ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ବାଇକକୁ ଧକ୍କା ଦେଲା ହାଇଓ୍ବା : ଶାଳୀ- ଭିଣୋଇ ମୃତ

 ନୂଆପଡା, ୨୮।୫ ଜୋଙ୍କ ଥାନା ଡୁମେରବାହାଲ ପାଖରେ ବାଇକ ଓ  ହାଇୱା ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଶାଳୀ ଓ  ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକମାନେ କୃତିକା କ୍ଷେତ୍ରପାଲ ଓ କମଲେସ ମହାନନ୍ଦ।

ପଲସାଗୁଡା ଗ୍ରାମର କମଲେସ ମହାନନ୍ଦ  ନିଜ ଶାଳୀ କୃତିକାଙ୍କୁ ବାଇକରେ ବସାଇ ନନ୍ଦପୁରକୁ ଛାଡିବାକୁ ଯାଉଥିଲେ। ଜୋଙ୍କ ଥାନା ଅନ୍ତର୍ଗତ ଡୁମେରବାହାର ନିକଟରେ ଏକ ହାଇଓ୍ବା ସହ  ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କୃତିକାଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ କମଳେସଙ୍କୁ  ନୂଆପଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। କ୍ଷତିପୁରଣ ଦାବିରେ ମୃତଦେହ ରଖି ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି।  । ଘଟଣା ସ୍ଥଳରେ ଶାଳୀ କୃତିକାଙ୍କ ମୃତଦେହ ପଡି ରହିଥିବା ବେଳେ ଜୋଙ୍କ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.