ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ଚାଲିଗଲା ଜୀବନ : ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା

ବଲାଙ୍ଗୀର, ୨୫।୬ ହସ୍ପିଟାଲ ଆସି ଚିକିତ୍ସିତ ହୋଇ ଫେରୁଥିଲେ ଦୁର୍ଘଟଣା ଶିକାର ହୋଇ ଚାଲିଗଲା ଜୀବନ l ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଶିକାଛିଡ-ଶାଆନ୍ତପୁରା ନିକଟରେ ମର୍ମନ୍ତୁଦ ଦୂର୍ଘଟଣା ଘଟିଛି । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ସହ ଘଟଣାସ୍ଥଳରେ ଦୁଇଜଣ ବାଇକ୍ ଆରୋହୀ ମୃତ୍ୟୁ ଘଟିଛି । ଜଣେ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ୨ ଜଣ ହେଲେ ବଙ୍ଗୋମୁଣ୍ଡା ବ୍ଲକ ସାଜୁଟ ଗାଁର ବିଦ୍ୟାଧର ଭାଟି ଓ ଜାମସର ଗାଁର ରଜତ ଷାଣ୍ଢ।
ବଙ୍ଗୋମୁଣ୍ଡା ବ୍ଲକ ସାଜୁଟ ଗାଁର ବିଦ୍ୟାଧର ଭାଟି ଗୋଡ ଭାଙ୍ଗିଥିବାରୁ ଭୀମଭୋଇ ମେଡିକାଲରୁ ଚିକିତ୍ସିତ ହୋଇ ଲିଫ୍ଟମାଗି ହିରୋହଣ୍ଡା ବାଇକରେ ଫେରୁଥିଲେ। ବିପରୀତ ଦିଗରୁ ଜାମସାର ଗାଁର ରଜତ ଅନ୍ୟ ଜଣେ ଯୁବକଙ୍କ ସହ ବାଇକରେ ଆସୁଥିଲେ। ବ୍ଲକ ଶିକାଛିଡ-ଶାଆନ୍ତପୁରା ନିକଟରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବିଦ୍ୟାଧର ଓ ରଜତଙ୍କ ମୃତ୍ୟୁ ହୋଇଛି। ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି।