ସୋର, ୯।୧୦  : ଗାଧୋଇବାକୁ ଯାଇ ପୋଖରୀରେ ବୁଡି ୨ ଭଉଣୀ ମୃତ।  ବାହାନଗା ବ୍ଲକ ଖରସାପୁର ଗ୍ରାମରେ ଏହି ଘଟଣା ଘଟିଛି। ମୃତ ୨ ଭଉଣୀ ହେଲେ  ଭାଗ୍ୟଲକ୍ଷ୍ମୀ ଓ ରାଜଲକ୍ଷ୍ମୀ ।

ବାହାନଗା ବ୍ଲକ ଖରସାପୁର ଗ୍ରାମର ମାନସ ବେହେରାଙ୍କ ବଡ ଝିଅ ଭାଗ୍ୟଲକ୍ଷ୍ମୀ ଓ ସାନଝିଅ ରାଜଲକ୍ଷ୍ମୀ (୧୩) ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ  ଉଭୟ  ବୁଡିଯାଇଥିଲେ। ଗାଁ ଲୋକେ ପୋଖରୀରେ ଖୋଜି  ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିଲେ l  ସେଠାରେ ଡ଼ାକ୍ତର ୨ ଭଉଣୀଙ୍କୁ  ମୃତ ଘୋଷଣା କରିଥିଲେ ।