PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ବିଜେପିର ୨୦୨୪ ମିଶନ ପାଇଁ ଗେମ୍‌ପ୍ଲାନ : ୭୦ ଟପିଥିଲେ ଟିକେଟ ମନା, ବାଦ୍‌ ପଡ଼ିପାରନ୍ତି ୮୦ରୁ ଅଧିକ ସାଂସଦ

ନୂଆଦିଲ୍ଲୀ, ୨୭/୦୫: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଗେମ୍‌ ପ୍ଲାନ ଆରମ୍ଭ କରିଦେଲାଣି । ଦଳ ଯେଭଳି ତୃତୀୟ ଥର ଲାଗି ବିଜୟ ହାସଲ କରିବ ସେଥିଲାଗି ରଣନୀତି ପ୍ରସ୍ତୁତ କରାଯାଉଛି । ବୁଧବାର ବିଳମ୍ବିତ ରାତିରେ ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ କିଛି ହାତଗଣତି କ୍ୟାବିନେଟ୍‌ ମନ୍ତ୍ରୀ, ଦଳର ପ୍ରଭାରୀ ଓ ସାଂସଦମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି । ବିଶେଷକରି ବୁଥ୍‌କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳର ଯେଉଁ ସାଂସଦମାନଙ୍କର ଜନ୍ମ ୧୯୫୫ ପରେ ହୋଇଛି ସେମାନଙ୍କୁ ହିଁ ୨୦୨୪ ଲୋକସଭା ନିର୍ବାଚନ ଲାଗି ଟିକେଟ୍‌ ଦିଆଯିବାକୁ ସହମତି ହୋଇଛି । ଏହା ପୂର୍ବରୁ ଜନ୍ମ ହୋଇଥିବା ନେତାଙ୍କୁ ଟିକେଟ୍‌ ମିଳିବ ନାହିଁ । ଅର୍ଥାତ୍‌ ୭୦ରୁ ଉଦ୍ଧ୍ୱର୍ ବୟସର ନେତା ଟିକେଟ୍‌ ପାଇବେ ନାହିଁ । ଜଣେ ବରିଷ୍ଠ ନେତାଙ୍କ ଅନୁସାରେ, ପୁରୁଣା କାର୍ଯ୍ୟକର୍ତ୍ତା ନୂଆ ଲୋକଙ୍କୁ ରାସ୍ତା ଦେଲେ ଯାଇ ସେମାନେ ସୁଯୋଗ ପାଇବେ । ଏହା ଟିକେଟ୍‌ କାଟିବା ନୁହେଁ, ବରଂ ବ୍ୟାଟନ୍‌କୁ ନିଜଠାରୁ କମ୍‌ ବୟସର କାର୍ଯ୍ୟକର୍ତ୍ତାଙ୍କୁ ସମର୍ପଣ କରିବା ଭଳି । ସେପଟେ ଏହି ନିୟମ ଲାଗୁ ହେଲେ ବିଜେପିର ବର୍ତ୍ତମାନର ୩୦୧ ଜଣ ସାଂସଦଙ୍କ ମଧ୍ୟରୁ ୮୧ ଜଣ ଟିକେଟ୍‌ ପାଇବେ ନାହିଁ ।

ଏଭଳି ନେତାମାନଙ୍କ ମଧ୍ୟରେ ହେମାମାଳିନୀ (ମଥୁରା), ସଦାନନ୍ଦ ଗୌଡ଼ (ବେଙ୍ଗାଲୁରୁ), ରାଓ ସାହେବ ଦାନ୍‌ବେ (ଜଲନା), ଭିକେ ସିଂହ (ଗାଜିଆବାଦ), ଅଶ୍ୱିନୀ ଚୌବେ (ବକ୍ସାର), ଏସ୍‌.ଏସ୍‌ ଆହ୍ଲୁୱାଲିଆ (ବର୍ଦ୍ଧମାନ), ରୀତା ବହୁଗୁଣା ଯୋଶୀ (ଆହ୍ଲାବାଦ), ରତନ ଲାଲ କଟାରିଆ (ଅମ୍ବାଲା), କିରଣ ଖେର (ଚଣ୍ଡିଗଡ଼), ଅର୍ଜୁନରାମ ମେଘୱାଲ (ବିକାନେର), ଶ୍ରୀପଦ ନାୟକ (ଗୋଆ), ସି.ଆର ପାଟିଲ (ନବସାରି), ରବିଶଙ୍କର ପ୍ରସାଦ (ପାଟ୍‌ନା ସାହିବ), ରାଓ ଇନ୍ଦ୍ରଜିତ ସିଂହ (ଗୁରଗାଓଁ), ଗିରିରାଜ ସିଂହ (ବେଗୁସରାୟ), ରାଧାମୋହନ ସିଂହ (ପୂର୍ବ ଚମ୍ପାରଣ), ଆର.କେ ସିଂହ (ଆରା) ସତ୍ୟପାଲ ସିଂହ (ବାଗପତ) ପ୍ରମୁଖ ସାମିଲ । ଆକଳନ ଅନୁସାରେ ୨୦୨୪ ବେଳକୁ ବିଜେପିର ୨୫ ଧ ସାଂସଦଙ୍କ ବୟସ ୭୦ ଅତିକ୍ରମ କରିସାରିଥିବ । ୧୯୫୫ ପୂର୍ବରୁ ଜନ୍ମିତ ସାଂସଦଙ୍କ ମଧ୍ୟରେ ସର୍ବାଧିକ ୧୨ ଜଣ ୟୁପିର ଅଛନ୍ତି । ସେହିଭଳି ଗୁଜରାଟର ୧୦, କର୍ଣ୍ଣାଟକର ୯, ମହାରାଷ୍ଟ୍ରର ୫, ଝାଡଖଣ୍ଡରେ ୨, ବିହାରରେ ୬, ମଧ୍ୟପ୍ରଦେଶରେ ୫ ଓ ରାଜସ୍ଥାନରେ ୫ ଜଣ ସାଂସଦ ରହିଛନ୍ତି ।

