ଏଭଳି କାମ କରୁଥିବା ପର୍ଯ୍ୟଟକଙ୍କ ବିରୋଧରେ ଜରିମାନା ବିଧାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ସୂଚନାଥାଉକି, କାନାରି ଆଇଲାଣ୍ଡ ୭ଟି ମୁଖ୍ୟ ଦ୍ୱୀପର ସମୁହ । ସେଗୁଡ଼ିକ ହେଲା ଟେନେରାଇଫ୍‌, ଗ୍ରାନ୍‌ କାନାରିଆ, ଲାଞ୍ଜାରୋଟ୍‌ , ଫ୍ୟୁର୍ଟିଭେଣ୍ଟୁରା, ଲା ପାଲ୍‌ମା, ଲା ଗୋମେରା ଏବଂ ଇଲ୍‌ ହିଏରୋ । ଏଥିମଧ୍ୟରୁ ପ୍ରତ୍ୟେକ ଦ୍ୱୀପର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଟେନେରାଇଫ୍‌ ଦ୍ୱୀପ କାନାରି ଆଇଲାଣ୍ଡର ସବୁଠୁ ବଡ଼ ଦ୍ୱୀପ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.