ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁନେଠାରେ ଅନୁଷ୍ଠିତ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲେ ମାଲକାନଗିରିର ୨୦ଜଣ ଯୁବକ

ମାଲକାନଗିରି, ୨୯/ ୧ : ମହାରାଷ୍ଟ୍ରର ପୁନେଠାରେ ଅନୁଷ୍ଠିତ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଜି ଯାଇଛନ୍ତି ମାଲକାନଗିରି ଜିଲ୍ଲାର ୨୦ ଜଣ ଯୁବକ l ବି.ଏସ୍‌.ଏଫ୍‌. ତରଫରୁ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଯୁବକ ମହାରାଷ୍ଟ୍ରର ପୁନେଠାରେ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମକୁ ପଠାଯାଇଛି । 

ମାଲକାନଗିରି ଜିଲ୍ଲା ବିଏସ୍‌ଏଫ୍‌ ତରଫରୁ ଆଦିବାସୀ ଯୁବକ ଯୁବତୀମାନେ କେରଳର ମହାରଷ୍ଟ୍ରର ପୁନେ ଗସ୍ତ କରିଛନ୍ତି । ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ରାଜପାଲ ସିଂ ଆଜି ମାଲକାନଗିର ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ପଣସପୁଟ, ବେଞ୍ଜିଙ୍ଗ, ଟିକରପଡା, ତୋଣ୍ଟପାଲି, କଦଳୀବନ୍ଧ, ପୂଜାରୀଗୁଡା ଅଂଚଳର ମୋଟ ୨୦ ଜଣ ଆଦିବାସୀ ଯୁବକ ଯୁବତୀଙ୍କୁ ପୁନେ ପଠାଯାଇଛି ।

ଏହି ଯୁବପୀଢି ଆସନ୍ତା ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ପୁନେ ସହରର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିବା ସହ ସେଠାକାର ରାଜନୈତିକ ନେତା, ବିଭିନ୍ନ ମନ୍ତ୍ରୀ, ସିନେ ତାରକା, ଟିଭିତାରକା, ପୌରାଣିକ ସ୍ଥଳ ଇତ୍ୟାଦି ଭ୍ରମଣ କରିବ। ଆଜିର ଏହି କାର୍ଯ୍ୟକ୍ରମରେ ବି.ଏସ୍‌.ଏଫ୍‌. ଦ୍ୱିତୀୟ ବାଟାଲିୟନ କମାଣ୍ଡାଣ୍ଟ ସିଭମ ଓମ, ସିଏମ ଓ ଡ଼କ୍ଟର ସଞ୍ଜୀବ କୁମାର, ସେକେଣ୍ଡ କମାଣ୍ଡାଣ୍ଟ ବରୁଣେନ୍ଦ୍ର ପ୍ରତାପ ସିଂ, ଡେପୁଟି କମାଣ୍ଡାଣ୍ଟ ଶୁଭରଞ୍ଜନ ମହାପାତ୍ର, ନେହେରୁ ଯୁବ ସଂଘର ଜିଲ୍ଲା ଅଧିକାରୀ ହରିଶ ରୁପାଲ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଦୁରୁକା, ନମିତା ଦଣ୍ଡସେନ ପ୍ରମୁଖ ଉପସ୍ଥିତ ଥିଲୋ । 

ଏହାଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଯୁବପୀଢି ଜ୍ଞାନ ଶକ୍ତୀ ବଢିବା ସହ ଦେଶର ବହୁ ପୌରାଣିକ, ଓ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରି ଦେଖିପାରିବେ ଏବଂ ଏହାଦ୍ୱାରା ଦେଶରେ କେତେ ପ୍ରକାର ସାଂସ୍କୃତିକ ଦୃଶ୍ୟ, ଗୁଡିକ ଅଛି ତାହାର ଜ୍ଞାନ ଆରୋହଣ କରିପାରିବେ ବୋଲି ଉପସ୍ଥିତ ଅଧିକାରୀମାନେ ମତପ୍ରକାଶ କରିଥିଲେ । ଆଗାମୀ ଦିନରେ ଆହୁରି ବହୁ ଯୁବପୀଢୀଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ ନିମନ୍ତେ ପଠାଇବାର କାର୍ଯ୍ୟକ୍ରମ ରହିଛି ବୋଲି କହିଥିଲ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.