ଭୁବନେଶ୍ବର, ୨୮।୮ : ଓଡିଶାର ୨ଟି ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ସୁନ୍ଦରଗଡର ସବଡେଗା ଓ ଛତିଶଗଡର ଭାଲୁମୁଡା ମଧ୍ୟରେ ନୂଆ ଡବଲ୍ ଲାଇନ୍ ଓ ବରଗଡ- ନୂଆପଡା ରେଳପଥକୁ ମଞ୍ଜୁରୀ ମିଳିଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସବଡେଗା-ଭାଲୁମୁଡା ରେଳପଥ ୩୭ କିମି ଲମ୍ବ ହେବ। ୩୭ କିମି ରେଳପଥ ପାଇଁ ୧୩୬୦ କୋଟି ଟଙ୍କା ଖର୍ଚ୍ଚ ହେବ। ସରଡେଗା-ଭାଲୁମୁଡା ଡବଲ ରେଳ ଲାଇନ ଓଡିଶାର ସୁନ୍ଦରଗଡ ଜିଲ୍ଲା ଓ ଛତିଶଗଡର ରାୟଗଡ ଜିଲ୍ଲା ସହ ଯୋଡିବ। ସେହିପରି ବରଗଡ- ନୂଆପଡା ରେଳପଥ ୧୩୮ କିମି ବିଶିଷ୍ଟ ହେବ। ଏହା ନିର୍ମାଣ ପାଇଁ ୨୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ।