ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରକାଶ ପାଇଲା ମାଟ୍ରିକ୍ ଫଳ : ପାସ୍ ହାର ୯୬.୦୭%, ପୁଣି ବାଜି ମାରିଲେ ଝିଅ

ଭୁବନେଶ୍ଵର, ୨୬/୦୫ : ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ଏଥର ବି ପୁଅଙ୍କୁ ପଛରେ ପକାଇ ଝିଅ ଆଗରେ ରହିଛନ୍ତି। ପୁଅଙ୍କ ପାସ୍ ହାର ୯୫.୩୯ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଛି। ଚଳିତ ବର୍ଷ ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଯେଉଁମାନଙ୍କର ମାର୍କିଂରେ ତ୍ରୁଟି ରହିଛି ସେମାନେ ରି-ଚେକିଂ ପାଇଁ ଆବେଦନ କରିପାରିବେ। ମେ ୨୯ ରୁ ୧୨ ଜୁନ୍ ଯାଏଁ ରି-ଚେକିଂ ପାଇଁ ଅନଲାଇନ୍‌ରେ ଆବେଦନ କରିପାରିବେ। ୨୬୪୪ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୭.୯୮ ପ୍ରତିଶତ ରହିଛି। ସେହିପରି ନୂଆପଡ଼ାରେ ସର୍ବନିମ୍ନ ୯୩.୯୧ ପ୍ରତିଶତ ପାସ୍ ହାର ରହିଛି। ଗତବର୍ଷ ଏବଂ ଚଳିତ ବର୍ଷ ସମାନ ପାସ୍ ହାର ରହିଛି। 

ମାଟ୍ରିକ୍ ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଦିନ ସାଢେ ୧୧ଟାରେ ମାଟ୍ରିକ୍ ରେଜଲ୍ଟ www.bseodisha.ac.in ଏବଂ www.bseodisha.nic.inରେ ଉପଲବ୍ଧ ହେବ। ଯେଉଁମାନଙ୍କ ନିକଟରେ ଇଣ୍ଟନେଟ୍‌ର ସୁବିଧା ନାହିଁ ସେମାନେ ଏସଏମଏସ ମାଧ୍ୟମରେ ପରୀକ୍ଷାଫଳ ଜାଣିପାରିବେ। OR10 ଲେଖି ରୋଲ୍ ନମ୍ଵର 5676750କୁ ପଠାଇଲେ ରେଜଲ୍ଟ ମିଳିବ। କୃତୀ ପରୀକ୍ଷାର୍ଥୀମାନେ ଅପରାହ୍ଣ ୪ଟାରେ ଅନଲାଇନ୍‌ ୱେବସାଇଟ୍‌ରେ ସେମାନଙ୍କ ଡିଜିଟାଲ ସାର୍ଟିଫିକେଟ୍ ପାଇପାରିବେ। ଏଥିରେ ପ୍ରଧାନ ଶିକ୍ଷକମାନଙ୍କର ଡିଜିଟାଲ ଦସ୍ତଖତ ରହିବ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.