ଏଥସହିତ ବିଜେପି ସାରା ଦେଶରେ ଥିବା ପ୍ରାୟ ୭୪ ହଜାର ବୁଥ୍‌ରେ ସଂଗଠନକୁ ସଶକ୍ତ କରିବାକୁ ଚାହୁଁଛି ଯେଉଁଠାରେ ଦଳ ଅପେକ୍ଷାକୃତ ଦୁର୍ବଳ ରହିଛି । ତେଣୁ ପ୍ରତି ସାଂସଦଙ୍କୁ ୧୦୦ ଓ ବିଧାୟକଙ୍କୁ ୨୫ଟି ଦୁର୍ବଳ ବୁଥ୍‌ର ଦାୟିତ୍ୱ ନେବାକୁ କୁହାଯାଇଛି । ସେଠାରେ ଦଳକୁ କିଭଳି ସଶକ୍ତ କରାଯିବ ସେ ନେଇ ଏହି ନେତାମାନେ ପଦକ୍ଷେପ ନେବେ । ସଂଘର ସ୍ଥାନୀୟ ପ୍ରଚାରକଙ୍କ ସହ ସମନ୍ୱୟ ରଖି ବୁଥ୍‌କୁ ମଜଭୁତ କରିବାକୁ କାମ କରିବେ । ସେମାନେ ଉଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ସଂପର୍କରେ ଲୋକମାନଙ୍କୁ ସଚେତନ କରିବେ । ଅର୍ଥାତ ସେହିସବୁ ବୁଥରେ ୩ ସ୍ତରର ନେତାମାନେ ଆସନ୍ତା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

ସେହିଭଳି ଦଳୀୟ ପ୍ରଭାରୀ ପ୍ରତି ୧୫ ଦିନରେ ଥରେ ପ୍ରତି ଆସନରେ ଗୋଟିଏ ରାତ୍ରି ଯାପନ କରିବେ । ପ୍ରତି ଲୋକସଭା ଆସନରେ ମିଡିଆ-ଇନ୍‌-ଚାର୍ଜ ନିଯୁକ୍ତ ହେବେ । ସେହିପରି କେନ୍ଦ୍ରମନ୍ତ୍ରୀମାନଙ୍କୁ ବିରୋଧୀଙ୍କ କବ୍ଚାରେ ଥିବା ୧୪୦ରୁ ଉଦ୍ଧ୍ୱର୍ ଲୋକସଭା ଆସନକୁ ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଠାରେ ସେମାନେ ବିଭିନ୍ନ ସାମାଜିକ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ମନ୍ତ୍ରୀମାନଙ୍କୁ ଦାୟିତ୍ୱ ମିଳିଥିବା ପ୍ରତି ନିର୍ବାଚନ କ୍ଷେତ୍ରରେ ୩ ଦିନ ରହିବାକୁ ହେବ । ଦଳର ଛାମୁଆ ସଙ୍ଗଠନଗୁଡିକ ମହିଳା, ଚାଷୀ, ସଂଖ୍ୟାଲଘୁ, ଯବପିଢ଼ି ଆଦି ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହିତ ସମ୍ପର୍କ ଯୋଡିବେ ବୋଲି ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି ।

ତିନିଥର ଆମେଥିରୁ ଲୋକସଭାକୁ ନିର୍ବାଚିତ ରାହୁଲ ଗାନ୍ଧୀଙ୍କୁ ୨୦୧୯ ନିର୍ବାଚନରେ ହରାଇବା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବର୍ତ୍ତମାନ ନିଜ ନିର୍ବାଚନମଣ୍ଡଳୀ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଆମେଥିରେ ସେ ଅଧିକ ସମୟ ବିତାଇବା ସହିତ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ୨୦୧୪ରେ ସେ ଏହି ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । କିନ୍ତୁ ୨୦୧୯ରେ ଟିକେଟ ପାଇବେ କି ନାହିଁ ତାହା ଅନିଶ୍ଚିତତା ଥିଲେ ମଧ୍ୟ ସେ ୫ ବର୍ଷ ଧରି ଆମେଥିକୁ ନିୟମିତ ଯିବା ସହ ଲୋକଙ୍କ ଅଭାବ ଅସୁବିଧା ବୁଝୁଥିଲେ ।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ଲୋକସଭାର ମୋଟ ୫୪୩ ଆସନରୁ ବିଜେପି ୩୦୩ ଆସନ ହାସଲ କରିଥିଲା । ଯାହାକି ୨୦୧୪ ତୁଳନାରେ ୨୧ଟି ଆସନ ଅଧିକ । ଗତ ୩୦ ବର୍ଷ ଭିତରେ କୌଣସି ଦଳକୁ ଏଭଳି ଅଭୂତପୂର୍ବ ସଫଳତା ମିଳିନଥିଲା । ସେହିଭଳି ୨୦୧୪ରେ ବିଜେପିର ବିଜୟ ଫଳରେ ମେଣ୍ଟ ଶାସନର ଅନ୍ତ ଘଟିଥିଲା ଏବଂ ଜାତୀୟ ସ୍ତରରେ ବିଜେପି ନିଜର ସ୍ଥିତି ବେଶ୍‌ ମଜବୁତ କରିପାରିଥିଲା ।